/odishatv-khabar/media/post_attachments/uploadimage/library/16_9/16_9_0/a0cb8389-600a-4f2a-b479-545ba26da8ef_1622704350.jpg)
Cyclone
ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ବାତ୍ୟାରେ ସରକାରୀ ଓ ବ୍ୟକ୍ତିଗତ ସଂପତ୍ତି ମିଶାଇ ୬୧୦ କୋଟି କ୍ଷତି ହୋଇଛି। ସରକାରଙ୍କ ପଦକ୍ଷେପକୁ ଡକ୍ୟୁମେଣ୍ଟେସନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟାରେ ୧୧ ହଜାର ଗାଁର ୬୦ ଲକ୍ଷ ଲୋକ ପ୍ରଭାବିତ ବୋଲି ମୁଖ୍ୟ ସଚିବ କହିଛନ୍ତି। ବାତ୍ୟାରେ ୫୨୦ କୋଟି ସରକାରୀ, ୯୦ କୋଟି ବ୍ୟକ୍ତିଗତ ସଂପତ୍ତି କ୍ଷତି ଘଟିଛି। ରିଲିଫ୍ ପାଇଁ ୬୬ କୋଟି ଟଙ୍କା ଆବଶ୍ୟକ ମୁଖ୍ୟ ସଚିବ କହିଛନ୍ତି। ବାତ୍ୟାରେ ଶକ୍ତି ବିଭାଗର କ୍ଷୟକ୍ଷତି ପରିମାଣ ୧୫୦ କୋଟି ଟଙ୍କା ହୋଇଛି। ସ୍କୁଲ ଘର, ଅଙ୍ଗନବାଡ଼ି, ପଞ୍ଚାୟତ ରାସ୍ତା କ୍ଷତି ପରିମାଣ ୨୭୭ କୋଟି ହୋଇଛି।
ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଥିଲେ। ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବରେ ଡକୁମେଣ୍ଟେସନ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ସଂପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଉଲ୍ଲେଖନୀୟ ପଦର୍ଶନ କରି ଲୋକଙ୍କ ଜୀବନ ସୁରକ୍ଷା କରିଛନ୍ତି।
ପରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅତି କମ୍ ସମୟ ମଧ୍ୟରେ କରାଯାଇପାରିଛି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସମସ୍ତ କାର୍ଯ୍ୟର ଡକୁମେଣ୍ଟେସନ କରିବାର ଆବଶ୍ୟକତା ସଂପର୍କରେ କହିଥିଲେ। ଲ୍ୟାଣ୍ଡ ଫଲ୍ର ପୂର୍ବବର୍ତ୍ତୀ ସମୟର ପ୍ରସ୍ତୁତି, ସ୍ଥାନାନ୍ତର ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ଡକୁମେଣ୍ଟେସନ କରାଗଲେ, ଏହା ଆଗାମୀ ଦିନରେ ଆମକୁ ବାତ୍ୟା ପରିଚାଳନାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)