/odishatv-khabar/media/post_attachments/uploadimage/library/16_9/16_9_0/toofan_1626428802.jpg)
toofan
ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ର ତାଣ୍ଡବ ପରେ ଉପକୂଳ ଓଡ଼ିଶା ଧୀରେ ଧୀରେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛି। ବିଶେଷ କରି ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ସାଷ୍ଟାମ ହେବାକୁ ଚେଷ୍ଟା କରୁଛି। କିନ୍ତୁ ସ୍ଥିତି ସ୍ୱାଭାବିକ ହୋଇ ନାହିଁ। ଏବେ ବି ଲୋକଙ୍କ ପାଖରେ ପାଣି କି ବିଜୁଳି ପହଞ୍ଚି ନାହିଁ।
ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। କେଉଁଠି ତାର ଉପରେ ଗଛ ପଡ଼ିଛି, ତ ଆଉ କେଉଁଠି ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ମାଟିରେ ପଡ଼ିଛି। ଫଳରେ ବିଦ୍ୟୁତ୍ ଯୋଗାଣ ଅଭାବରୁ ଅତ୍ୟାବଶ୍ୟକ ସେବା ଗୁରୁତର ପ୍ରଭାବିତ ହୋଇଛି। ତେବେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଚାଲିଛି।
ଅନ୍ୟପକ୍ଷେ, ପାଣି ଟୋପାଏ ପାଇଁ ଲୋକମାନେ ହାହାକାର ହେଉଛନ୍ତି। ଗରା, ବାଲ୍ଟି ଧରି କୂଅ, ନଳକୂପ ସାମ୍ନାରେ ଲୋକଙ୍କ ଲମ୍ବା ଲାଇନ୍ରେ ଲୋକମାନେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଅସହ୍ୟ ଗୁଳୁଗୁଳି ଓ ଗରମରେ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଏଥିସହ ଫୋନିରେ ଚାଷୀଙ୍କ ବ୍ୟାପକ ଫସଲ ବି ନଷ୍ଟ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)