Advertisment

ନାଗାର୍ଜୁନ ବେଶ ପ୍ରସ୍ତୁତି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ଏଥର ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଓଲାଗି ପରେ ସାଧାରଣ ଦର୍ଶନାର୍ଥୀଙ୍କ ଉଦ୍ଦେଶ୍ୟରେ ଏହାକୁ ଶ୍ରୀମନ୍ଦିର ମ୍ୟୁଜିୟମରେ ସୁରକ୍ଷିତ ରଖାଯାଉ ବୋଲି ଦାବି ହୋଇଛି। ଚଳତି ବର୍ଷ କରୋନା କଟକଣା ଯୋଗୁଁ ଭକ୍ତମାନେ ଠାକୁରଙ୍କ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବେ। ପରେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନେ ଯେପରି ପରେ ଏହାକୁ ଦେଖିପାରିବେ, ସେଥିପାଇଁ ବେଶକୁ ମ୍ୟୁଜିୟମରେ ରଖାଯାଉ ବୋଲି ବେଶ ପ୍ରଦାନକାରୀ ସେବାୟତମାନେ ଦାବି କରିଛନ୍ତି। ସେପଟେ ବେଶ ଓଲାଗି ପରେ ଏହା କେଉଁ […]

author-image
Abinash Pati
ନାଗାର୍ଜୁନ ବେଶ ପ୍ରସ୍ତୁତି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

prem-chndra-choudhury

ପୁରୀ: ଏଥର ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଓଲାଗି ପରେ ସାଧାରଣ ଦର୍ଶନାର୍ଥୀଙ୍କ ଉଦ୍ଦେଶ୍ୟରେ ଏହାକୁ ଶ୍ରୀମନ୍ଦିର ମ୍ୟୁଜିୟମରେ ସୁରକ୍ଷିତ ରଖାଯାଉ ବୋଲି ଦାବି ହୋଇଛି। ଚଳତି ବର୍ଷ କରୋନା କଟକଣା ଯୋଗୁଁ ଭକ୍ତମାନେ ଠାକୁରଙ୍କ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବେ। ପରେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନେ ଯେପରି ପରେ ଏହାକୁ ଦେଖିପାରିବେ, ସେଥିପାଇଁ ବେଶକୁ ମ୍ୟୁଜିୟମରେ ରଖାଯାଉ ବୋଲି ବେଶ ପ୍ରଦାନକାରୀ ସେବାୟତମାନେ ଦାବି କରିଛନ୍ତି।

Advertisment

ସେପଟେ ବେଶ ଓଲାଗି ପରେ ଏହା କେଉଁ ସେବାୟତଙ୍କର ପ୍ରାପ୍ୟ ସେ ନେଇ କିଛି ନିଷ୍ପତ୍ତି ହୋଇପାରିନି। ବେଶ ମଇଲମ ପରେ ପରମ୍ପରା ଅନୁସାରେ ଯାହାର ପ୍ରାପ୍ୟ, ତାଙ୍କୁ ହିଁ ବେଶ ପ୍ରଦାନ କରାଯିବ ବୋଲି ନୀତି ପ୍ରଶାସକ କହିଛନ୍ତି। ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ପ୍ରସ୍ତୁତି ଲାଗି ଆଜି ଶ୍ରମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହିସବୁ ପ୍ରସଙ୍ଗରେ ଆଲୋଚନା ହୋଇଛି।

Advertisment
Advertisment