/odishatv-khabar/media/post_attachments/uploadimage/library/16_9/16_9_0/coronaviru_1625175212.jpg)
coronaviru
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୦୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି ପାଇଛି।
ସେହିପରି ଅନୁଗୁଳ ୨୧୮, କଟକ ୧୩୫, ବାଲେଶ୍ୱର ୮୮, ଜଗତସିଂହପୁରରୁ ୮୫, ମୟୂରଭଂଜ ୮୩, ଯାଜପୁର ୮୧, କେନ୍ଦୁଝର ୭୫, ପୁରୀ ୬୯, କେନ୍ଦ୍ରାପଡ଼ାରୁ ୬୫ ସୁସ୍ଥ ହୋଇଛନ୍ତି।
ବଲାଙ୍ଗିର ୬୪, ଭଦ୍ରକ ୬୩, ନୂଆପଡ଼ା ୬୨, ନବରଙ୍ଗପୁରରୁ ୬୦ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳ ୫୬, ସୋନପୁର ୪୭, ବରଗଡ଼ ୪୬, କଳାହାଣ୍ଡିରୁ ୪୪,ଝାରସୁଗୁଡ଼ା ୪୨, ନୟାଗଡ଼ ୩୭ ଜଣ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ କହିଛି।
ସମ୍ବଲପୁରରୁ ମଧ୍ୟ ଆଜି ୩୬ ଜଣ କରୋନା ଆକ୍ରନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳରୁ ୩୪,ସୁନ୍ଦରଗଡ଼ ୨୬, କୋରାପୁଟ ୨୫, ଗଂଜାମ ୨୪, ମାଲକାନଗିରିରୁ ୨୩ ସୁସ୍ଥ ହୋଇଥିବା ସୂଚନା ମିଳିଛି।
ବୌଦ୍ଧ ୨୧, ଦେବଗଡ଼ ୯, ଗଜପତି ୯, ରାୟଗଡ଼ାରୁ ୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)