/odishatv-khabar/media/post_attachments/uploadimage/library/16_9/16_9_0/cyclone-1-1_1626241566.jpg)
cyclone
ଭୁବନେଶ୍ୱର: ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା ୟାସ୍। ଆସନ୍ତାକାଲି ଭୋର ସୁଦ୍ଧା ଧାମରା ପାଖରେ ଏହା କେନ୍ଦ୍ରୀଭୂତ ହେବ ଓ ଦ୍ୱିପ୍ରହରରେ ବାତ୍ୟା ‘ୟାସ୍’ ସ୍ଥଳଭାଗ ଅତିକ୍ରମ କରିପାରେ। ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ ବୋଲି IMD ମହାନିର୍ଦ୍ଦେଶକ ମୃତ୍ଯୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଧାମରା ଓ ଚାନ୍ଦବାଲିରେ ସବୁଠାରୁ ବେଶି କ୍ଷତି ଘଟାଇପାରେ ବୋଲି ସେ କହିଛନ୍ତି।
ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ
style="text-align: justify;">ଏହାସହ ୨୬ ତାରିଖ ସକାଳୁ ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ। ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ 'ୟାସ'ର ପ୍ରଭାବ ପଡ଼ିବ। ସେହିଭଳି ଆଜି ସନ୍ଧ୍ୟା ସୁଦ୍ଧା ୟାସ୍ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି IMD ମହାନିର୍ଦ୍ଦେଶକ ଆକଳନ କରିଛନ୍ତି। ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
style="text-align: justify;">ଆଜି ଭୋରରୁ ସାମୁଦ୍ରିକ ବାତ୍ୟା ୟାସର ପ୍ରଭାବ ପୁରୀ ଜିଲ୍ଲା କୋଣାର୍କ ଓ ଅସ୍ତରଙ୍ଗ ଉପକୂଳରେ ଦେଖିବାକୁ ମିଳିଛି। ଚନ୍ଦ୍ରଭାଗା ଓ ଅସ୍ତରଙ୍ଗରେ ସମୁଦ୍ର ଅଶାନ୍ତ ଥିବା ଦେଖିବାକୁ ମିଳିଛି।
ପୂର୍ବାନୁମାନ ଅନୁଯାୟୀ, ଯଦିଓ ବାଲେଶ୍ୱର, ଜଗତସିଂହପୁର ଠାରୁ ପୁରୀ ଜିଲ୍ଲାକୁ ବାତ୍ୟା ‘ୟାସ୍’ର ପ୍ରଭାବ ଅପେକ୍ଷାକୃତ କମ ରହିଛି, କିନ୍ତୁ କୋଣାର୍କ ଏନଏସି , ଗୋପ ବ୍ଲକ, କାକଟପୁର ଓ ଅସ୍ତରଙ୍ଗ ବ୍ଲକ ପ୍ରଶାସନ ସଜାଗ ରହିଛି। ‘ୟାସ୍’ ଭଳି ସାମୁଦ୍ରିକ ବାତ୍ୟାକୁ ସାମ୍ନା କରିବା ପାଇଁ ଅସ୍ତରଙ୍ଗରେ ୩୦ ଜଣିଆ ଏକ ଓଡ୍ରାଫ ଟିମ ପହଞ୍ଚିଛି। ବର୍ଷା ପବନ ଧୀରେ ଧୀରେ ବଢିବାକୁ ଲାଗୁଥିବାରୁ ଆବଶ୍ୟକ ସ୍ଥଳେ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)