Advertisment

ଦୁଇ ମାସରେ ୧.୩ କୋଟି ଲୁଟି ନେଲେ ସାଇବର ଲୁଟେରା

ଭୁୁବନେଶ୍ୱରରୁ ଦୁଇ ମାସରେ କୋଟିଏ ୩ ଲକ୍ଷ ଟଙ୍କା ଲୁଟ୍ ଫେବ୍ରୁଆରି ମାସରେ ଭୁବନେଶ୍ୱରରୁ ୫୧ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ଫେବ୍ରୁଆରିରେ ଲୋକେ ଫେରି ପାଇଛନ୍ତି ୬ ଲକ୍ଷ ୮୫ ହଜାର ୮୪୭ ଟଙ୍କା ସାଇବର୍ ସେଲର ତତ୍ପରତା ଯୋଗୁଁ ଲୋକେ ଫେରି ପାଇଛନ୍ତି ଟଙ୍କା ଅଭିଯୋଗ ସଂଖ୍ୟା କମିଥିଲେ ବି ଠକେଇର ନୂଆ ତରିକାକୁ ନେଇ ଚିନ୍ତା ଭୁବନେଶ୍ୱର :  ସାଇବର ଠକେଇକୁ ନେଇ ବଢୁଛି ଚିନ୍ତା  । ରାଜଧାନୀ ଭୁୁବନେଶ୍ୱରରୁ  ଦୁଇ ମାସରେ […]

author-image
Prangyan Parimita
ଦୁଇ ମାସରେ ୧.୩ କୋଟି ଲୁଟି ନେଲେ ସାଇବର ଲୁଟେରା

CYBER loot

ଭୁୁବନେଶ୍ୱରରୁ ଦୁଇ ମାସରେ କୋଟିଏ ୩ ଲକ୍ଷ ଟଙ୍କା ଲୁଟ୍
ଫେବ୍ରୁଆରି ମାସରେ ଭୁବନେଶ୍ୱରରୁ ୫୧ ଲକ୍ଷରୁ ଅଧିକ ଟଙ୍କା ଲୁଟ୍
ଫେବ୍ରୁଆରିରେ ଲୋକେ ଫେରି ପାଇଛନ୍ତି ୬ ଲକ୍ଷ ୮୫ ହଜାର ୮୪୭ ଟଙ୍କା
ସାଇବର୍ ସେଲର ତତ୍ପରତା ଯୋଗୁଁ ଲୋକେ ଫେରି ପାଇଛନ୍ତି ଟଙ୍କା
ଅଭିଯୋଗ ସଂଖ୍ୟା କମିଥିଲେ ବି ଠକେଇର ନୂଆ ତରିକାକୁ ନେଇ ଚିନ୍ତା

Advertisment

ଭୁବନେଶ୍ୱର :  ସାଇବର ଠକେଇକୁ ନେଇ ବଢୁଛି ଚିନ୍ତା  । ରାଜଧାନୀ ଭୁୁବନେଶ୍ୱରରୁ  ଦୁଇ ମାସରେ ସାଇବର ଠକ ଲୁଟି ନେଇଛନ୍ତି କୋଟିଏ ୩ ଲକ୍ଷ ଟଙ୍କା  । କେବଳ ଫେବ୍ରୁଆରି ମାସରେ ଭୁବନେଶ୍ୱରରୁ ୫୧ ଲକ୍ଷ ୩୯ ହଜାର ୯୮୯ ଟଙ୍କା ଲୁଟି ନେଇଛନ୍ତି ଠକ । ତେବେ ସାଇବର୍ ସେଲର ତତ୍ପରତା ଯୋଗୁଁ ଫେବ୍ରୁଆରି ମାସରେ ଲୋକେ ଫେରି ପାଇଛନ୍ତି ୬ ଲକ୍ଷ ୮୫ ହଜାର ୮୪୭ ଟଙ୍କା । ପୂର୍ବରୁ ଆସୁଥିବା ଅଭିଯୋଗ ସଂଖ୍ୟା କମିଥିଲେ ବି ସାଇବର୍ ଠକଙ୍କ ନୂଆ ତରିକାକୁ ନେଇ ଚିନ୍ତାରେ ପୋଲିସ ।

ସାଇବର ସେଲ୍ ଖୋଲିବାର ପ୍ରଥମ ମାସରେ ମୋଟ ୧୨ ଶହ ୭ଟି ଅଭିଯୋଗ ଆସିଥିଲା । ଏଥି ମଧ୍ୟରୁ ଭୁବନେଶ୍ୱରରୁ ୩୬୮ଟି କଲ୍ ଆସିଥିଲା । ଫେବ୍ରୁଆରିରେ ସମୁଦାୟ ୭୮୪ଟି କଲ୍ ଆସିଥିବାବେଳେ ଏଥିରେ ଭୁବନେଶ୍ୱରରୁ ୩୨୨ଟି ଏବଂ ଭୁବନେଶ୍ୱରରୁ ବାହାରୁ ୪୬୨ଟି କଲ୍ ଆସିଛି । ତେବେ ଫେବ୍ରୁଆରିରେ ଅଭିଯୋଗ ସଂଖ୍ୟା କମିଥିଲେ ମଧ୍ୟ ଠକେଇ ପରିମାଣ କମି ନାହିଁ ଲୋକେ ଏଥିଲାଗି ସଚେତନ ହେବା ଜରୁରୀ ବୋଲି ପୋଲିସ କହିଛି ।

Advertisment

ସୂଚନାଯୋଗ୍ୟ ଗତକାଲି ଅନଲାଇନରେ ଗାଈ ବିକିବାକୁ ଯାଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି ଭୁବନେଶ୍ୱରର ଜଣେ ଯୁବକ । ଦେବାଶିଷ ସାହୁ ଅନଲାଇନରେ ଗାଈ ବିକ୍ରି କରିବାକୁ କ୍ରିଷି ଫାଏ ଆପରେ ଗତ ୧ ତାରିଖରେ ବିଜ୍ଞାପନ ଦେଇଥିଲେ। କିଛି ଘଂଟା ଭିତରେ ଦେବାଶିଷଙ୍କୁ ମନଜିତ୍ ନାଁରେ ଏକ ଫୋନ ଆସିଥିଲା ଏବଂ ସେ ଗାଈ କିଣିବାକୁ ଚାହିଁଥିଲେ। ୨୦ ହଜାର ଟଙ୍କାରେ ଡିଲ୍ ଫାଇନାଲ ହେଲା। ଦେବାଶିଷଙ୍କ ପାଖକୁ QR କୋଡ୍ ମାଧ୍ୟମରେ ପ୍ରଥମେ ୫ ଟଙ୍କା ପଠାଇଥିଲା ଆଉ ତାକୁ ସ୍କାନ କରିବା ପରେ ଆକାଉଣ୍ଟକୁ ଟଙ୍କା ଆସିଯାଇଥିଲା। ଏହାପରେ ଲୁଟେରା ପଠାଇଥିଲା ଆଉ ଏକ QR କୋଡ୍। ତେବେ ଦେବାଶିଷ ଏହାକୁ ସ୍କାନ କରିବା ପରେ ଟଙ୍କା ଆସିବା ବଦଳରେ ତାଙ୍କ ଆକାଉଣ୍ଟରୁ କଟିଯାଇଥିଲା ୨୦ ହଜାର। ଏହାପରେ ଟେକ୍ନିକାଲ୍ ତ୍ରୁଟି ହୋଇଥିବା କହି ୫ ଥରରେ ଲକ୍ଷେ ଟଙ୍କା ଠକି ନେଇଥିଲା ସାଇବର ଲୁଟେରା। 

Bhubaneswar News Today
Advertisment
Advertisment