Advertisment

କଣ ହେବ ଓଡ଼ିଶାର କୋଭିଡ୍ ଋଣନୀତି: ଆଂଶିକ ଲକଡାଉନ୍ ନା ପୁରାପୁରି ଅନଲକ୍‌?

ଭୁବନେଶ୍ୱର: ମେ ୫ରୁ ୧୯ ପ୍ରଥମ ପର୍ଯ୍ୟାୟ, ମେ ୧୯ରୁ ଜୁନ୍ ୧ ଦ୍ୱିତୀୟ ପର୍ଯ୍ୟାୟ, ୧ରୁ ଜୁନ୍ ୧୭ ଯାଏଁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜୁନ୍ ୧୭ରୁ ଜୁଲାଇ ୧ ସକାଳ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍। ତେବେ ୧ ପରେ…

author-image
Chandan Shishu
ଅଦ୍ୟତନ ହୋଇଛି
କଣ ହେବ ଓଡ଼ିଶାର କୋଭିଡ୍ ଋଣନୀତି: ଆଂଶିକ ଲକଡାଉନ୍ ନା ପୁରାପୁରି ଅନଲକ୍‌?

july-1

ଭୁବନେଶ୍ୱର: ମେ ୫ରୁ ୧୯ ପ୍ରଥମ ପର୍ଯ୍ୟାୟ, ମେ ୧୯ରୁ ଜୁନ୍ ୧ ଦ୍ୱିତୀୟ ପର୍ଯ୍ୟାୟ, ୧ରୁ ଜୁନ୍ ୧୭ ଯାଏଁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜୁନ୍ ୧୭ରୁ ଜୁଲାଇ ୧ ସକାଳ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍। ତେବେ ୧ ପରେ କଣ ହେବ? ଆଂଶିକ ଲକଡାଉନ୍ ବଳବତ୍ତର ରହିବ ନା ପୁରାପୁରି ଅନଲକ୍‌ ପ୍ରକ୍ରିୟାକୁ ଯିବେ ରାଜ୍ୟ ସରକାର? ଯଦି ଯିବେ କଣ ହେବ ଫର୍ମୁଲା? କେଉଁ କେଉଁ ଜିଲ୍ଲାରେ କଟକଣା କୋହଳ ହେବ, କେଉଁ ଜିଲ୍ଲାରେ ବଳବତ୍ତର ରହିବ। ତାକୁ ନେଇ ବିଚାରବିମର୍ଶ ଲାଗି ରହିଛି। ଜୁନ୍ ୧୭ରେ ସଂକ୍ରମଣ ସ୍ଥିତି ଦୃଷ୍ଟିରୁ ଯେଭଳି ଜିଲ୍ଲାଗୁଡିକୁ କ୍ୟାଟାଗୋରୀ A, Bରେ ଭାଗ କରାଯାଇଥିଲା, ପୁଣିଥରେ ସେହି ଫର୍ମୁଲା ଆପଣାଇବେ କି?

Advertisment

ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ଧରି ଟେଷ୍ଟ ପଜିଟିଭିଟି ରେଟ୍ ୫ ପ୍ରତିଶତରୁ କମ୍ ରହୁଥିବା ଜିଲ୍ଲାଗୁଡିକରେ ଆଉ କିଛି ନିୟମ କୋହଳ କରାଯାଇପାରେ। ତେବେ ସଂକ୍ରମଣ ବ୍ୟାପିବା ଆଶଙ୍କା ଦୃଷ୍ଟିରୁ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବାକୁ ଏବେ ଅନୁମତି ମିଳିନପାରେ। ତେବେ ସଲୁନ୍, ସ୍ପା, ସୁଇମିଂ ପୁଲ୍, ଜିମ୍ ଓ ବସ୍ ଚଳାଚଳ ଉପରେ ନିଷ୍ପତ୍ତି ନେବା ସରକାରଙ୍କ ପାଇଁ ଚ୍ୟାଲେଂଜ୍ ହେବ। ସେପଟେ ସବୁ ଜିଲ୍ଲାର ପଜିଟିଭ୍ ସଂଖ୍ୟା, ଆକ୍ଟିଭ୍ କେସ୍, ଟିକାକରଣ ଓ ହସ୍ପିଟାଲ୍‌ରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ନିୟମିତ ତର୍ଜମା କରାଯାଉଛି। ଏସବୁକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେବେ ବୋଲି ଡିଏମ୍ଇଟି କହିଛନ୍ତି।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ କମିଥିଲେ ମଧ୍ୟ ଉପକୂଳବର୍ତ୍ତି ଜିଲ୍ଲାଗୁଡିକରେ ସ୍ଥିତି ଏବେ ବି ଉଦବେଗଜନକ ରହିଛି। ଗତ ୨୪ ଘଣ୍ଟାରେ ୩, ୩୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର ହାରାହାରି ଟିପିଆର୍ ରହିଛି ୫.୦୨ ପ୍ରତିଶତ। ଗତ କିଛି ଦିନ ହେଲା ପଜିଟିଭ୍ ଟ୍ରେଣ୍ଡ ୩ ହଜାରରୁ ୩ହଜାର ୬ଶହ ଭିତରେ ରହୁଛି। ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ ମୟୁରଭଂଜ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ଓ ଟିପିଆର୍ ତଳ ଉପର ହେଉଛି। ଏସବୁ ଜିଲ୍ଲାରେ ସଂକ୍ରମଣ ହ୍ରାସ ଲାଗି ସ୍ବାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି।

Advertisment

ସଂକ୍ରମଣ ହାର କମିବା ପରେ ତାମିଲନାଡୁର ଚେନ୍ନାଇ ସମେତ ୪ଟି ଜିଲ୍ଲାରେ ଆଜିଠାରୁ ୫୦ ପ୍ରତିଶତ ଲୋକଙ୍କୁ ନେଇ ସପିଂ ମଲ୍, ବ୍ୟାବସାୟିକ ପ୍ରତିଷ୍ଠାନ ଓ ମନ୍ଦିର ଖୋଲାଯାଇଛି। ସେହିପରି ରାଜଧାନୀ ନୂଆଦିଲ୍ଲୀରେ ଆଜିଠାରୁ ୫୦ ପ୍ରତିଶତ ଲୋକଙ୍କୁ ନେଇ ଜିମ୍ ଓ ଯୋଗ ପ୍ରତିଷ୍ଠାନ ଖୋଲିଛି। ଏବେ ଅପେକ୍ଷା ଓଡ଼ିଶାରେ ଆଗକୁ କଣ ହେଉଛି।

ରିପୋର୍ଟ: ରଶ୍ମିରଂଜନ ଦାସ ଓ ହରିହର ଚାନ୍ଦ

Odisha Unlock
Advertisment
Advertisment