/odishatv-khabar/media/post_attachments/uploadimage/library/16_9/16_9_0/vaccani_1625143143.jpg)
vaccani
ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଉତ୍ପାଦିତ ହେବ ଅତ୍ୟାଧୁନିକ ଭ୍ୟାକ୍ସିନ୍। ରାଜଧାନୀ ଉପକଣ୍ଠ ଅନ୍ଧାରୁଅରେ ଏହି ଅତ୍ୟାଧୁନିକ ଉତ୍ପାଦନକେନ୍ଦ୍ର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ବସି ଏ ସମ୍ପର୍କରେ ଆଲୋଚନା କରାଯାଇଛି।
Advertisment
ଏହି ଅବସରରେ ମୁଖ୍ୟ ଶାସନ ସଚିବ କମ୍ପାନୀକୁ ଇନକୁବେଟର ପ୍ରତିଷ୍ଠା ଓ ଷ୍ଟାର୍ଟଅପ୍ ବିକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଜ୍ଞାନ ଓ ବୈଷୟିକ ପ୍ରମୁଖ ସଚିବ ସନ୍ତୋଷ ଷଡ଼ଙ୍ଗୀ ଯୋଗ ଦେଇଥିଲେ।
ପ୍ରକଳ୍ପର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆସନ୍ତା ୧୫ ଦିନ ଭିତରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ପାଦନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।
Advertisment
ଟୀକା ଉତ୍ପାଦନ ଲାଗି ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ଅନ୍ଧାରୁଆରେ ଏକ ସମ୍ପୂର୍ଣ୍ଣ ଉନ୍ନତ ଜ୍ଞାନ କୌଶଳପୂର୍ଣ୍ଣ ବାୟୋଟେକ୍ ଇନକୁବେଟର ସେଟଅପ୍ ପ୍ରତିଷ୍ଠା କରିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)