Advertisment

ଭୁବନେଶ୍ୱରରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ବୃଦ୍ଧ

ଭୁବନେଶ୍ୱର: ଭୁବନେଶ୍ୱରରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ବୃଦ୍ଧ। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ଅଞ୍ଚଳରେ ସ୍ଥାନୀୟ ଲୋକେ ବୃଦ୍ଧଙ୍କ ହାତଗୋଡ଼ ବାନ୍ଧି ପକାଇଥିଲେ। ଖବର ପାଇ ପୋଲିସ ଓ କୋଭିଡ୍ ହସ୍ପିଟାଲ ଷ୍ଟାଫ୍ ତାଙ୍କୁ ଉଦ୍ଧାର କରିଛନ୍ତି। ପିପିଇ ପିନ୍ଧି ଡାକ୍ତରୀ ଟିମ୍ ବୃଦ୍ଧଙ୍କୁ ଉଦ୍ଧାର କରି କୋଭିଡ୍ ହସ୍ପିଟାଲ୍ ନେଇଥିବା ସୂଚନା ମିଳିଛି। ବୃଦ୍ଧ ଜଣଙ୍କୁ ସୁରକ୍ଷିତ ଭାବେ ଡାକ୍ତରୀ ଟିମ୍ ଉଦ୍ଧାର କରି ଗାଡ଼ିରେ ନେଇଛି। ମିଳିଥିବା ସୂଚନା ମୁତାବକ ବୃଦ୍ଧ […]

ଭୁବନେଶ୍ୱରରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ବୃଦ୍ଧ

bhuda

Advertisment

ଭୁବନେଶ୍ୱର: ଭୁବନେଶ୍ୱରରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ବୃଦ୍ଧ। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ଅଞ୍ଚଳରେ ସ୍ଥାନୀୟ ଲୋକେ ବୃଦ୍ଧଙ୍କ ହାତଗୋଡ଼ ବାନ୍ଧି ପକାଇଥିଲେ। ଖବର ପାଇ ପୋଲିସ ଓ କୋଭିଡ୍ ହସ୍ପିଟାଲ ଷ୍ଟାଫ୍ ତାଙ୍କୁ ଉଦ୍ଧାର କରିଛନ୍ତି। ପିପିଇ ପିନ୍ଧି ଡାକ୍ତରୀ ଟିମ୍ ବୃଦ୍ଧଙ୍କୁ ଉଦ୍ଧାର କରି କୋଭିଡ୍ ହସ୍ପିଟାଲ୍ ନେଇଥିବା ସୂଚନା ମିଳିଛି। ବୃଦ୍ଧ ଜଣଙ୍କୁ ସୁରକ୍ଷିତ ଭାବେ ଡାକ୍ତରୀ ଟିମ୍ ଉଦ୍ଧାର କରି ଗାଡ଼ିରେ ନେଇଛି।

Advertisment

ମିଳିଥିବା ସୂଚନା ମୁତାବକ ବୃଦ୍ଧ କୋଭିଡ୍ ହସ୍ପିଟାଲ୍ ନେବାବେଳେ ଆମ୍ବୁଲାନ୍ସରୁ ଖସି ଆସିଥିଲେ। ହେଲେ ଲୋକେ ସ୍ଥାନୀୟ ଏକ କୋଭିଡ୍ ହସ୍ପିଟାଲରୁ ସେ ପଳାଇ ଆସିଥିବା ସନ୍ଦେହ କରି ତାଙ୍କୁ ବାନ୍ଧି ପକାଇଥିଲେ।

ତେବେ କରୋନା ଭୟରେ ଡାକ୍ତରଖାନାରୁ ଲୁଚି ପଳାଇ ଆସୁଥିବା ଘଟଣା ଦେଶ ପାଇଁ ନୂଆ କଥା ନୁହେଁ। ପୂର୍ବରୁ ବିଭିନ୍ନ ରାଜ୍ୟରେ ଅନେକ ଲୋକ ଭୟରେ ଡାକ୍ତରଖାନା ଛାଡ଼ି ଚାଲି ଆସିଛନ୍ତି।

Advertisment

ମାର୍ଚ୍ଚ ୧୩ ତାରିଖରେ ମହାରାଷ୍ଟ୍ରର ନାଗପୁର ଡାକ୍ତରଖାନାରୁ ରାତାରାତି ୫ ଜଣ କରୋନା ଆକ୍ରାନ୍ତ ଭୟରେ ଡାକ୍ତରଖାନା ଛାଡ଼ି ପଳାଇଛନ୍ତି। ଏହି ଘଟଣା ପରେ ସାରା ସହରରେ ହାଇ ଆଲର୍ଟ ଜାରି କରାଯାଇଥିଲା।  ନାଗପୁର ଇନ୍ଦିରାଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ କରୋନା ଆକ୍ରାନ୍ତ ୫ ଜଣ ରୋଗୀ ଲୁଚି ପଳାଇଥିଲେ।

COVID19 Odisha Fights Coronavirus Latest Bhubaneswar News HealthWorkers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ