/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error100_1622621711.jpg)
Dr Niranjan Mishra
ଭୁବନେଶ୍ୱର: ସୁଧୁରୁଛି କରୋନା ସ୍ଥିତି । ଖସୁଛି ସଂକ୍ରମଣ । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ବଡ଼ ସୂଚନା । କହିଲେ ରାଜ୍ୟରେ ସଂକ୍ରମଣ ମାମଲା ଏବେ ଦିନକୁ ଦିନ କମିବାରେ ଲାଗିଛି । ଆଗକୁ ଆହୁରି କମିବ । ପିକ୍ ସମୟ ଅତିକ୍ରମ କରିସାରିଛି, ସଂକ୍ରମଣ ତଳମୁହାଁ ହେଉଛି ।
ଏହାସହ ସେ ଆହୁରି ଆହୁରି କହିଛନ୍ତି, ଆମ ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢିଥିବାରୁ ଏବେ ଖସୁଛି । ଅନ୍ୟ ରାଜ୍ୟ ତୁଳନାରେ ଆମର ମୃତ୍ୟୁସଂଖ୍ୟା କମ୍ ରହିଛି କହିଲେ ନିରଞ୍ଜନ ମିଶ୍ର । ସେହିଭଳି ଜୁନରେ ସଂକ୍ରମଣ ସଂଖ୍ୟା ଖସିବା ଆରମ୍ଭ ହୋଇଛି । ଆଗକୁ ଆହୁରି କମିବ ବୋଲି ଆଶା ରହିଛି ।
ଅନ୍ୟପଟେ ଏବେ ସବୁ ହସ୍ପିଟାଲରେ କୋଭିଡ୍ ଓ ଅଣକୋଭିଡ୍ ରୋଗୀଙ୍କ ପାଇଁ ଅଲଗା ୱାର୍ଡର ବ୍ୟବସ୍ଥା ରହିଥିବା କଥା ମଧ୍ୟ କହିଛନ୍ତି ନିରଞ୍ଜନ । ସେ ଏହା ମଧ୍ୟ କହିଛନ୍ତି ଯେ, ଦେଶରେ ବ୍ଲାକ୍ ଫଙ୍ଗସକୁ ନେଇ ଯେଉଁ ଭୟ ରହିଛି । ସେଥିପ୍ରତି ଭୟ କରିବା ଆବଶ୍ୟକ ନାହିଁ । ରାଜ୍ୟରେ ରାଜ୍ୟରେ ବ୍ଲାକ୍ ଫଙ୍ଗସ ରୋଗୀ ନାହାଁନ୍ତି କହିଲେ ଚଳେ । ଏବେ ସୁଦ୍ଧା ମାତ୍ର ୪୧ ଜଣ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ରହିଛି । ଆଗକୁ ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ବିଭାଗ ଓ ସରକାର ପ୍ରସ୍ତୁତ ରହିଛନ୍ତି ।
ଖାଲି ସେତିକି ନୁହେଁ ଏବେ ରାଜ୍ୟରେ ସଂକ୍ରମଣ ହାର ଖସୁଥିଲେ ମଧ୍ୟ ସରକାର ତୃତୀୟ ଲହର ପାଇଁ ପ୍ରସ୍ତୁତି ଚାଲିଛି । ଏଥିପାଇଁ ସ୍ୱତନ୍ତ ଟାସ୍କଫୋର୍ସ ଗଠନ କରାଯାଇଛି । ସେମାନେ ଯାହା ରେକମେଣ୍ଡ କରିବେ ସେହି ଅନୁସାର ବ୍ୟବସ୍ଥା କରାଯିବ । ବିଶେଷ କରି ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯାଉଛି । ଗ୍ରାମାଞ୍ଚଳ କଭର ପାଇଁ ଆଣ୍ଟିଜେନ୍ ଟେଷ୍ଟିଂ ବୃଦ୍ଧି କରିବାକୁ ଯୋଜନା କରାଯାଇଛି ବୋଲି କହିଛନ୍ତି ନିରଞ୍ଜନ ମିଶ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)