Advertisment

ଶ୍ରୀମନ୍ଦିର ମହାପ୍ରସାଦ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ଅବଢା ଉପରେ କଟକଣା ଲାଗିଲା। ସୁଆର ମହାସୁଆର ନିଯୋଗ ପକ୍ଷରୁ ବରାଦି ମହାପ୍ରସାଦ ଉପରେ କଟକଣା ଲଗାଯାଇଛି। କେବଳ ପୁରୀ ସହର ଓ ସେବାୟତ ପରିବାରଙ୍କ ପାଇଁ ଅବଢା ରନ୍ଧା ହେବ। ଆନୁମାନିକ ହଜାରେ କି ଦେଢ଼ହଜାର ଲୋକଙ୍କ ପାଇଁ ରନ୍ଧା ହେବ ମହାପ୍ରସାଦ। ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ସୂଚନା ଦେଇଛନ୍ତି। କରୋନା ସ୍ଥିତିକୁ ଦେଖିଲେ ପୁରୀ ଜିଲ୍ଲାରେ ଆଜି ସୁଦ୍ଧା […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଶ୍ରୀମନ୍ଦିର ମହାପ୍ରସାଦ ଉପରେ ଲାଗିଲା କଟକଣା

maha-prasad

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ଅବଢା ଉପରେ କଟକଣା ଲାଗିଲା। ସୁଆର ମହାସୁଆର ନିଯୋଗ ପକ୍ଷରୁ ବରାଦି ମହାପ୍ରସାଦ ଉପରେ କଟକଣା ଲଗାଯାଇଛି।

Advertisment

କେବଳ ପୁରୀ ସହର ଓ ସେବାୟତ ପରିବାରଙ୍କ ପାଇଁ ଅବଢା ରନ୍ଧା ହେବ। ଆନୁମାନିକ ହଜାରେ କି ଦେଢ଼ହଜାର ଲୋକଙ୍କ ପାଇଁ ରନ୍ଧା ହେବ ମହାପ୍ରସାଦ। ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ସୂଚନା ଦେଇଛନ୍ତି।

କରୋନା ସ୍ଥିତିକୁ ଦେଖିଲେ ପୁରୀ ଜିଲ୍ଲାରେ ଆଜି ସୁଦ୍ଧା ୪୪୨୩ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨୫୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୧୪୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ୩ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Advertisment
Advertisment
Advertisment