Advertisment

ଇଏ ସେହି ମୁଣ୍ଡବିହୀନ ମହିଳା: ଆସିଲା ବିବାହ ବେଳର ଫଟୋ

ଭୁବନେଶ୍ୱର: ମୁଣ୍ଡବିହୀନ ମହିଳାଙ୍କ କଟାମୁଣ୍ଡ ମିଳିଲା ପରେ ରହସ୍ୟ ଉପରୁ ଉଠିଲା ପରଦା। ତ୍ରିକୋଣୀୟ ପ୍ରେମ କାହାଣୀରୁ ବିବାଦ ଉପୁଜିଥିଲା, ଏବଂ ପ୍ରତିଶୋଧପରାୟଣ ହୋଇ ପ୍ରଥମେ ତଣ୍ଟି ଚିପି ମାରିବା ପରେ ମୁଣ୍ଡ କାଟ କରିଥିଲା ଅଭିଯୁକ୍ତ। ହତ୍ୟାକାଣ୍ଡର ୭ ଦିନ ପରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ୍। ପ୍ରେସମିଟରେ ହତ୍ୟା ରହସ୍ୟର ଖୁଲାସା କଲେ ସୁଧାଂଶୁ ଷଡ଼ଙ୍ଗୀ। ମୁଣ୍ଡ ମିଳିବା ପରେ କମିଶନରେଟ୍‌ ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସାଥୀଙ୍କୁ ଗିରଫ କରିଛି।  ମୃତ ମହିଳା ଜଣକ […]

author-image
Prangyan Parimita
ଇଏ ସେହି ମୁଣ୍ଡବିହୀନ ମହିଳା: ଆସିଲା ବିବାହ ବେଳର ଫଟୋ

marriage

ଭୁବନେଶ୍ୱର: ମୁଣ୍ଡବିହୀନ ମହିଳାଙ୍କ କଟାମୁଣ୍ଡ ମିଳିଲା ପରେ ରହସ୍ୟ ଉପରୁ ଉଠିଲା ପରଦା। ତ୍ରିକୋଣୀୟ ପ୍ରେମ କାହାଣୀରୁ ବିବାଦ ଉପୁଜିଥିଲା, ଏବଂ ପ୍ରତିଶୋଧପରାୟଣ ହୋଇ ପ୍ରଥମେ ତଣ୍ଟି ଚିପି ମାରିବା ପରେ ମୁଣ୍ଡ କାଟ କରିଥିଲା ଅଭିଯୁକ୍ତ। ହତ୍ୟାକାଣ୍ଡର ୭ ଦିନ ପରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ୍। ପ୍ରେସମିଟରେ ହତ୍ୟା ରହସ୍ୟର ଖୁଲାସା କଲେ ସୁଧାଂଶୁ ଷଡ଼ଙ୍ଗୀ। ମୁଣ୍ଡ ମିଳିବା ପରେ କମିଶନରେଟ୍‌ ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସାଥୀଙ୍କୁ ଗିରଫ କରିଛି। 

Advertisment

ମୃତ ମହିଳା ଜଣକ ପୁଷ୍ପଲତା ରାଉଳ ଏବଂ ତାଙ୍କର ବୟସ ୨୮ ବର୍ଷ। ମଞ୍ଚେଶ୍ୱର ଥାନାର ଧିରିକୁଟି ବସ୍ତିରେ ରହୁଥିଲେ। ସ୍ୱାମୀଙ୍କର ମୃତ୍ୟୁ ପରେ ଅଭିଯୁକ୍ତ ସଞ୍ଜୟ ଓରଫ୍ ଅଙ୍ଗଦ ଦାସଙ୍କ ସମ୍ପର୍କରେ ଆସିଥିଲେ ପୁଷ୍ପଲତା । ଆଗରୁ ସଞ୍ଜୟ ମୃତ ମହିଳାଙ୍କ ଘରେ ଭଡ଼ାରେ ରହୁଥିଲେ। ତେଣୁ ଗତ ୬ ‍ବର୍ଷ ହେଲା ଉଭୟେ ଉଭୟଙ୍କୁ ଜାଣିଥିଲେ। ପରେ ପୁଷ୍ପଲତା ତାରିଣୀନଗର ବସ୍ତିରେ ନିଜେ ଏକ ଘରେ କରି ଏକା ରହୁଥିଲେ। କିନ୍ତୁ ମଝିରେ ମଝିରେ ସଞ୍ଜୟର ଘରକୁ ଯିବାଆସିବା କରୁଥିଲେ  ।

ତେବେ ପୁଷ୍ପଲତା କିଛି ଦିନ ପୂର୍ବରୁ ପ୍ରୀତିରଂଜନ ନାମକ ଭଦ୍ରକର ଜଣେ ଯୁବକଙ୍କୁ ଆମୋଫୋଇରେ ବିବାହ କରିଥିଲେ, ହେଲେ କିଛି ଦିନ ପରେ ବିବାଦ ହେବାରୁ ପୁଣି ସଂଜୟ ପାଖକୁ ଫେରି ଆସିଥିଲେ। ଏହି ବିବାହକୁ ନେଇ ସଞ୍ଜୟ ଓ ପୁଷ୍ପଲତା ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଯାହାକୁ ନେଇ ସଞ୍ଜୟ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା। ଆଉ ପୁଷ୍ପଲତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା।

Advertisment

ଫେବୃଆରୀ ୩ ତାରିଖ ସନ୍ଧ୍ୟା ୫ଟା ବେଳେ ସଞ୍ଜୟ ପୁଷ୍ପଲତାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ତେବେ ହତ୍ୟା ପୂର୍ବରୁ ଫୁଲପ୍ରୁଫ୍ ଯୋଜନା କରିଥିଲା ଅଭିଯୁକ୍ତ। ଆଇଗିଣିଆ ମାର୍କେଟକୁ ଯାଇ ଦୁଇ ହଳ ସର୍ଜିକାଲ୍‌ ଗ୍ଲୋବ୍ସ ଓ ଛୁରୀ କିଣି ଆଣିଥିଲେ ଅଭିଯୁକ୍ତ ଓ ସହଯୋଗୀ । ବସ୍ତିର ଲୋକେ ଶୋଇବା ପରେ ବିଳମ୍ୱିତ ରାତିରେ ସଞ୍ଜୟ ନିଜ ମାଲ୍‌ ବୋଝେଇ ଗାଡ଼ିରେ ପୁଷ୍ପଲତାଙ୍କ ମୃତଦେହକୁ ଲୋଡ୍‌ କରିଥିଲେ। ମୃତଦେହକୁ ଅନ୍ଧାରୁଆ-ଦାସପୁର ରାସ୍ତାରେ ମୃତଦେହ ପକାଇ ଦେଇଥିଲେ। ସେଠାରୁ ପୁଷ୍ପଲତାଙ୍କ ମୁଣ୍ଡକୁ ଛୁରୀରେ କାଟି ନେଲେ। ଖଣ୍ଡଗିରି-ଚନ୍ଦକା ରୋଡ୍‌ର ହାତୀ ଟ୍ରେଞ୍ଚରେ ମୁଣ୍ଡଟିକୁ ପକାଇ ଦେଲେ।

ଏବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ କଟାମୁଣ୍ଡ ଜବତ ହୋଇଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ପୋଲିସ କମିଶନର କହିଛନ୍ତି, ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ଥିଲା। ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଚାଲେଂଜ ଥିଲା। ହେଲେ ୯ ତାରିଖ ଅପରାହ୍ନରେ ହତ୍ୟାକାଣ୍ଡ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ମିଳିବା ପରେ ପୋଲିସ ଛାନଭିନ ଆରମ୍ଭ କରି ପରିଶେଷରେ ଅଭିଯୁକ୍ତ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲା।
Headless Body Of Woman
Advertisment
Advertisment