/odishatv-khabar/media/post_attachments/uploadimage/library/16_9/16_9_0/nabalika_1625440353.jpg)
nabalika
ରାଉଲକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ଘଟଣାର ତଦନ୍ତ କରିବା ପାଇଁ ସୁନ୍ଦରଗଡ଼ରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍। ଏହି ଘଟଣାରେ ସମ୍ପୃକ୍ତ ବହିଷ୍କୃତ ଥାନା ଅଧିକାରୀ ଓ ଡାକ୍ତରଙ୍କୁ ଜେରା କରିପାରେ କ୍ରାଇମବ୍ରାଞ୍ଚ।
Advertisment
ଘଟଣାରେ ଆଉ କାହାର ହାତ ଅଛି କି ନାହିଁ,ଏ ନେଇ ମଧ୍ୟ ଖୋଳତାଡ଼ କରିପାରେ କ୍ରାଇମବ୍ରାଞ୍ଚ । ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀଙ୍କୁ ପୂର୍ବରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। କାର୍ଯ୍ୟରେ ଅବହେଳା ଓ ବେଆଇନ କାର୍ଯ୍ୟ ଯୋଗୁଁ ଅଭିଯୁକ୍ତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ମଧ୍ୟ ବହିଷ୍କାର କରାଯାଇଥିଲା।
ଜଣେ ନାବାଳିକାକୁ ଦୁଷ୍କର୍ମ ଓ ତାର ଗର୍ଭପାତ କରାଇବା ନେଇ ଆନନ୍ଦ ମାଝୀଙ୍କ ନାଁରେ ଅଭିଯୋଗ ହୋଇଥିଲା। ଅସହାୟ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)