Advertisment

Crime Branch Tightens Grip: SI ଚାକିରି ଘୋଟାଲା, ୧୦ ଅଭିଯୁକ୍ତଙ୍କ ଆକାଉଣ୍ଟ ଫ୍ରିଜ କଲା କ୍ରାଇମବ୍ରାଞ୍ଚ

ଫରେନସିକ ଲ୍ୟାବକୁ ଯାଇଛି ଦଲାଲଙ୍କ ଠାରୁ ଜବତ ମୋବାଇଲ ଓ କମ୍ପ୍ୟୁଟର। ଜବତ ଅନ୍ୟ ଡିଜିଟାଲ ଡିଭାଇସ ମଧ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି। ୪ଟି ସ୍ପେଶାଲ ଟିମ ଝାଡଖଣ୍ଡ ଓ ବିହାରରେ ଚଢ଼ାଉ ଜାରି ରଖିଛି।

author-image
Tapan Swain
SCAM

SCAM Photograph: (OTV)

SI ଚାକିରି ଘୋଟାଲାରେ ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି । ତା ସହ ଅଭିଯୁକ୍ତଙ୍କ ଆକାଉଣ୍ଟ ଫ୍ରିଜ। ଅଭିଯୁକ୍ତ ଶଙ୍କର ପୃଷ୍ଟି, ମୁନ୍ନା ମହାନ୍ତିଙ୍କ ସମେତ ୧୦ ଜଣଙ୍କ ଆକାଉଣ୍ଟ ଫ୍ରିଜ କରିଛି କ୍ରାଇମବ୍ରାଞ୍ଚ୍। ସେପଟେ ଫରେନସିକ ଲ୍ୟାବକୁ ଯାଇଛି ଦଲାଲଙ୍କ ଠାରୁ ଜବତ ମୋବାଇଲ ଓ କମ୍ପ୍ୟୁଟର। ଜବତ ଅନ୍ୟ ଡିଜିଟାଲ ଡିଭାଇସ ମଧ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି।

Advertisment

୪ଟି ସ୍ପେଶାଲ ଟିମ ଝାଡଖଣ୍ଡ ଓ ବିହାରରେ ଚଢ଼ାଉ ଜାରି ରଖିଛି। କିନ୍ତୁ ଏଯାଏଁ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ଟିମ । ଫରେନସିକ ରିପୋର୍ଟରୁ ତଦନ୍ତକାରୀ ସଂସ୍ଥାକୁ ଅନେକ ସୁରାକ୍ ମିଳିପାରେ ବୋଲି ଅନୁମାନ କରାଯାଉଛି। ସେହିପରି ଦଲାଲଙ୍କ ଚାର୍ଟ ବ୍ୟାକଅପ୍ ମିଳିବା ପରେ ଚାକିରି ଠକେଇ ସମ୍ପର୍କରେ ଅନେକ ତଥ୍ୟ ମିଳିବା ନେଇ ଆଶା ରଖିଛି କ୍ରାଇମବ୍ରାଞ୍ଚ । ଘୋଟାଲାରେ ଆହୁରି କିଛି ପରୀକ୍ଷାର୍ଥୀ ବା ଚାକିରି ଆଶାୟୀଙ୍କ ସମ୍ପୃକ୍ତି ଥିବା ନେଇ ଖବର ମିଳିବା ପରେ ସେମାନଙ୍କୁ ଧରିବାପାଇଁ ମଧ୍ୟ ଆରମ୍ଭ ହୋଇଛି ଧରପଗଡ଼।...

ସରକାରୀ ନିଯୁକ୍ତି ପରୀକ୍ଷା ପରିଚାଳନା ଦାୟିତ୍ବ ଆଉଟସୋର୍ସିଂ କମ୍ପାନୀକୁ ନ ଦେବା ଲାଗି ଗତ ମାସ ୨୨ ତାରିଖରେ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଥିଲେ । ଏହାସତ୍ତ୍ବେ OPRB କାହିଁକି ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ଆଉଟସୋର୍ସିଂ ସଂସ୍ଥା ସମ୍ପର୍କରେ କୌଣସି ସମୀକ୍ଷା କଲା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । 

Advertisment

ଏଣେ ପୋଲିସ ସବ୍ ଇନ୍ସପେକଟର ପାଇଁ ଥିବା ପରୀକ୍ଷା ଢାଞ୍ଚାକୁ ନେଇ ପ୍ରଶ୍ନ ଉଠିଛି । ୨୦୧୯ ମସିହା ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ SI ପରୀକ୍ଷା କରୁଥିଲା । ଏଥିରେ ପ୍ରିଲିମନାରୀ, ଫିଜିକାଲ ଟେଷ୍ଟ , ମେନ୍  ପରେ ଭାଇଭା-ଭଏସ କରାଯାଇ ଫାଇନାଲ ତାଲିକା ପ୍ରକାଶ କରାଯାଉଥିଲା । ହେଲେ ୨୦୨୧ ମସିହାରେ ସରକାର ଏହି ନିୟମରେ ପରିବର୍ତ୍ତନ ଆଣିଥିଲେ ।  

ଏହି ଅନୁସାରେ, କେବଳ ଗୋଟିଏ ଲିଖିତ ପରୀକ୍ଷା ପରେ ଶାରିରୀକ ପରୀକ୍ଷା କରାଯାଇ ଏସଆଇ ଭଳି ଅଫିସର ରାଙ୍କର ପଦବୀ ଲାଗି ନିଯୁକ୍ତ ହୋଇଯାଉଛନ୍ତି। ଯେଉଁଥି ପାଇଁ ଆଶାୟୀଙ୍କ ସହ ଲିଖିତ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଆଉଟସୋର୍ସିଂ ଏଜେନ୍ସି ଡିଲ କରିବା ସହଜ ହେଉଛି । ଏହି ଢାଞ୍ଚାରେ ପରିବର୍ତ୍ତନ ସହ ଲିଖିତ ପରୀକ୍ଷା ବି ପୋଲିସ ବିଭାଗ ନିଜେ କରିବା ଦରକାର ବୋଲି ମତ ପ୍ରକାଶ ପାଇଛି । 

Scam SI Recruitment
Advertisment
Related Articles
Advertisment