/odishatv-khabar/media/post_attachments/uploadimage/library/16_9/16_9_0/shutdown_1626241507.jpg)
lockdown
ଭୁବନେଶ୍ୱର: ବାତ୍ୟା ପାଇଁ ଓଡ଼ିଶାର ୧୦ ଜିଲ୍ଲାରେ ଲକ୍ଡାଉନ୍ କଟକଣା ସାମାନ୍ୟ କୋହଳ ହୋଇଛି। ଏନେଇ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ୧୦ ଜିଲ୍ଲା ହେଲା- ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା।
ଆଜି ଓ ଆସନ୍ତାକାଲି ସକାଳ ୭ରୁ ଅପରାହ୍ନ ୧ଟା ଯାଏ ଏହି ୧୦ ଜିଲ୍ଲାରେ ଦୋକାନ ଖୋଲା ରହିବ। ରାସ୍ତାକଡ଼, ଗୋଟିକିଆ ଦୋକାନ, ଓମଫେଡ୍ ଦୋକାନ ଇତ୍ୟାଦି ଅପରାହ୍ନ ୧ ଯାଏ ଖୋଲା ରହିବ।
/odishatv-khabar/media/post_attachments/wp-content/uploads/2021/05/Untitled-1-84.jpg)
ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି। ଏହାର ନାଁ ‘ୟାସ୍‘ ରହିଛି। ଆଜି ଭୋର ୫ଟା ୩୦ରେ ଏହା ବାତ୍ୟାର ରୂପ ନେଇଛି। ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣିଙ୍କ ସୂଚନା ଦେଇଛନ୍ତି। ଏହା ଆହୁରି ଘନୀଭୂତ ହେବା ସହ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି କହିଛନ୍ତି। ଏହା ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡ୍ଫଲ୍ କରିବ ବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)