/odishatv-khabar/media/post_attachments/uploadimage/library/16_9/16_9_0/couple-death_1626686731.jpg)
couple death
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟ ମହିଚଲା ଛକରେ ମର୍ମନ୍ତୁଦ ଦୁର୍ଘଟଣା। ଗାଡ଼ି ଧକ୍କାରେ ସ୍ୱାମୀ-ସ୍ତ୍ରୀ ମୃତ। ମୃତକ ହେଲେ ଚନ୍ଦ୍ରଧ୍ୱଜ ବେମାଲ ଓ କଳାବତୀ ବେମାଲ ।
Advertisment
ଆଜି ସକାଳୁ ମର୍ଣ୍ଣିଂ ଓ୍ୱାକ୍ କରୁଥିବା ବେଳେ ସେମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଛି । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି। ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ NH-26 ଅବରୋଧ କରିଛନ୍ତି । ଏହା ଫଳରେ ଭବାନୀପାଟଣା-ଜୟପୁର ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ହୋଇ ଯାଇଛି । ଉଭୟ ପଟରେ ଅଟକି ରହିଛି ଶହ ଶହ ଗାଡ଼ି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)