/odishatv-khabar/media/post_attachments/uploadimage/library/16_9/16_9_0/yass_1626178346.jpg)
yass
ଭୁବନେଶ୍ୱର : ପ୍ରବଳ ବେଗରେ ମାଡ଼ି ଆସୁଛି ବାତ୍ୟା ୟାସ୍ । ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ଆଜି ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ବାତ୍ୟା ‘ ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ୪୦ କିମି ଦୂରରେ ରହିଛି ଭୀଷଣ ସାମୁଦ୍ରିକ ବାତ୍ୟା ‘ୟାସ୍’ ।
ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ
ସେପଟେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ହେବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ସେ କହିଛନ୍ତି ଯେ, ବାତ୍ୟା ଏବେ ସମୁଦ୍ରରେ ୧୧ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଆକଳନ ଅନୁସାରେ ଦିନ ୧୦ଟା ରୁ ୧୧ ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ। ବାସୁଦେବପୁର-ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ଥିବା କହିଲେ ଏସଆରସି। ତେବେ ବାତ୍ୟା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପବନ ସାଙ୍ଗକୁ ବର୍ଷା ମଧ୍ୟ ଲାଗିରହିଛି। ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନର ବେଗ ମଧ୍ୟ ବଢିଥିବା ନେଇ ସୂଚନା ମିଳିଛି।
ବର୍ତ୍ତମାନ ବାଲେଶ୍ୱର, ସୋର, ବାହାନଗା, ଭଦ୍ରକ, ଧାମରା, ଚାନ୍ଦବାଲି, ପାରାଦୀପ, ଜଗତସିଂହପୁର, କେନ୍ଦ୍ରାପଡ଼ା, ରାଜନଗର, ଆଳି ଭଳି ଏକାଧିକ ଅଞ୍ଚଳରେ ୬୦ରୁ ୯୦ କିଲୋମିଟର୍ ବେଗରେ ପବନ ବହୁଛି। ପବନ ଓ ବର୍ଷାର ପରିମାଣ ଧିରେ ଧିରେ ଆହୁରୀ ବଢ଼ିବା ନେଇ ଆକଳନ କରାଯାଇଛି । କିଛି ସ୍ଥାନରେ ପବନର ବେଗ ୧୮୫ କିଲୋମିଟର୍ ବି ହୋଇପାରେ। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ଜୁଆର ଉଠିବ। ବାଲେଶ୍ୱର ଓ ଭଦ୍ରକରେ ୪ ମିଟର ପର୍ଯ୍ୟନ୍ତ ଜୁଆର ଉଠିବା ସମ୍ଭାବନା ରହିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ୨ରୁ ୩ ମିଟର ଜୁଆର ଉଠିପାରେ। ଆଜି ପୂର୍ଣ୍ଣିମା ଯୋଗୁଁ ଜୁଆର ଅଧିକ ଉଚ୍ଚ ଉଠିବା ସମ୍ଭାବନା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)