cp
ଭୁବନେଶ୍ୱର: ପୋଲିସକୁ ଚକ୍ମା ଦେଇ ଖସି ପଳାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଶେଷରେ ଧରିଛି କମିଶନରେଟ ପୋଲିସ। ୫ ଦିନ ତଳେ କଟକ ବଡ଼ମେଡିକାଲରୁ ଫେରାର ମାରିଥିଲା ସେଖ୍ ହାଇଦର। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଛି।
ହାଇଦର ଫେରାର ହେବା ପରେ କଡା ସମାଲୋଚନାର ଶିକାର ହୋଇଥିଲା ପୋଲିସ। ଏହା ହାଇଦରର ସୁଚିନ୍ତିତ ଷଡ଼ଯନ୍ତ୍ର ଏବଂ ଏଥିରେ ବଡ ବଡ ହାତ ରହିଥିବା ବିରୋଧି ଅଭିଯୋଗ ଆଣିଥିଲେ। ସେଥିପାଇଁ ଫେରାରର ୩ ଘଣ୍ଟା ପର୍ଯ୍ୟନ୍ତ କେହି ଜାଣି ପାରି ନ ଥିଲେ ବୋଲି କୁହାଯାଉଥିଲା। ଏବେ ସୁଦୂର ହାଇଦରକୁ ଗିରଫ କରି ଏଇ କଳଙ୍କକୁ ପୋଛିବାକୁ ଚେଷ୍ଟା କରୁଛି ପୋଲିସ।
ଗିରଫ ପରେ ହାଇଦରକୁ କଟକ ଆଣିଛି କମିଶନରେଟ ପୋଲିସ। ହାଇଦର ଓଡ଼ିଶା ଫେରିବା ପରେ OTVକୁ EXCLUSIVE ସୂଚନା ଦେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ହାଇଦର ଖସିବା ପଛର ରହସ୍ୟ ଉନ୍ମୋଚନ କରାଯିବ। ଖସିବାରେ କିଏ ସାହାଯ୍ୟ କରିଥିଲା, ଏହା ପଛରେ କାହାର ଭୂମିକା ଥିଲା ତାହାର ମଧ୍ୟ ତଦନ୍ତ ହେବ। ସଂପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିପି।
ସିପି କହିଥିଲେ, ୧୨୦ ଘଣ୍ଟାର ଅପରେସନ ପରେ ହାଇଦରକୁ ଧରିଥିଲୁ। ବିଳମ୍ବିତ ରାତିରେ ସଙ୍ଗାରେଡିର ସ୍ଥାନୀୟ କୋର୍ଟରେ ହାଜର କରିଥିଲୁ। କୋର୍ଟରେ ହାଜର କରି ହାଇଦରକୁ ଟ୍ରାନ୍ଜିଟ୍ ରିମାଣ୍ଡରେ ଆଣିଛୁ। ମଙ୍ଗଳାବାଗ ଥାନାରେ ଥିବା ମାମଲା ଆଧାରରେ କୋର୍ଟ ଚାଲାଣ କରିବୁ। କୋର୍ଟରୁ ପୁଣି ରିମାଣ୍ଡରେ ଆଣି ଫେରାର ଘଟଣାର ତଦନ୍ତ କରିବୁ। କେଉଁ ସ୍ଥିତିରେ SCBରୁ ଖସିଥିଲା, କିଏ ସାହାଯ୍ୟ କରିଥିଲା ତାହାର ତଦନ୍ତ କରିବୁ।
ସିପି କହିଛନ୍ତି, ହାଇଦର ଖସିଯିବାର ଅଢ଼େଇ ଘଣ୍ଟା ପରେ ଆମକୁ ଖବର ମିଳିଥିଲା। ବିଳମ୍ବରେ ଖବର ମିଳିଥିବାରୁ ତାକୁ ଧରିବା ଆମ ପାଇଁ କଷ୍ଟକର ଥିଲା। ସବୁ ପ୍ରକାର ସୂଚନାକୁ ଏକାଠି କରି ଆମେ ଆଗେଇ ଥିଲୁ। ଆମର ପ୍ରଥମ ଲକ୍ଷ୍ୟ ଥିଲା ସେ କେଉଁଠି ଅଛି ଜାଣିବା।’
ହାଇଦରକୁ ଧରିବା ପାଇଁ ପୋଲିସର ୨ଟି ମ୍ ତେଲେଙ୍ଗାନା ଯାଇଥିଲା। ତେଲେଙ୍ଗାନା ପୋଲିସ ସହାୟତାରେ ଓଡ଼ିଶା ପୋଲିସ ଟିମ୍ ତାକୁ ଧରିଥିଲା। ତାକୁ ଅଣାଯିବା ପରେ ପଚରାଉଚରା କରାଯିବ ବୋଲି କହିଛନ୍ତି କମିଶନର।
ହାଇଦରକୁ କିପରି ଧରିଲେ ଏହାର ଉତ୍ତରରେ ସିପି କହିଥିଲେ, ଅନେକ ସମୟରେ ଅପରାଧୀ ବେଶି ଚାଲାକି କରିବାକୁ ଯାଇ ଭୁଲ କରଥାଏ। ସେଇ ଭୁଲ୍କୁ ଠିକ୍ ଭାବେ ଧରିଲେ ଅପରାଧୀ ପାଖରେ ପହଞ୍ଚି ହୁଏ। ହାଇଦର ସେପରି କିଛି ଭୁଲ କରିଥିଲା କି ନାହିଁ ତାହାର ଉତ୍ତର ସିପି ଦେଇ ନ ଥିଲେ। ତେବେ ପରେ ଏକ ହାଇଦରକୁ ନେଇ ଏକ ବଡ ଖୁଲାସା କରିବେ ବୋଲି କହିଥିଲେ ସିପି।
ସୂଚନାଥାଉ କି, ଏପ୍ରିଲ ୧୦ ତାରିଖ ଦିନ ହାଇଦର ଏସିବି ମେଡିକାଲରୁ ଫେରାର ହୋଇଯାଇଥିଲା ।
ଗାର୍ଡଙ୍କୁ ନିଶା ଦେଇ ଖସି ପଳାଇବାରେ ସଫଳ ହୋଇଥିଲା ଗ୍ୟାଙ୍ଗଷ୍ଟର ହାଇଦର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cp_1626169861.jpg)