Advertisment

ଗାଁ ଉନ୍ନୟନ ପାଇଁ ଟଙ୍କା ଆସୁଛି ହେଲେ କାମ ହେଉ ନାହିଁ

କେନ୍ଦ୍ରାପଡ଼ା: କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସତ ହେଲେ ବାସ୍ତବ କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କୋଇଲିପୁର ପଞ୍ଚାୟତରେ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହେଉଛି। ଏଠି ପୁରୁଣା ଘରକୁ ଦେଖାଇ ଅର୍ଥ ବାଟମାରଣା କରାଯିବା ସହ କାମ ଆଦୌ ନକରି ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଦୁର୍ନୀତି ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି […]

author-image
Sarbeswar
ଗାଁ ଉନ୍ନୟନ ପାଇଁ ଟଙ୍କା ଆସୁଛି ହେଲେ କାମ ହେଉ ନାହିଁ

kendrapada

କେନ୍ଦ୍ରାପଡ଼ା: କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସତ ହେଲେ ବାସ୍ତବ କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କୋଇଲିପୁର ପଞ୍ଚାୟତରେ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହେଉଛି। ଏଠି ପୁରୁଣା ଘରକୁ ଦେଖାଇ ଅର୍ଥ ବାଟମାରଣା କରାଯିବା ସହ କାମ ଆଦୌ ନକରି ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଦୁର୍ନୀତି ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଲୋକ।

Advertisment

ଉନ୍ନୟନ ମୂଳକ କାମ ନାଁରେ ହୋଇଛି ମହାଘୋଟଲା। ଏଭଳି ଅଭଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ କୋଇଲିପୁର ପଞ୍ଚାୟତରୁ। ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠକୁ ଲାଗି ରହିଥିବା ଆମ ପାଠାଗାରର ଦୃଶ୍ୟ ଯିଏ ଦେଖିବ ସିଏ ସବୁକିଛି ବୁଝିପାରିବ। ଏଠାରେ ଲାଗି ଥିବା ଗୋଟିଏ ଫଳକରେ ବାତ୍ୟା ଆଶ୍ରୟସ୍ଥଳ ଲେଖାଯାଇଥିବା ବେଳେ ଅନ୍ୟଟିରେ ଆମ ପାଠାଗାର ଲେଖାଯାଇଛି। ପୁରୁଣା ଘରକୁ ରଙ୍ଗମାରି ଏହି ଘର ଲାଗି ୪ଲକ୍ଷ ୫୦ ହଜାର ଟଙ୍କା ଉଠାଯାଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ସଂଗ୍ରାମପୁର ଗ୍ରାମ୍ୟ ରାସ୍ତା ନିର୍ମାଣ କରାନଯାଇ ଦେଢ ଲକ୍ଷ ଟଙ୍କା ହଡ଼ପ ମଧ୍ୟ ହୋଇଛି। ନାମକୁ ମାତ୍ର ଷ୍ଟ୍ରିଟ୍ ଲାଇଟ୍ ଲଗାଇ ୪ଟି କିସ୍ତିରେ ୬ ଲକ୍ଷ ଟଙ୍କା ଉଠାଯାଇଥିବା ଅଭିଯୋଗ ବି ହୋଇଛି।

କୋଇଲିପୁର ପଞ୍ଚାୟତରେ କେବଳ ଏତିକି ଦୁର୍ନୀତି ନୁହଁ, ବାଟଗାଁ ଖେଳ ପଡିଆ ଉନ୍ନତି କରଣ ନାମରେ ତିନି ଥର ବିଲ କରାଯାଇଥିବା ଅଭିଯୋଗ ହୋଇଛି। ସେପଟେ ଇଟାପୋଖରୀ ଠାରୁ ଖୁଲାରୀ ପର୍ଯ୍ୟନ୍ତ କେନାଲ ଖନନ, ପଞ୍ଚାୟତର ବିଭିନ୍ନ ପୋଖରୀରୁ ପଙ୍କ ଉଦ୍ଧାର କାମରେ ବି ଦୁର୍ନୀତି ହୋଇଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଏଥିରେ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ସଂପୃକ୍ତି ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ସରପଞ୍ଚ ଖଣ୍ଡନ କରୁଥିବା ବେଳେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ।

Advertisment

ତେବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କୋଇଲିପୁର ପଞ୍ଚାୟତରେ ବିଭିନ୍ନ ଯୋଜନାରେ ହୋଇଥିବା ମହାଦୁର୍ନୀତିର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ। କାରଣ ସରକାର ଲୋକଙ୍କ ଲାଗି ଟଙ୍କା ଦେଉଛନ୍ତି କିନ୍ତୁ ଲୋକଙ୍କ ପାଖରେ ତାହା ପହଂଚିପାରୁନାହିଁ, ଯାହାକୁ ନେଇ ଅସନ୍ତୋଷ ମଧ୍ୟ ତେଜିବାରେ ଲାଗିଛି।

କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ ଓ ଆଳୀରୁ ବନମାଳୀ ସାହୁଙ୍କ ରିପୋର୍ଟ

Advertisment
Advertisment