Advertisment

ପୋଲିସ ହେପାଜତରେ ଥିବା ଅଭିଯୁକ୍ତର ମୃତ୍ୟୁ,  ଥାନାରେ ଗାଁଲୋକଙ୍କ ଲଙ୍କାକାଣ୍ଡ

ନବରଙ୍ଗପୁର: ଅଭିଯୁକ୍ତକୁ ଉଠାଇ ନେଇ ପୁଲିସ୍‌ ମାରି ଦେଇଥିବା ଅଭିଯୋଗରେ ଗାଁ ଲୋକେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନାରେ ଭଙ୍ଗାରୁଜା କରିଛନ୍ତି। ତେବେ ପରିସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ୍‌ ଲାଠିଚାର୍ଜ କରିବା ସହ ଗାଁରେ ଫ୍ଲାଗମାର୍ଚ୍ଚ କରିଛି। ଗତକାଲି ଖୁଟିଗୁଡ଼ା ସାପ୍ତାହିକ ହାଟରେ କୁକୁଡ଼ା ଲଢ଼େଇ ଚାଲିଥିବାବେଳେ ବଡ଼ପଞ୍ଜୁରିଆ ଗାଁର କମଳୁ ହରିଜନ ଓ ଖୁଟୁଗାଁର ଗୋବର୍ଦ୍ଧନ ବିନ୍ଧାଣୀଙ୍କୁ ପୁଲିସ ଉଠାଇ ନେଇଥିଲା। ପରେ ବିଳମ୍ବିତ ରାତିରେ ପୁଲିସ୍‌ ଆସି ଗୋବର୍ଦ୍ଧନଙ୍କ ସ୍ତ୍ରୀ ଓ ଝିଅଙ୍କୁ ନେଇ […]

author-image
Mihir Pattnayak
ପୋଲିସ ହେପାଜତରେ ଥିବା ଅଭିଯୁକ୍ତର ମୃତ୍ୟୁ,  ଥାନାରେ ଗାଁଲୋକଙ୍କ ଲଙ୍କାକାଣ୍ଡ

pf

ନବରଙ୍ଗପୁର: ଅଭିଯୁକ୍ତକୁ ଉଠାଇ ନେଇ ପୁଲିସ୍‌ ମାରି ଦେଇଥିବା ଅଭିଯୋଗରେ ଗାଁ ଲୋକେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନାରେ ଭଙ୍ଗାରୁଜା କରିଛନ୍ତି। ତେବେ ପରିସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ୍‌ ଲାଠିଚାର୍ଜ କରିବା ସହ ଗାଁରେ ଫ୍ଲାଗମାର୍ଚ୍ଚ କରିଛି।

Advertisment

ଗତକାଲି ଖୁଟିଗୁଡ଼ା ସାପ୍ତାହିକ ହାଟରେ କୁକୁଡ଼ା ଲଢ଼େଇ ଚାଲିଥିବାବେଳେ ବଡ଼ପଞ୍ଜୁରିଆ ଗାଁର କମଳୁ ହରିଜନ ଓ ଖୁଟୁଗାଁର ଗୋବର୍ଦ୍ଧନ ବିନ୍ଧାଣୀଙ୍କୁ ପୁଲିସ ଉଠାଇ ନେଇଥିଲା। ପରେ ବିଳମ୍ବିତ ରାତିରେ ପୁଲିସ୍‌ ଆସି ଗୋବର୍ଦ୍ଧନଙ୍କ ସ୍ତ୍ରୀ ଓ ଝିଅଙ୍କୁ ନେଇ ଯାଇଥିଲା। ଆଜି ସକାଳେ ଗାଁ ଲୋକେ କମଳୁକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଠାବ କରିଥିଲେ।

କମଲୁର କହିବା ଅନୁସାରେ, ଦୁହେଁ ଥାନାରେ ପାଣି ମାଗିବାରୁ ପୁଲିସ ସେମାନଙ୍କୁ ନିସ୍ତୁକ ପିଟିଥିଲା। ଗୋବର୍ଦ୍ଧନ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment

ସକାଳୁ ଗୋବର୍ଦ୍ଧନ କିମ୍ବା ତାଙ୍କ ସ୍ତ୍ରୀ ଓ ଝିଅଙ୍କର କୌଣସି ପତ୍ତା ମିଳି ନଥିବା ବେଳେ ଅପରାହ୍ଣରେ ପୁଲିସ୍ ମୁହଁ ଖୋଲିଥିଲା। ଏଏସ୍‌ପି ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛନ୍ତି।

ସେ କହିଛନ୍ତି,“ରାତିରେ ଗୋବର୍ଦ୍ଧନ ଦେହ ଖରାପ ଲାଗୁଥିବା କହିଥିଲେ। ତାଙ୍କୁ କୋଷାଗୁମୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ପରେ ନବରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଭାଇଜାଗ୍ ପଠାଯାଇଥିଲା। ଭାଇଜାଗ୍‌ରେ ଡାକ୍ତର ଗୋବର୍ଦ୍ଧନକୁ ମୃତ ଘୋଷଣା କରିଥିଲେ। ଏଘଟଣାର ତଦନ୍ତ ହେବ ଏବଂ ଦୋଷୀକୁ ଦଣ୍ଡ ମିଳିବ।”

Left Top
Advertisment
Advertisment