Advertisment

Mamata Banerjee Faces Backlash: ମିଛ କହିଲେ ମମତା ବାନାର୍ଜୀ, ଧରା ପକେଇଦେଲା କଲେଜ ରେକର୍ଡ

ସେ କହିଥିଲେ ଯେ ପୀଡିତା ରାତି ସାଢ଼େ ୧୨ଟାରେ କ୍ୟାମ୍ପସରୁ ବାହାରକୁ ଯାଇଥିଲେ। କିନ୍ତୁ IQ ସିଟି ମେଡିକାଲ କଲେଜ ଏବଂ ହସ୍ପିଟାଲର ରେକର୍ଡ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଓଡିଆ ଛାତ୍ରୀଜଣକ ରାତି ୮ ଟାରେ କଲେଜ କ୍ୟାମ୍ପସ ଛାଡିଥିଲେ। ଯେଉଁ ସମୟରେ ସାଧାରଣତଃ କଟକଣା ନଥାଏ।

author-image
Tapan Swain
mamata

mamata Photograph: (OTV)

ମିଛ କହୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତଥ୍ୟ ସହ ଏଭଳି କିଛି ବଡ଼ ଅଭିଯୋଗ ଆଣିଲା ବିଜେପି। ବିଜେପି ସାଂସଦ ବାଂଶୁରୀ ସ୍ବରାଜ ମମତାଙ୍କୁ ସିଧା ଟାର୍ଗେଟ୍ କରି ବର୍ଷିଛନ୍ତି।

Advertisment

ଝିଅମାନେ ରାତିରେ ବାହାରକୁ ଯିବା ଉଚିତ୍ ନୁହେଁ’ ବୋଲି ମମତା ବାନାର୍ଜୀ ଦେଇଥିବା ମନ୍ତବ୍ୟକୁ ସେ ନିନ୍ଦା କରିଛନ୍ତି। ମମତାଙ୍କ ଶାସନରେ ଚାଲିଥିବା ଅରାଜକତାର ଏହା ପ୍ରମାଣ। ମହିଳାଙ୍କୁ ସର୍ବଦା ଦୋଷାରୋପ କରି ମମତା ଖସିବାକୁ ଚେଷ୍ଟା କରି ଆସିଛନ୍ତି। ରେପ୍ କୁ ଜଷ୍ଟିଫାଏ କରିବା ବନ୍ଦ କରି ମମତା ଜଷ୍ଟିସ ଦିଅନ୍ତୁ ବୋଲି ବାଂଶୁରୀ ସ୍ବରାଜ କହିଛନ୍ତି।...

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବିୟ ବି ‘ଏକ୍ସ’ରେ ପୋଷ୍ଟ କରି ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ଏହି ମାମଲାରେ ତଥ୍ୟକୁ ବିକୃତ କରିଛନ୍ତି। ସେ କହିଥିଲେ ଯେ ପୀଡିତା ରାତି ସାଢ଼େ ୧୨ଟରେ କ୍ୟାମ୍ପସରୁ ବାହାରକୁ ଯାଇଥିଲେ। କିନ୍ତୁ IQ ସିଟି ମେଡିକାଲ କଲେଜ ଏବଂ ହସ୍ପିଟାଲର ସରକାରୀ ରେକର୍ଡ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଓଡିଆ ଛାତ୍ରୀଜଣକ ରାତି ୮ ଟାରେ କଲେଜ କ୍ୟାମ୍ପସ ଛାଡିଥିଲେ। ଯେଉଁ ସମୟରେ ସାଧାରଣତଃ କଟକଣା ନଥାଏ। ପୀଡିତାଙ୍କ ବାହାରକୁ ଯିବା ସମୟ ବିଷୟରେ ଦିଦି ଭୁଲ୍ ତଥ୍ୟ ଦେଇ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି। ମମତା ବାନାର୍ଜୀ ଜଣେ ମୁଖ୍ୟମନ୍ତ୍ରୀ ଭାବେ କିଛି ବି ବୟାନ ଦେବା ଆଗରୁ ଠିକ୍ ମନ୍ତବ୍ୟ ଦିଅନ୍ତୁ ବୋଲି ନିଜ ଏକ୍ସ ପୋଷ୍ଟରେ କହିଛନ୍ତି ଅମିତ ମାଲବିୟ।

Advertisment

ଏଥିସହ ସେ କହିଛନ୍ତି, ଏହି ଜଘନ୍ୟ ଘଟଣା କଲେଜ କ୍ୟାମ୍ପସ ବାହାରେ ଘଟିଛି, ଭିତରେ ନୁହେଁ, ତେଣୁ କଲେଜ ପରିଚାଳନାକୁ ଦୋଷ ଦେବା ଅନ୍ୟାୟ। ପୀଡିତା ଦଳିତ ସମ୍ପ୍ରଦାୟର ଏବଂ ଏପରି ହିଂସାତ୍ମକ ଘଟଣା ରାଜ୍ୟ ପୋଲିସ ଓ ପ୍ରଶାସନର ସୁରକ୍ଷା ବ୍ୟବସ୍ଥାର ବିଫଳତାକୁ ଦର୍ଶାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲେଜ ପରିଚାଳନାକୁ ଦୋଷ ଦେଇ ରାଜ୍ୟ ସରକାରଙ୍କ ଦାୟିତ୍ୱ ଏଡାଇବାକୁ ଚେଷ୍ଟା କରୁଥିବା ବିଜେପି ନେତା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ ଯେଉଁ ଜଙ୍ଗଲ ଅଞ୍ଚଳରେ ଘଟଣା ଘଟିଥିଲା ସେଠାରେ ପର୍ଯ୍ୟାପ୍ତ ଆଲୋକ ନଥିଲା ଏବଂ ତାହା ଏକ ଅପରାଧ ପ୍ରବଣ ଅଞ୍ଚଳ ଥିଲା । ଯାହାକୁ ପୋଲିସ୍ ସ୍ଥାନୀୟ ଲୋକଙ୍କ ସତର୍କତା ସତ୍ତ୍ୱେ ଅବହେଳା କରିଥିଲା।
ମାଲବିୟ ଜୋର ଦେଇ କହିଛନ୍ତି ଯେ ଏହି ଘଟଣା ମମତା ବାନାର୍ଜୀଙ୍କ ଶାସନରେ ଆଇନ ଶୃଙ୍ଖଳା ପରିସ୍ଥିତିର ଅବନତିକୁ ପ୍ରମାଣ କରୁଛି। 

ସେ କହିଛନ୍ତି ଯେ, ମମତା ଯଦି ଏହି ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ନେତାମାନଙ୍କ ସହିତ ଆସନ୍ତା ନିର୍ବାଚନରେ ସମର୍ଥନ ପାଇଁ ଅଭିଯୁକ୍ତମାନଙ୍କୁ ଛାଡିବା ଓ ତଦନ୍ତକୁ ଦୁର୍ବଳ କରିବା ନେଇ ଚକ୍ରାନ୍ତ କରନ୍ତି, ତେବେ ସେଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ସେ ମହିଳାଙ୍କ ଜୀବନ ଓ ସମ୍ମାନକୁ ଯେତିକି ଗୁରୁତ୍ୱ ଦିଅନ୍ତି, ତାଙ୍କର ରାଜନୈତିକ ଫାଇଦାକୁ ତା ଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ।

ସେ RG Kar Medical College ଘଟଣାରେ ପୀଡ଼ିତାଙ୍କ ଅଭିଭାବକଙ୍କୁ ମଧ୍ୟ ଚୁପ୍ ରହିବାକୁ ଲୋଭ ଦେଖାଇ ଚେଷ୍ଟା କରିଥିଲେ ବୋଲି ବିଜେପି ନେତା ଅଭିଯୋଗ କରିଛନ୍ତି । ସେ ଏହାକୁ କଡା ଭାଷାରେ ନିନ୍ଦା କରିଛନ୍ତି । ଏ ସଂପର୍କରେ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ଆସିନାହିଁ । 

BJP CM Mamata Banerjee Gangrape
Advertisment
Related Articles
Advertisment