/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error749-1_1626088176.jpg)
ctc
କଟକ: କଟକରେ ଏକ ନକଲି ତେଲ କାରଖାନା ଠାବ ହୋଇଛି। ସଦର ଥାନା ଅନ୍ତର୍ଗତ ଫୁଲନଖରାର ବମ୍ଫକୁଦ ଅଞ୍ଚଳରୁ ପୁଲିସ୍ ଆଜି ଏକ ନକଲି ତେଲ କାରଖାନାକୁ ଠାବ କରିଛି।
Advertisment
ଆଜି ସକାଳେ ଉକ୍ତ କାରଖାନାରେ ପୁଲିସ୍ ଚଢାଉ କରି ୩୦ହଜାର ଲିଟର ନକଲି ଖାଇବା ତେଲ ଜବତ କରିଛି। ବିଭିନ୍ନ କମ୍ପାନୀର ଲୋଗ ଲଗାଯାଇ ଏଠାରୁ ନକଲି ତେଲ ବଜାରକୁ ଛଡାଯାଉଥିବା ସୂଚନା ମିଳିଛି।
/odishatv-khabar/media/post_attachments/wp-content/uploads/2019/08/vlcsnap-error319.png)
କାରଖାନାରେ ନକଲି ଖାଇବା ତେଲ ତିଆରି କରାଯାଉଥିବା ଜଣାପଡ଼ିଛି। ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭଦ୍ରକ, କଟକ ସମେତ ବାହାର ରାଜ୍ୟକୁ ଏହି ନକଲି ତେଲ ଚାଲାଣ କରାଯାଉଥିବା ସୂଚନା ମିଳିଛି। ବିଶେଷକରି ଏହି କମ୍ପାନୀ ପାଓ୍ୱାର, ସିପ୍, ଖୁସି ଗୋଲ୍ଡ, ଓମ୍, ହ୍ୱାଇଟ୍ ହାଉସ ଆଦି ବ୍ରାଣ୍ଡ୍ର ତେଲ ବ୍ରିକ୍ରି କରୁଥିଲା। ଘଟଣାସ୍ଥଳରୁ ପୁଲିସ୍ ଏକ ଟ୍ରକ୍ ମଧ୍ୟ ଜବତ କରିଛି।
Advertisment
/odishatv-khabar/media/post_attachments/wp-content/uploads/2019/08/ctc.jpg)
ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ୍ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)