Advertisment

ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା

ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି। କାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କଲା ପାଣିପାଗ ବିଭାଗ।

author-image
Sarbeswar
ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା

Cyclone-Yash-

ଭୁବନେଶ୍ୱର: ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି। କାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କଲା ପାଣିପାଗ ବିଭାଗ। ୨୬ ସନ୍ଧ୍ୟାରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ ହେବ ବୋଲି କହିଲେ ଆଇଏମଡ଼ି ଡିଜି। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ। ଏହାସହ ବେଳେ ବେଳେ ଝଟକା ପବନର ବେଗ ୧୮୫ କିମି ଛୁଇଁବ ବୋଲି ସୂଚନା ମିଳିଛି।୨୪ ତାରିଖ ସନ୍ଧ୍ୟାରୁ ୪୦ରୁ ୫୦ କିମି ବେଗରେ ପବନ ବହିବ ଏହାସହ ୨୫ରୁ ପବନର ବେଗ ବଢ଼ିବ। ଉତ୍ତର ଓଡ଼ିଶାରେ ବି ପ୍ରବଳ ବର୍ଷିବ। କେତେକ ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପବନର ବେଗ ଯାହା ରହିଛି ଏଥିରେ ବଡ଼ ବଡ଼ ଗଛ ଉପୁଡ଼ିପାରେ ଏହାସହ ଆଜବେଷ୍ଟସ, କଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ବି ରହିଛି ବୋଲି କହିଲା ପାଣିପାଗ ବିଭାଗ। ପବନରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିବା ସହ କ୍ଷତି ଘଟାଇବ ବୋଲି ସୂଚନା ମିଳିଛି।

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ଏହାସହ ବାତ୍ୟା ୟସ ପାଇଁ ୪ଟି ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହେବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବେଶି ପ୍ରଭାବିତ ହେବ। ଯାଜପୁର, କଟକ, ମୟୂରଭଞ୍ଜରେ ବି ବାତ୍ୟାର ପ୍ରଭାବ ରହିବ। ଲ୍ୟାଣ୍ଡଫଲ ପୂର୍ବ ଓ ପର ୬ ଘଣ୍ଟାରେ ବାତ୍ୟାର ବେଶି ପ୍ରଭାବ ପଡ଼ିବ ବୋଲି ସୂଚନା ମିଳିଛି।

Cyclone Yass
Advertisment
Advertisment