Advertisment

କରୋନା ସଚେତନ ପାଇଁ ଆକ୍ସନ ମୋଡ୍‌ରେ ପୋଲିସ ଓ ପ୍ରଶାସନ; ଅମାନିଆଙ୍କୁ ହେଉଛି ଫାଇନ

ଭୁବନେଶ୍ୱର: ଦିନକ ପୂର୍ବରୁ ସ୍ୱାସ୍ଥ୍ୟ ଅତିରିକ୍ତ ଶାସନ ସଚିବଙ୍କ ସର୍କୁଲାର ଜାରି ପରେ ଗତକାଲି ଏସ୍‌ଆରସିଙ୍କ ନୂଆ ଗାଇଡଲାଇନ୍  ଜାରି କରିଥିଲେ । ଆଉ ଆଜି ପୂରା ଆକ୍ସନ ମୋଡ୍‌ରେ ଅଛି ପୋଲିସ ଓ ପ୍ରଶାସନ। ଦେଶର କିଛି ରାଜ୍ୟରେ ଆତଙ୍କ ରଚିଥିବା କରୋନାର ନୂଆ ଷ୍ଟ୍ରେନ୍ ଓଡ଼ିଶା ଆସିବା ପୂର୍ବରୁ ଲୋକେ କେମିତି ସତର୍କ ହେବେ, ସେ ନେଇ ସଚେତନ କରୁଛି ପୋଲିସ। ରାଜଧାନୀର ବିଏମ୍‌ସି ଓ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ଆଜି ବିଭିନ୍ନ […]

କରୋନା ସଚେତନ ପାଇଁ ଆକ୍ସନ ମୋଡ୍‌ରେ ପୋଲିସ ଓ ପ୍ରଶାସନ; ଅମାନିଆଙ୍କୁ ହେଉଛି ଫାଇନ

corona

Advertisment

ଭୁବନେଶ୍ୱର: ଦିନକ ପୂର୍ବରୁ ସ୍ୱାସ୍ଥ୍ୟ ଅତିରିକ୍ତ ଶାସନ ସଚିବଙ୍କ ସର୍କୁଲାର ଜାରି ପରେ ଗତକାଲି ଏସ୍‌ଆରସିଙ୍କ ନୂଆ ଗାଇଡଲାଇନ୍  ଜାରି କରିଥିଲେ । ଆଉ ଆଜି ପୂରା ଆକ୍ସନ ମୋଡ୍‌ରେ ଅଛି ପୋଲିସ ଓ ପ୍ରଶାସନ। ଦେଶର କିଛି ରାଜ୍ୟରେ ଆତଙ୍କ ରଚିଥିବା କରୋନାର ନୂଆ ଷ୍ଟ୍ରେନ୍ ଓଡ଼ିଶା ଆସିବା ପୂର୍ବରୁ ଲୋକେ କେମିତି ସତର୍କ ହେବେ, ସେ ନେଇ ସଚେତନ କରୁଛି ପୋଲିସ।

Advertisment

ରାଜଧାନୀର ବିଏମ୍‌ସି ଓ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ଆଜି ବିଭିନ୍ନ ଅଞ୍ଚଳ ବୁଲି ମାସ୍କ୍, ସାମାଜିକ ଦୂରତା ଓ ସାନିଟାଇଜ୍ ଉପରେ ଗୁରୁତ୍ୱ ଦେବାକୁ ଲୋକଙ୍କୁ ବୁଝାଇଛନ୍ତି। ଆଉ ଯେଉଁଠି ଅଭ୍ୟାସଗତ ଅମାନିଆଙ୍କୁ ପାଇଛନ୍ତି, ସେମାନଙ୍କଠୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଇଛି।

ଖୋର୍ଦ୍ଧା ବାଣପୁର ଓ ବାଲୁଗାଁ ଅଞ୍ଚଳର କରୋନାର ପ୍ରଭାବ କମିବା ପରେ ରାସ୍ତା ଓ ବଜାର ଘାଟରେ ଲୋକେ ପୂରା ଢିଲା ମାରୁଥିବାରୁ ଆଜିଠୁ ଏଠାରେ ଡାକବାଜିରେ ପ୍ରଚାର କରାଯାଇ ଲୋକଙ୍କୁ ସଚେତନ କରିଛି ପ୍ରଶାସନ।

Advertisment

କରୋନା ସଚେତନତା ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଆମର ୫ଟି ସ୍ୱାର୍ଡ ରହିଛି। ସେମାନେ ବିଭିନ୍ନ ମାର୍କେଟ୍‌ରେ ସଚେତନ କରୁଛି ଫାଇନ୍ ବି ଆଦାୟ ହୋଇଛି। ସେହପିର ସମସ୍ତେ ଯେମିତି ଆଇନ୍‌ ମାନି ଚାଲିବେ ସେଥିପାଇଁ ସତର୍କ କରାଯାଉଛି ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି କହିଛନ୍ତି।

ଓଡ଼ିଶାରେ ଏଯାଏ କରୋନାର କୌଣସି ନୂଆ ଷ୍ଟ୍ରେନ୍ ଠାବ ହୋଇନଥିଲେ ବି ଯେ କୌଣସି ମୁହୂର୍ତ୍ତରେ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ତେଣୁ କଡ଼ା ସତର୍କତା ଓ ଅତ୍ୟଧିକ ସଚେତନତା ହିଁ ରାଜ୍ୟବାସୀଙ୍କୁ କରୋନାଠୁ ସୁରକ୍ଷିତ ରଖିପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି। ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ଯେ ଲୋକେ ଯଦି ନିୟମକୁ ମାନନ୍ତି, ତେବେ ଲକଡାଉନର ଆବଶ୍ୟକତା ପଡ଼ିବନି। କିନ୍ତୁ ସ୍ଥିତି ବିଗିଡ଼ିଲେ ନିଷ୍ପତ୍ତି ବଦଳିପାରେ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ଦେଶର କିଛି ରାଜ୍ୟରେ କରୋନାର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଣେ ଚିନ୍ତାରେ ପଡ଼ିଲାଣି ଶ୍ରୀମନ୍ଦିର ପ୍ରଶାସନ। କାରଣ ପୁରୀକୁ ଏବେ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟୁଥିବାରୁ ଆଗକୁ କି ପଦକ୍ଷେପ ନିଆଯିବ, ସେ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି।

ସେହିଭଳି ରାଜ୍ୟର ସମସ୍ତ ସ୍କୁଲରେ ଏବେ ମାଟ୍ରିକ୍ ପିଲାଙ୍କ ଶିକ୍ଷାଦାନ ଚାଲିଥିବାରୁ ଏଠାରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜିଲ୍ଲା ଓ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ଏପଟେ ରାଜଧାନୀର ଆଇଆର୍‌ସି ଭିଲେଜରେ ଏକ ସ୍କୁଲର ଶିକ୍ଷକ ପଜିଟିଭ୍ ଚିହ୍ନଟ ପରେ ବିଏମସିର ସର୍ଭିଲାନ୍ସରେ ରହିଛନ୍ତି ସମ୍ପୃକ୍ତ ସ୍କୁଲର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ।

ଏନେଇ ଆଇଆରସି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ମେକାପ କହିଛନ୍ତି ଯେ ଯେଉଁମାନେ ସଂକ୍ରମିତ ଶିକ୍ଷଙ୍କ ସହିତ  ମିଶିଥିଲେ ସମସ୍ତେ କୋଭିଡ୍ ଟେଷ୍ଟ କରାଇଛନ୍ତି। ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ତେବେ ଯେଉଁ ପିଲାଙ୍କର ଦେହ ଖରାପ ଲାଗିବ ସେମାନଙ୍କ ଆଇସୋଲେସନ୍‌ କରିବା ସହିତ ତାଙ୍କ ଘରକୁ ଫୋନ୍ କରିବାକୁ ସହଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି।

ଦେଶରେ ଏବେ କେରଳ, ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶରେ ଦୃତ ଗତିରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ କେବଳ ମହାରାଷ୍ଟ୍ରରେ ୭ ହଜାର ନୂଆ ସଂକ୍ରମିତ ଚିହ୍ନଟ କରାଯାଇଛି। ଆଜି ଦେଶର ମୋଟ୍ ୧୪ ହଜାର ୨୦୦ ନୂଆ ସଂକ୍ରମିତଙ୍କ ଭିତରୁ କେବଳ ୭୪ ପ୍ରତିଶତ କେରଳ ଓ ମହାରାଷ୍ଟ୍ରରେ ହିଁ ଚିହ୍ନଟ ହୋଇଛନ୍ତି। ସେହିଭଳି ଓଡ଼ିଶାରେ ବି ୨୪ ଘଣ୍ଟାରେ ୬୯ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୫୪ ଜଣ ସୁସ୍ଥ ହୋଇଛନ୍ତି

Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ