Advertisment

ମହାନଦୀ ବସ୍ ଟ୍ରାଜେଡି : ମୃତକଙ୍କ ପରିବାରରେ ଶୋକର ଛାୟା

କଟକ : ପଞ୍ଚଭୂତରେ ବିଲୀନ ହୋଇଯାଇଛି କଟକ ହୋଲିପୁର ଗାଁର ବସନ୍ତ ପ୍ରଧାନଙ୍କ ମରଶରୀର। ଚାକିରୀ କରୁଥିଲେ ଅନୁଗୁଳରେ। ପୁଅର ଦେହ ଭଲ ନଥିବାରୁ ଘରକୁ ଫେରୁଥିଲେ ବସ୍‌ରେ। ହେଲେ ମହାନଦୀର ମର୍ମନ୍ତୁଦ ଦୁର୍ଘଟଣାରେ ଅାଖି ବୁଜିଲେ ସବୁଦିନ ପାଇଁ। ଅାଉ ଏପଟେ ଏମ୍‌ଟେକ୍‌ରେ ଅାଡମିଶନ ପାଇଁ ସାର୍ଟିଫିକେଟ ଧରି ଘରକୁ ଫେରୁଥିଲେ ନୟାଗଡ଼ର ସୌମ୍ୟରଂଜନ ସାହୁ। ହେଲେ ସେ ଫେରିଲେନି। ବରଂ ଫେରିଛି ତାଙ୍କ ମୃତଦେହ। ଏମିତି ମୃତ୍ୟୁର ବିଭୀଷିକାରେ ଅାରପାରିକୁ ଚାଲିଗଲେ ୧୦ ଜଣ। […]

author-image
Pradesh Pratyush
ମହାନଦୀ ବସ୍ ଟ୍ରାଜେଡି : ମୃତକଙ୍କ ପରିବାରରେ ଶୋକର ଛାୟା

bus-tragedy-up

କଟକ : ପଞ୍ଚଭୂତରେ ବିଲୀନ ହୋଇଯାଇଛି କଟକ ହୋଲିପୁର ଗାଁର ବସନ୍ତ ପ୍ରଧାନଙ୍କ ମରଶରୀର। ଚାକିରୀ କରୁଥିଲେ ଅନୁଗୁଳରେ। ପୁଅର ଦେହ ଭଲ ନଥିବାରୁ ଘରକୁ ଫେରୁଥିଲେ ବସ୍‌ରେ। ହେଲେ ମହାନଦୀର ମର୍ମନ୍ତୁଦ ଦୁର୍ଘଟଣାରେ ଅାଖି ବୁଜିଲେ ସବୁଦିନ ପାଇଁ।

Advertisment

ଅାଉ ଏପଟେ ଏମ୍‌ଟେକ୍‌ରେ ଅାଡମିଶନ ପାଇଁ ସାର୍ଟିଫିକେଟ ଧରି ଘରକୁ ଫେରୁଥିଲେ ନୟାଗଡ଼ର ସୌମ୍ୟରଂଜନ ସାହୁ। ହେଲେ ସେ ଫେରିଲେନି। ବରଂ ଫେରିଛି ତାଙ୍କ ମୃତଦେହ। ଏମିତି ମୃତ୍ୟୁର ବିଭୀଷିକାରେ ଅାରପାରିକୁ ଚାଲିଗଲେ ୧୦ ଜଣ।

ବର୍ତ୍ତିଗଲେ ୫୦ ଜଣ ଯାତ୍ରୀ। ସେମାନଙ୍କ ମଧ୍ୟରୁ ୮ ଜଣ ବିଭିନ୍ନ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବାବେଳେ ଅନ୍ୟ ଅାହତ ଯାତ୍ରୀମାନେ ଏସ୍‌ସିବି ମେଡ଼ିକାଲ୍‌ରେ ଚିକିତ୍ସାଧିନ ଅଛନ୍ତି। ମୃତକ ମାନେ ହେଲେ ତାଳଚେରର ଅନୀତା ଅାଚାର୍ଯ୍ୟ, କଟକ ହୋଲିପୁର ବସନ୍ତ କୁମାର ପ୍ରଧାନ, ନରସିଂହପୁରର ଅଶ୍ୱିନୀ କୁମାର ବେହେରା, ବାଲେଶ୍ୱର ପାଇକାସ୍ତା ଗାଁର ମାନସ ତ୍ରିପାଠୀ, ରାଉରକେଲାର ସନ୍ତୋଷ କୁମାର ଦାସ, ଢେଙ୍କାନାଳ ମୋଟଗାଁର ମୀନତି ବେହେରା, ନୟାଗଡ଼ର ସୌମ୍ୟରଂଜନ ସାହୁ ପ୍ରମୁଖ। ସମସ୍ତଙ୍କ ମୃତଦେହ ଗୁଡ଼ିକ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Advertisment

ତେବେ ଦୁର୍ଘଟଣାର ଅାରମ୍ଭ ହୋଇଛି କାରଣ ଖୋଜା। ଅାଇସିୟୁରେ ଥିବା ବସ୍ ଡ୍ରାଇଭର ଖଗେଶ୍ୱର ମୁଦୁଲିଙ୍କ ନାଁରେ ନିଜ ଅାଡୁ ଜଗତପୁର ଥାନାରେ ମାମଲା ରୁଜୁ କରିଛି ପୁଲିସ।

ତାସହ ଏମ୍‌ଭିଅାଇଙ୍କ ନେତୃତ୍ୱରେ ଏକ ୩ ଜଣିଅା କମିଟି ଗଠନ କରାଯାଇଛି। ତେବେ ଏହି ଦୁର୍ଘଟଣାଗସ୍ତ ବସ୍‌ର ମାଲିକ ହେଉଛନ୍ତି ତାଳଚେରର ଶ୍ରୀକାନ୍ତ କୁମାର ପାଣି। ସୂଚନା ଅନୁସାରେ ବସ୍‌ର ଫିଟ୍‌ନେସ୍ ଏବଂ ତାର ଅବଧି ଠିକ୍‌ଠାକ୍‌ ଥିଲା। କୁହାଯାଉଛି ବସ୍‌ଟି ଦ୍ରୁତଗତିରେ ଆସୁଥିବାବେଳେ ବ୍ରିଜ୍ ଉପରେ ମଇଁଷି ସହ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା।

ସେପଟେ ଦୁର୍ଘଟଣା ପରେ ଚେତାପଶିଛି କମିଶନରେଟ୍ ପୁଲିସର। ଏଣିକି ରାସ୍ତା ଉପରେ ଗୋରୁଗାଈଙ୍କ ଗତିବିଧିକୁ ନିୟନ୍ତ୍ରଣ କରିବାକୁ ସିଏମ୍‌ସି ଏବଂ ବିଏମ୍‌ସିକୁ କୁହାଯିବ ବୋଲି କହିଛନ୍ତି ପୁଲିସ କମିଶନର।

ଗତକାଲି ସଂଧ୍ୟା ପ୍ରାୟ ୬ଟାରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା। ଅାଜି ଏସ୍‌ସିବି ମେଡିକାଲ୍‌କୁ ଯାଇ ଅାହତଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍।

Advertisment
Advertisment