Advertisment

ରାଜନୀତିରେ ଅପରାଧୀକରଣ ରୋକିବାକୁ ପାଳନ ହେଉନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର :  ଅପରାଧିକ ପୃଷ୍ଠଭୂମି ଥିଲେ ଲଢି ହେବନି କି ନିର୍ବାଚନ ? ରାଜନୀତିରେ ଅପରାଧୀକରଣ ରୋକିବାକୁ ଏ ପ୍ରଶ୍ନକୁ ବିଚାରକୁ ନେଇଛନ୍ତି ସୁପ୍ରିମକୋର୍ଟ । ତେବେ ୨୦୧୮ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପାଳନ ହେଉନଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ୨୦୧୯ ସେପ୍ଟେମ୍ବର ୨୫ରେ ବି ଅପରାଧିକ ମାମଲା ଥିଲେ ସତ୍ୟପାଠରେ ନିର୍ବାଚନ କମିଶନଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ। ନିର୍ବାଚନ ଲଢୁଥିବା ପ୍ରାର୍ଥୀ ନିଜ ଦଳର ୱେବସାଇଟ୍ ସହ ଖବରକାଗଜ […]

author-image
Pradesh Pratyush
ରାଜନୀତିରେ ଅପରାଧୀକରଣ ରୋକିବାକୁ ପାଳନ ହେଉନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

criminal

ଭୁବନେଶ୍ୱର :  ଅପରାଧିକ ପୃଷ୍ଠଭୂମି ଥିଲେ ଲଢି ହେବନି କି ନିର୍ବାଚନ ? ରାଜନୀତିରେ ଅପରାଧୀକରଣ ରୋକିବାକୁ ଏ ପ୍ରଶ୍ନକୁ ବିଚାରକୁ ନେଇଛନ୍ତି ସୁପ୍ରିମକୋର୍ଟ । ତେବେ ୨୦୧୮ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପାଳନ ହେଉନଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ।

Advertisment

୨୦୧୯ ସେପ୍ଟେମ୍ବର ୨୫ରେ ବି ଅପରାଧିକ ମାମଲା ଥିଲେ ସତ୍ୟପାଠରେ ନିର୍ବାଚନ କମିଶନଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ। ନିର୍ବାଚନ ଲଢୁଥିବା ପ୍ରାର୍ଥୀ ନିଜ ଦଳର ୱେବସାଇଟ୍ ସହ ଖବରକାଗଜ ଓ ଟିଭିରେ ମଧ୍ୟ ବିଜ୍ଞାପନ ଦେଇ ନିଜ ଅପରାଧିକ ମାମଲା କଥା ଲୋକଙ୍କୁ ଜଣାଇବେ ବୋଲି କହିଥିଲେ।

ତେବେ ନିର୍ବାଚନ କମିଶନ ନିର୍ଦ୍ଦିଷ୍ଟ ଭାବେ କେଉଁ ଖବରକାଗଜ ଓ ଟିଭିରେ ବିଜ୍ଞାପନ ଦେବେ ସେ ନେଇ ଗାଇଡଲାଇନ୍ କରି ନଥିବାରୁ ଗଳାବାଟ ବାହାର କରି ଏହାର ଫାଇଦା ନେଇଥିଲେ ପ୍ରାର୍ଥୀ।

Advertisment

ଏପଟେ ରାଜନୀତିରେ ଅପରାଧିକ ପୃଷ୍ଠଭୂମିର ଲୋକଙ୍କ ଏଣ୍ଟ୍ରି ବି ବଢିଛି। ଗଲା ୩ଟି ନିର୍ବାଚନରେ ବିଧାୟକ ବନିଥିବା ନେତାଙ୍କ ଅପରାଧିକ ରେକର୍ଡ ହିଁ ଏହା ପ୍ରମାଣିତ କରୁଛି। ବିଧାୟକଙ୍କ ସତ୍ୟପାଠକୁ ତର୍ଜମା କରି ଆସୋସିଏନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ ବାହାର କରିଥିବା ତଥ୍ୟ ଅନୁସାରେ ୨୦୦୯ରେ ୨୧ ପ୍ରତିଶତ ବିଧାୟକଙ୍କ ନାଁରେ ସଂଗୀନ ଅପରାଧ ଥିବା ବେଳେ ୨୦୧୪ରେ ଏହା ବଢି ୨୮ ପ୍ରତିଶତ ହୋଇଥିଲା ।

ଆଉ ଏଥର ଜିତିଥିବା ବିଧାୟକଙ୍କ ଭିତରେ ୩୪ ପ୍ରତିଶତଙ୍କ ନାଁରେ ସଂଗୀନ ଅପରାଧ ରହିଛି। ଦଳ ହିସାବରେ ଦେଖିଲେ ୨୦୧୯ରେ କଂଗ୍ରେସରେ ୬୭ ପ୍ରତିଶତ, ବିଜେପିରେ ୬୧ ଓ ବିଜେଡିରେ ୪୧ ପ୍ରତିଶତ ବିଧାୟକଙ୍କ ନାଁରେ ଅପରାଧିକ ମାମଲା ରହିଛି। ଏମିତିକି ଦୁଇଜଣ ବିଧାୟକଙ୍କ ନାଁରେ ହତ୍ୟା ଓ ୧୧ ଜଣଙ୍କ ହତ୍ୟା ଉଦ୍ୟମ ପରି ସଂଗୀନ ମାମଲା ବି ରହିଛି।

ତେବେ କିଛି କ୍ଷେତ୍ରରେ ମିଛ ମାମଲାରେ ନେତାଙ୍କୁ ଯୋଡା ଯାଉଥିବାର ଯୁକ୍ତି ଦର୍ଶାଇ ମାମଲା ଥିଲେ ଟିକେଟ ନ ମିଳିବା ପ୍ରସ୍ତାବକୁ ଗ୍ରହଣ କରୁନାହାଁନ୍ତି କୌଣସି ରାଜନୈତିକ ଦଳ।

ବିଜେଡିରେ ୩୩ ଜଣ, ବିଜେପିର ୧୦ ଜଣ ଓ କଂଗ୍ରେସ୍‌ର ୫ ଜଣ ବିଧାୟକଙ୍କ ନାଁରେ ସଂଗୀନ ଅପରାଧ ମାମଲା ଥିବା ବେଳେ ଏଥର ମନ୍ତ୍ରିମଣ୍ଡରେ ୩୩ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ବି ସଂଗୀନ ଅପରାଧ ଅଭିଯୋଗ ରହିଛି।

Advertisment
Advertisment