Advertisment

A Soldier’s Final Salute: ଶେଷ ବିଛଣାରେ ବାପା, ଲୁହ ଗଡ଼ାଇଲାନି ସାହସୀ ପୁଅ

କୋହଭାରା ଛାତି ଆଉ ଓଦା ଓଦା ଆଖିରେ  ଜଣେ ବୀର ଯୋଦ୍ଧାଙ୍କୁ ଶେଷ ବିଦାୟ । ଆସାମ ରାଇଫଲରେ କାର୍ଯ୍ୟରତ ହାବିଲଦାର ଶ୍ୟାମ ସୁନ୍ଦର କରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଗତ ଦୁଇ ତାରିଖରେ ସେ ଅସୁସ୍ଥ ହୋଇ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ ।

author-image
Manas Ranjan Mohanty
JAWAN-DEAD-BODY

JAWAN-DEAD-BODY Photograph: (OTV)

ବାପା ଛେଉଣ୍ଡ ପୁଅଟାର ଅଦମ୍ୟ ସାହାସ । ଆଖିରୁ ଦୁଇ ଟୋପା ଲୁହକୁ ଗଡ଼ିବାକୁ ଦେଉନି ଅନୁମତି । ଆଉ ପତ୍ନୀ ବି ନିଜକୁ ପଥର କରି ବୀର ସ୍ବାମୀଙ୍କୁ ବିଦାୟ ଦେଉଛନ୍ତି । କାହା ଆଖିରେ ଲୁହ ଗୁଡ଼ା ବୋଲ ମାନୁନି । ତଥାପି ପରିବାର, ପତ୍ନୀ, ପୁଅ ଓ ଆତ୍ମୀୟ ସ୍ବଜନ ସମସ୍ତେ ଏ ଭାରତ ମା’ର ପୁଅଟାକୁ ସାଲୁଟ୍ କରୁଛନ୍ତି । ସବୁ କିଛି ସରି ସାରିଛି… ପରିବାରର ମେରୁ ଦଣ୍ଡ ଭାଙ୍ଗିପଡ଼ି ମଥାରୁ ସିନ୍ଦୂର ଲିଭି ସାରିଛି । ତଥାପି ଯେମିତି ସ୍ବାମୀ ସବୁବେଳେ ବୀରତ୍ବର ସାହସ ଦେଖାଇ ଆସୁଥିଲେ, ପତ୍ନୀ ବି ଶେଷ ସମୟରେ ସେହି ସାହାସକୁ ବଜାୟ ରଖିଛନ୍ତି । ମନ ଭିତରୁ ଧୈର୍ଯ୍ୟର ବନ୍ଧ ନଭାଙ୍ଗି, ନିଜର ଶଙ୍ଖା ସିନ୍ଦୂରକୁ ଟିକଏ ମନଉଣା କରିଦେଇ ବିଦାୟ ଦେଉଛନ୍ତି । 

Advertisment

କୋହଭାରା ଛାତି ଆଉ ଓଦା ଓଦା ଆଖିରେ  ଜଣେ ବୀର ଯୋଦ୍ଧାଙ୍କୁ ଶେଷ ବିଦାୟ । ଆସାମ ରାଇଫଲରେ କାର୍ଯ୍ୟରତ ହାବିଲଦାର ଶ୍ୟାମ ସୁନ୍ଦର କରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଗତ ଦୁଇ ତାରିଖରେ ସେ ଅସୁସ୍ଥ ହୋଇ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜବଲପୁର ମିଲିଟାରି କଲେଜ ଅଫ ମ୍ୟାଟେରିଆଲ ମ୍ୟାନେଜମେଣ୍ଟରେ କାର୍ଯ୍ୟରତ ଥିଲେ । ତେବେ ଶ୍ୟାମ ସୁନ୍ଦରଙ୍କ ଘର ପୁରୀ ଜିଲ୍ଲା କପିଳେଶ୍ୱରପୁରରେ ହୋଇଥିବା ବେଳେ ତାଙ୍କର ପ୍ରାର୍ଥିବ ଶରୀର ଭୁବନେଶ୍ୱର ବିମନ ବନ୍ଦରରେ ପହଞ୍ଚିଛି । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ତେବେ ପୁରୀ ଜିଲ୍ଲା କପିଳେଶ୍ୱରପୁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ଶ୍ୟାମ ସୁନ୍ଦରଙ୍କୁ ହରାଇ ଭାଙ୍ଗି ପଡ଼ିଛି ପରିବାର ।ଆଉ ପୂରା କପିଳେଶ୍ୱରପୁର ଶୋକାକୂଳ ହୋଇଛି । 

Advertisment