Advertisment

ବାତ୍ୟା 'ୟାସ୍‌' ଲ୍ୟାଣ୍ଡଫଲ୍‌ ପୂର୍ବରୁ ଅଘଟଣ: ଗଛ ପଡ଼ି ଜଣଙ୍କ ମୃତ୍ୟୁ

ଆନନ୍ଦପୁର: ଆଜି ସକାଳ ୯ଟାରେ ବାତ୍ୟା ‘ୟାସ୍‌’ ଏହାର ଲ୍ୟାଣ୍ଡଫଲ୍  ପ୍ରକ୍ରିୟା ଆରମ୍ଭ କରିଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ ବୋଲି ଏସଆରସି କହିଛନ୍ତି। ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସରିଯିବ ବୋଲି ଆଶା କରାଯାଉଛି । ତେବେ ବାତ୍ୟା ‘ୟାସ୍‌’ ଲ୍ୟାଣ୍ଡଫଲ୍‌ ପୂର୍ବରୁ ଆଜି ସକାଳେ ଅଘଟଣ ଘଟିଛି। ଚାଲି ଚାଲି ମଠକୁ ଯାଉଥିବା ବେଳେ ଜୋରରେ […]

author-image
Rajalaxmi Sahoo
ବାତ୍ୟା 'ୟାସ୍‌' ଲ୍ୟାଣ୍ଡଫଲ୍‌ ପୂର୍ବରୁ ଅଘଟଣ: ଗଛ ପଡ଼ି ଜଣଙ୍କ ମୃତ୍ୟୁ

wind

ଆନନ୍ଦପୁର: ଆଜି ସକାଳ ୯ଟାରେ ବାତ୍ୟା 'ୟାସ୍‌' ଏହାର ଲ୍ୟାଣ୍ଡଫଲ୍  ପ୍ରକ୍ରିୟା ଆରମ୍ଭ କରିଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ ବୋଲି ଏସଆରସି କହିଛନ୍ତି। ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସରିଯିବ ବୋଲି ଆଶା କରାଯାଉଛି । ତେବେ ବାତ୍ୟା 'ୟାସ୍‌' ଲ୍ୟାଣ୍ଡଫଲ୍‌ ପୂର୍ବରୁ ଆଜି ସକାଳେ ଅଘଟଣ ଘଟିଛି। ଚାଲି ଚାଲି ମଠକୁ ଯାଉଥିବା ବେଳେ ଜୋରରେ ପବନ ହେବାରୁ ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଞ୍ଚପଲ୍ଲୀ ଗାଁରେ ଏହି ଅଘଟଣ ଘଟିଛି।

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ମୃତକ ଜଣକ ହେଲେ ନୂଆଗାଁର ପୂର୍ଣ୍ଣଚନ୍ଦ୍ର ନାୟକ। ଆଜି ସକାଳେ ସେ ଚାଲି ଚାଲି ନିକଟସ୍ଥ ମଠକୁ ଯାଉଥିବା ବେଳେ ହଠାତ୍‌ ଗୋଟିଏ ଗଛ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଗତକାଲି ଠାରୁ ବାତ୍ୟା 'ୟାସ୍‌' ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହୁଛି । ଆଜି ସକାଳୁ ହରିଚନ୍ଦନପୁର ବ୍ଲକରେ ପବନର ବେଗ ବଢ଼ିଥିବା ବେଳେ ଭୀଷଣ ପବନ ଯୋଗୁଁ ରାସ୍ତା ଉପରେ ବିରାଟ ବିରାଟ ଗଛ ଉପୁଡି ପଡିଛି । ଫଳରେ ଦୈତାରୀ – ପାରାଦ୍ୱୀପ ରାସ୍ତା ଅବରୋଧ ହୋଇଛି ଓ ଯାତାୟତ ବାଧାପ୍ରାପ୍ତ ହୋଇଛି ।

Advertisment
Cyclone Yass
Advertisment
Advertisment