/odishatv-khabar/media/media_files/2026/01/13/body-building-2026-01-13-20-25-55.jpg)
Body Building Photograph: (OTV)
ଲିଙ୍ଗରାଜ ମନ୍ଦିର ସାମ୍ନା ଭଜନ ମଣ୍ଡପରେ ବଡି ବିଲଡିଂ ଚାଂପିୟନସିପ୍ ଆୟୋଜନକୁ ବିରୋଧ । ଚାଂପିୟନସିପ୍ ସରିବା ପରେ ମଣ୍ଡପରେ ଛିଞ୍ଚିଲେ ଗୋବର ପାଣି । ଗତ ୩ ଦିନ ଧରି ଏହି ମଣ୍ଡପରେ ଆୟୋଜିତ ହୋଇଥିଲା ପୂର୍ବ ଭାରତୀୟ ବଡି ବିଲଡିଂ ଚାମ୍ପିୟନସିପ୍ । ଏଥିରେ ଓଡ଼ିଶା ସମେତ ପୂର୍ବ ଭାରତର ୧୨ଟି ରାଜ୍ୟର ଶତାଧିକ ପୁରୁଷ ଓ ମହିଳା ବଡି ବିଲଡର ମାନେ ଅଂଶଗ୍ରହଣ କରିଥିଲେ । ତେବେ ଭଜନ ମଣ୍ଡପରେ ମହିଳା ବଡି ବିଲଡର ଭାଗ ନେବାକୁ ନେଇ ଆପତ୍ତି ଉଠାଇଛି ପୁରୁଣା ଭୁବନେଶ୍ବର ସଚେତନ ନାଗରିକ ମଞ୍ଚ ।
ଭଜନ କରାଯାଉଥିବା ସ୍ଥାନରେ ଛୋଟ ଛୋଟ ପୋଷାକ ପିନ୍ଧିଥିବା ମହିଳାଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଓଡ଼ିଆଙ୍କ ଭାବାବେଗ ଓ ପ୍ରଭୁ ଲିଙ୍ଗରାଜଙ୍କୁ ଅପମାନିତ ବୋଲି କହିଛି ମଞ୍ଚ । ଆଉ ଏଭଳି ପ୍ରତିଯୋଗିତା ଏହି ସ୍ଥାନକୁ ଅପବିତ୍ର କରିଦେଇଛି ବୋଲି କହି ମଞ୍ଚ କର୍ମକର୍ତ୍ତାମାନେ ଗୋବର ପାଣି ଛିଞ୍ଚିଛନ୍ତି ।
ଅପସଂସ୍କୃତି ମାନସିକତା ନାହିଁ
ଏଭଳି ଗୋବର ପାଣି ଫିଙ୍ଗାଯିବାକୁ ନାପସନ୍ଦ କରିବା ସହ ତୀବ୍ର ବିରୋଧ କରିଛନ୍ତି ମହିଳା ବଡି ବିଲଡର । ଅନ୍ୟ ଖେଳ ପରି ବଡିବିଲଡିଂ ହେଉଛି ଏକ ଅନ୍ତର୍ଜାତୀୟ କ୍ରୀଡା । ଆଉ ଏହାର ସ୍ବତନ୍ତ୍ର ଡ୍ରେସ୍ କୋଡ୍ ରହିଛି । ତେଣୁ ଏଥିରେ କୌଣସି ଅପସଂସ୍କୃତି ମାନସିକତା ନାହିଁ ବୋଲି ମତ ଦେଇଛନ୍ତି କ୍ରୀଡାବିତ ।
ଭୁବନେଶ୍ବର ବଉଲଗଡ଼ କ୍ଲବ ପକ୍ଷରୁ ଆୟୋଜିତ ଏହି ବଡିବିଲଡିଂ ଚାମ୍ପିୟନସିପରେ ଅମିତ୍ ଭୂୟାଁ, ଜଗନ୍ନାଥ ଖୁଣ୍ଟିଆ, ରଶ୍ମି ରଞ୍ଜନ ଦାସ, ସୌମ୍ୟ ରଞ୍ଜନ ମିଶ୍ରଙ୍କ ଭଳି ଓଡିଆ ବଡି ବିଲଡରଙ୍କୁ ବିଭିନ୍ନ ବର୍ଗରେ ସଫଳତା ମିଳିଥିଲା ।
ପୁରୁଣା ଭୁବନେଶ୍ବର ନାଗରିକ ମଞ୍ଚର ବିରୋଧ
‘ଆଧ୍ୟାତ୍ମିକ ସ୍ଥାନରେ ମହିଳାଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅପସଂସ୍କୃତି’
ବଡ଼ି ବିଲଡିଂ ପାଇଁ ସ୍ବତନ୍ତ୍ର ଡ୍ରେସ୍ କୋଡ୍ ରହିଛି, ଅପସଂସ୍କୃତି ନୁହଁ: କ୍ରୀଡ଼ାବିତ
Supreme Court Issues Tough Ruling on Stray Dogs: ବୁଲା କୁକୁରଙ୍କ ପ୍ରତି କଠୋର ସୁପ୍ରିମକୋର୍ଟ; ଷ୍ଟ୍ରିଟ୍ ଡଗ୍ କାମୁଡ଼ିଲେ ଖାଦ୍ୟ ଦେଉଥିବା ଲୋକ ଦାୟୀ

Singer Humane Sagar Death Row: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା, ଅର୍ପିତା ଓ ସୋମେଶଙ୍କୁ ହାଇକୋର୍ଟ ଦେଇଛନ୍ତି ଅନ୍ତରୀଣ ସୁରକ୍ଷା

Public Safety Alert: ମକର ଆଗରୁ କିଲର୍ ମାଞ୍ଜା ସୂତା ଆତଙ୍କ, ବିଭିନ୍ନ ସହରରେ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)