Advertisment

ଜାମୁ ଗଛରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଛଟାଗୁଡ଼ା ଗାଁ ପୋଖରୀ ପାଖରେ ଥିବା ଜାମୁ ଗଛରେ ରଶି ଲଗାଇ ଦୁଇଜଣ ଯୁବକଯୁବତୀ ଆତ୍ମହତ୍ୟା କରିଛନ୍ତି।  ମୃତ ଯୁବକଯୁବତୀ ହେଲେ ଇନ୍ଦ୍ର ଗଣ୍ଡ ଓ ସୁଶୀଳା କଲାର। ଦୁହେଁ ଗତ ରାତିରେ ଗଛରେ ରଶି ଲଗାଇ ଦେଇଥିଲେ। ପ୍ରେମ ଜନିତ କାରଣରୁ ଉଭୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସକାଳେ ଗାଁ ଲୋକେ ଗଛରେ ମୃତଦେହ ଝୁଲୁଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ।  ଖବର ପାଇ ପୁଲିସ୍‌ ଗାଁରେ […]

author-image
Sangita Sahu
ଜାମୁ ଗଛରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର

umarkote

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଛଟାଗୁଡ଼ା ଗାଁ ପୋଖରୀ ପାଖରେ ଥିବା ଜାମୁ ଗଛରେ ରଶି ଲଗାଇ ଦୁଇଜଣ ଯୁବକଯୁବତୀ ଆତ୍ମହତ୍ୟା କରିଛନ୍ତି।  ମୃତ ଯୁବକଯୁବତୀ ହେଲେ ଇନ୍ଦ୍ର ଗଣ୍ଡ ଓ ସୁଶୀଳା କଲାର। ଦୁହେଁ ଗତ ରାତିରେ ଗଛରେ ରଶି ଲଗାଇ ଦେଇଥିଲେ। ପ୍ରେମ ଜନିତ କାରଣରୁ ଉଭୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

Advertisment

ସକାଳେ ଗାଁ ଲୋକେ ଗଛରେ ମୃତଦେହ ଝୁଲୁଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ।  ଖବର ପାଇ ପୁଲିସ୍‌ ଗାଁରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Advertisment