/odishatv-khabar/media/post_attachments/uploadimage/library/16_9/16_9_0/vaccine-at-doorstep_1622531638.jpg)
vaccine
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କଡାକଡି ହେଲା କୋଭିଡ କଟକଣା। ସଂକ୍ରମଣ ହାର କମୁ ନ ଥିବାରୁ ଆଜିଠୁ ଆରମ୍ଭ ହୋଇଛି ୩ୟ ପର୍ଯ୍ୟାୟ ଲକ୍ ଡାଉନ। ଏଥିସହିତ ସପ୍ତାହାନ୍ତ ଲକ୍ ଡାଉନ ମଧ୍ୟ ଜାରି ରହିଛି। ଏବେ ବିମାନଯାତ୍ରୀଙ୍କ ପାଇଁ ଲାଗୁ ହୋଇଛି କଟକଣା। ଭୁବନେଶ୍ୱରରେ ଓହ୍ଲାଉଥିବା ବିମାନ ଯାତ୍ରୀଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି ବିଏମସି କର୍ତ୍ତୃପକ୍ଷ ।
ବିଏମସି ନିର୍ଦ୍ଦେଶାନାମା ଅନୁସାରେ, ବିମାନ ବନ୍ଦରରେ ଅବତରଣ କରିବାର ୪୮ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ନିଶ୍ଚିତ ଭାବେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ଯେଉଁ ଯାତ୍ରୀମାନେ ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବେ ସେମାନେ ନିଜର ଟିକାକରଣ ସାର୍ଟିଫିକେଟ୍ ଦେଖାଇପାରିବେ।
ଯେଉଁ ଯାତ୍ରୀମାନେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଟିକାକରଣ ସାର୍ଟିଫିକେଟ୍ ଦେଖାଇପାରିବେ ନାହିଁ ସେମାନଙ୍କର ବିମାନ ବନ୍ଦର ପରିସରରେ ବାଧ୍ୟତାମୂଳକ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯିବ।
ସଂକ୍ରମିତ ଥିଲେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ନିୟମ ମାନିବାକୁ ପଡ଼ିବ । ଏହି ଗାଇଡଲାଇନକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ୱରକୁ ବାହାରୁ ଲୋକ ଅଧିକ ସଂଖ୍ୟକ ଲୋକ ଆସୁଥିବାରୁ ଏଠାରେ ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏପରି କର୍ତ୍ତୃପକ୍ଷ ଏପରି ପଦକ୍ଷେପ ନେଇଛନ୍ତି।
ଅନ୍ୟପକ୍ଷେ ସଂକ୍ରମଣ ରୋକିବାକୁ ଏଠାରେ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଇଛି। ରାଜଧାନୀରେ ଗତକାଲିଠାରୁ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ ହୋଇଛି । ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଘର ଘର ବୁଲି ଟିକା ଦିଆଯାଉଛି । ବିଏମସିର ୩ଟି ଜୋନର ୬ଟି ଆପାର୍ଟମେଣ୍ଟରେ ଚାଲିଛି ଟିକାକରଣ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)