Advertisment

ଆଜିଠୁ ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର

ଆଜିଠୁ ରିମାଣ୍ଡରେ ହାଇଦର ରିମାଣ୍ଡରେ ନେଇ ସତ ଉଗାଳିବ କଟକ ମଙ୍ଗଳାବାଗ ପୋଲିସ କାଲି ୩ ଯୁବତୀ ଓ ୮ ସହଯୋଗୀଙ୍କୁ ଜେରା କରାଯାଇଥିଲା  କଟକ : ଆଜି ଠାରୁ ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର । ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେଇ ସତ ଉଗାଳିବ କଟକ ମଙ୍ଗଳାବାଗ ପୋଲିସ  । ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ୍ । ହେଲେ କଟକ ସିଟି JMFC କୋର୍ଟ ୭ ଦିନ […]

author-image
Prangyan Parimita
ଆଜିଠୁ ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର

haider

  • ଆଜିଠୁ ରିମାଣ୍ଡରେ ହାଇଦର
  • ରିମାଣ୍ଡରେ ନେଇ ସତ ଉଗାଳିବ କଟକ ମଙ୍ଗଳାବାଗ ପୋଲିସ
  • କାଲି ୩ ଯୁବତୀ ଓ ୮ ସହଯୋଗୀଙ୍କୁ ଜେରା କରାଯାଇଥିଲା 
Advertisment

କଟକ : ଆଜି ଠାରୁ ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର । ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେଇ ସତ ଉଗାଳିବ କଟକ ମଙ୍ଗଳାବାଗ ପୋଲିସ  । ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ୍ । ହେଲେ କଟକ ସିଟି JMFC କୋର୍ଟ ୭ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଏସସିବିରୁ ଚମ୍ପଟ ମାରିଲା, ଏତେ କମ୍ ସମୟ ଭିତରେ କିପରି ହାଇଦ୍ରାବାଦ ଖସି ପଳାଇବାରେ ସକ୍ଷମ ହେଲା, ସେସବୁର ଉତ୍ତର ଆଦାୟ କରିବ ପୋଲିସ  । ଗତକାଲି କଡ଼ା କଟକଣା ମଧ୍ୟରେ ପୋଲିସ ତାକୁ ଚୌଦ୍ୱାର ଜେଲକୁ ନେଇଥିଲା । ତାସହ ହାଇଦର ଲିଙ୍କରେ ଧରାପଡ଼ିଥିବା ୩ ଯୁବତୀଙ୍କ ସହ ୮ ସହଯୋଗୀଙ୍କୁ ବି ଜେରା କରିଥିଲା ପୋଲିସ ।

ପୋଲିସକୁ ଚକ୍‌ମା ଦେଇ ଏପ୍ରିଲ ୧୦ ତାରିଖରେ କଟକ ଏସ୍‌ସିବି ମେଡିକାଲରୁ ଖସି ପଳାଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦର। ନିଜକୁ ଲୁଚେଇବା ପାଇଁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ପ୍ରାୟ ଏକୁଟିଆ ବୁଲୁଥିଲା । ୧୨୦ ଘଣ୍ଟାର ଅପରେସନ ପରେ ଶେଷରେ ଗୁରୁବାର  ବେଳେ ଧରାପଡ଼ିଥିଲା ହାଇଦର। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ତାକୁ ଗିରଫ କରିଥିଲା। 

Advertisment

ତେବେ ହାଇଦର କିପରି ଡାକ୍ତରଖାନାରୁ ଫେରାର ହେଲା ? ଫେରାର ପଛରେ କାହା ହାତ ଥିଲା ? ଏନେଇ ଶୁକ୍ରବାର ତଥ୍ୟ ରଖିଛନ୍ତି କମିଶନରେଟ ପୋଲିସ। ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ, ଏସ୍‌ସିବି ମେଡିକାଲ୍‌ରୁ ଏକ ଗାଡ଼ିରେ ଫେରାର ହୋଇଥିଲା ହାଇଦର୍। କଟକରୁ ବାହାରି ଆନ୍ଧ୍ର ଦେଇ ତେଲେଙ୍ଗାନାକୁ ପଲାଇଥିଲା। ଏସ୍‌ସିବିରୁ ଚମ୍ପଟ୍ ମାରିବାର ୩ ଘଣ୍ଟା ପରେ କମିଶନରେଟ୍ ପୋଲିସ୍‌କୁ ଖବର ଦିଆଯାଇଥିଲା। ଯାହା ହାଇଦରକୁ ଧରିବାରେ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

ହାଇଦ୍ରାବାଦ୍‌ରେ ହାଇଦରର ପୁଅ ରହୁଥିବାରୁ ଏ ଦିଗରେ ସନ୍ଦେହ ବଢ଼ିଥିଲା। ଏହାପରେ ବାଦାମବାଡ଼ି, ଚାଉଳିଆଗଞ୍ଜ ଥାନା ଆଇଆଇସି ତେଲେଙ୍ଗାନାରେ ତଦନ୍ତ କରିଥିଲେ। ମଟର୍ ସାଇକେଲ୍‌ରେ ତେଲେଙ୍ଗାନାରେ ହାଇଦର ଚଳପ୍ରଚଳ କରୁଥିବା ଖବର ମିଳିଥିଲା। ସାଇବର୍ ଟିମ୍‌ର ସହାୟତରେ ହାଇଦରର ସଠିକ୍ ଠିକଣା ଜଣାପଡ଼ିଥିଲା। ପରେ ହାଇଦ୍ରାବାଦ୍ ପୋଲିସ୍ ସହାୟତରେ ହାଇଦରକୁ ଟ୍ରାପ୍ କରାଯାଇଥିଲା।

ଅନ୍ୟପଟେ ହାଇଦର ଗିରଫ ହେବା ପରେ ମୁହଁ ଖୋଲିଛନ୍ତି ହାଇଦରର ପତ୍ନୀ ହାସିନା ବିବି। ହାସିନା କହିଛନ୍ତି,  ହାଇଦର ଚିକିତ୍ସା ବେଳେ ଡାକ୍ତରଖାନାରୁ ପଳାଇଥିଲେ । ଏଥିରେ ତାଙ୍କ ପୁଅ କି ଜ୍ୱାଇଁଙ୍କର କୌଣସି ଭୂମିକା ନାହିଁ । ଏପରିକି ହାଇଦର ଫେରାର ହେବା ଘଟଣା ଆମେ ଜାଣି ନ ଥିଲୁ। ଟିଭିରୁ ଦେଖି ସେ ପଳାଇ ଯାଇଥିବା ଜାଣିଲୁ ବୋଲି କହିଛନ୍ତି ହାସିନା ।

Gangster Hyder
Advertisment
Advertisment