/odishatv-khabar/media/post_attachments/uploadimage/library/16_9/16_9_0/ol-1_1626692603.jpg)
ol
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଧାନ କ୍ଷେତରେ ବାର୍ହା ଉପଦ୍ରବ ଯୋଗୁଁ ନଷ୍ଟ ହୋଇଛି ଏକର ଏକର ଧାନ ଫସଲ। ଲଲଲହ ହେଉଥିବା ପାଚିଲା ଧାନ ଖାଇ ନଷ୍ଟ କରିଛନ୍ତି ବାର୍ହା। ଏବେ ବାର୍ହା କବଳରୁ ବଳକା ଧାନ ବଞ୍ଚାଇବା ବି ମୁସ୍କିଲ ହୋଇପଡ଼ିଛି । ବାର୍ହା ଉପଦ୍ରବ ରୋକିବା ଦିଗରେ ବନ ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି । କେମିତି ଧାର କରଜ ଶୁଝିବେ, ସେଇ ଚିନ୍ତାରେ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ।
ଏବେ ବି ସଞ୍ଜ ନଇଁଲେ କ୍ଷେତରେ ପଶି ଉତ୍ପାତ କରୁଛନ୍ତି ବାର୍ହା ପଲ। ନଷ୍ଟ କରୁଛନ୍ତି ପାଚିଲା ଧାନ। ଉପଦ୍ରବରେ ଏଯାବତ୍ ଉଜୁଡ଼ିଯାଇଛି ଶହ ଶହ ଏକର ଧାନ ଫସଲ। ବିନିକା ବନ ବିଭାଗ ଅଧିନରେ ଥିବା ବିଭିନ୍ନ ଅଞ୍ଚଳର ଚାଷୀ ଧାନ ଚାଷ କରିଛନ୍ତି। ଝାଳବୁହା ପରିଶ୍ରମକୁ ବନ୍ୟଜନ୍ତୁ କବଳରୁ ବଞ୍ଚାଇବାକୁ କ୍ଷେତରେ ଭାଡ଼ି କରି ଡ୍ରମ୍ ବଜାଇବା ସହ ଦିନ ରାତି ଜଗି ରହୁଛନ୍ତି । ତଥାପି ସେମାନଙ୍କର ସବୁ ପରିଶ୍ରମ ବୃଥା ହୋଇଛି। ବାର୍ହା ଉପଦ୍ରବ କଥାକୁ ସ୍ୱୀକାର କରିବା ସହ ତଦନ୍ତ କରି କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରେଞ୍ଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)