/odishatv-khabar/media/post_attachments/uploadimage/library/16_9/16_9_0/bjd_1626698086.jpg)
bjd
ଭୁବନେଶ୍ୱର: ମାସ୍କ, ପିପିଇ ପରେ ମୋବାଇଲ କିଣାରେ ଦୁର୍ନୀତି ଅଭିଯୋଗ । କେନ୍ଦ୍ର ପ୍ରଦାନ କରିଥିବା ସ୍ପେସିଫିକେସନକୁ ବଦଳାଇ ରାଜ୍ୟ ସରକାର ମୋବାଇଲ କିଣିଥିବା କଂଗ୍ରେସ ଅଭିଯୋଗ କରିଛି । ଆଶା କର୍ମୀଙ୍କ ପାଇଁ ୫ ଦଶମିକ ୫ ଇଞ୍ଚ ସ୍କ୍ରିନ, ୧୬ ଜିବି ମେମୋରୀ ଓ ୬.୦ ଆଣ୍ଡ୍ରୋଏଡ ମୋବାଇଲ କିଣିବାକୁ କେନ୍ଦ୍ର ସ୍ପେସିଫିକେନ ଧାର୍ଯ୍ୟ କରିଥିଲା ।
ତେବେ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ସ୍ପେସିଫିକେସନର ମୋବାଇଲ କିଣି ନଥିବା କଂଗ୍ରେସ ଅଭିଯୋଗ କରିଛି । ଏକ ନିର୍ଦ୍ଦିଷ୍ଟ କଂପାନିରୁ ମୋବାଇଲ କିଣିବାକୁ କେନ୍ଦ୍ର ଧାର୍ଯ୍ୟ କରିଥିବା ନିୟମକୁ ପାଳନ କରାଗଲା ନାହିଁ । ଗୁରୁଗ୍ରାମର ଏକ କଂପାନିକୁ ମୋବାଇଲ ପାଇଁ ଅର୍ଡର ଦିଆଯାଇଥିଲା। ବଜାର ମୂଲ୍ୟ ୮ ହଜାର ୯୯୯ ଥିବା ମୋବାଇଲକୁ ୧୦ ହଜାର ୯୫୦ ଟଙ୍କାରେ କିଣାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି ।
ଅନ୍ୟପକ୍ଷରେ ବିଜେଡି ନେତା ଅମର ଶତପଥୀ କଂଗ୍ରେସର ଅଭିଯୋଗକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏକଥାର କୌଣସି ସତ୍ୟତା ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)