Advertisment

ଅନ୍ତର୍ଜାତୀୟ ସ୍ତରରେ ଚମକିଲା ୩ ମିନିଟ୍‌ର ଓଡ଼ିଆ ଫିଲ୍ମ

ଭୁବନେଶ୍ୱର: କରୋନା ସଂକ୍ରମଣ ବେଳେ ଲକ୍‌ଡାଉନ୍ ସଚେତନତା ବାର୍ତ୍ତା ବହନ କରୁଥିବା କ୍ଷୁଦ୍ର ଓଡ଼ିଆ କଳାତ୍ମକ ଚଳଚ୍ଚିତ୍ର “ଅଭିଳାଷ” ଉଭୟ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଚମକିଛି। ମାତ୍ର ୩ ମିନିଟ୍‌ ୨୬ ସେକେଣ୍ଡରେ ନିର୍ମିତ ଏହି ଫିଲ୍ମଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ୬ ବିଜେତାଙ୍କ ମଧ୍ୟରେ ସ୍ଥାନ ପାଇ ପୁରସ୍କୃତ ହୋଇଛି। ସେହିପରି ବେଙ୍ଗଲ୍ ଲକଡାଉନ୍ ଫେଷ୍ଟିଭାଲରେ ଜାତୀୟସ୍ତରରେ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ଲାଭ କରିଛି। ପଶ୍ଚିମବଙ୍ଗରେ ବେଙ୍ଗଲ ନ୍ୟାଶନାଲ୍ ଫିଲ୍ମ ଫେଷ୍ଟିଭାଲର ଆୟୋଜନ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଅନ୍ତର୍ଜାତୀୟ ସ୍ତରରେ ଚମକିଲା ୩ ମିନିଟ୍‌ର ଓଡ଼ିଆ ଫିଲ୍ମ

abhilash

ଭୁବନେଶ୍ୱର: କରୋନା ସଂକ୍ରମଣ ବେଳେ ଲକ୍‌ଡାଉନ୍ ସଚେତନତା ବାର୍ତ୍ତା ବହନ କରୁଥିବା କ୍ଷୁଦ୍ର ଓଡ଼ିଆ କଳାତ୍ମକ ଚଳଚ୍ଚିତ୍ର "ଅଭିଳାଷ" ଉଭୟ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଚମକିଛି। ମାତ୍ର ୩ ମିନିଟ୍‌ ୨୬ ସେକେଣ୍ଡରେ ନିର୍ମିତ ଏହି ଫିଲ୍ମଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ୬ ବିଜେତାଙ୍କ ମଧ୍ୟରେ ସ୍ଥାନ ପାଇ ପୁରସ୍କୃତ ହୋଇଛି। ସେହିପରି ବେଙ୍ଗଲ୍ ଲକଡାଉନ୍ ଫେଷ୍ଟିଭାଲରେ ଜାତୀୟସ୍ତରରେ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ଲାଭ କରିଛି।

Advertisment

ପଶ୍ଚିମବଙ୍ଗରେ ବେଙ୍ଗଲ ନ୍ୟାଶନାଲ୍ ଫିଲ୍ମ ଫେଷ୍ଟିଭାଲର ଆୟୋଜନ ହୋଇଥିଲା। ଏଥିରେ ସମ୍ଭାବ୍ୟ ୮୦ଟି ଫିଲ୍ମ ମଧ୍ୟରୁ ୬୦ ଫିଲ୍ମ ଜାତୀୟ ସ୍ତର ପାଇଁ ସ୍ଥାନ ପାଇଥିଲା। ଆଶିଷ ରାଉତ ଏହି ଫେଷ୍ଟିଭାଲର ନିର୍ଦ୍ଦେଶକ ରୂପେ ଦାୟିତ୍ଵ ବହନ କରିଥିଲେ। ମୁମ୍ବାଇ, ଓଡ଼ିଶା, ପଶ୍ଚିମବଙ୍ଗ, ଆମେରିକା ଓ ଆସାମର ବିଭିନ୍ନ ସ୍ଥାନରୁ ଏହି ଫେଷ୍ଟିଭାଲରେ ଅଂଶଗ୍ରହଣ କରିଥିଲେ। କଳାକାରଙ୍କ ନିଖୁଣ ଅଭିନୟ ଓ ଉଚ୍ଚକୋଟୀର ଚିତ୍ରତ୍ତୋଳନ ଶ୍ରେଷ୍ଠ ପୁରସ୍କାର ଜିତିବାରେ ମାପକାଠି ସାଜିଛି।

ଏହି ଫିଲ୍ମଟି ହିଞ୍ଜିଳିକାଟୁ ଓ ଏହାର ଆଖପାଖ ଅଞ୍ଚଳରେ ଶୁଟିଂ କରାଯାଇଛି। ହିଞ୍ଜିଳିକାଟୁର କଳା ଓ ନୃତ୍ୟ ଗବେଷଣା କେନ୍ଦ୍ର ନୃତ୍ୟମର ମୁଖ୍ୟ ସଞ୍ଚାଳକ ଗୁରୁ କୃଷ୍ଣଚନ୍ଦ୍ର ସାହୁଙ୍କ ବରିଷ୍ଠ ନିର୍ଦ୍ଦେଶନା ଓ ବହୁଦିନର ପରିଶ୍ରମ ଦ୍ୱାରା ଏହା ଜାତୀୟ ସ୍ତରରେ ଏକ ନୂତନ ପରିଚୟ ସୃଷ୍ଟି କରିଛି। ଭାରତର କୋଣ ଅନୁକୋଣରୁ ବହୁ ଚଳଚ୍ଚିତ୍ର ନିର୍ମାତାଙ୍କୁ ପଛରେ ପକାଇ ହିଞ୍ଜିଳିକାଟୁର "ଅଭିଳାଷ" ଫିଲ୍ମଟି ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛି।

Advertisment

ନୃତ୍ୟମ୍ ଅନୁଷ୍ଠାନର ଛାତ୍ର ଟି. ଶିବାଜୀ ଦାସଙ୍କ ନିଖୁଣ ଅଭିନୟ ହିଁ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ବିବେଚିତ କରିବାରେ ପ୍ରମୁଖ ଭୂମିକା ବହନ କରିଛି। ଚଳଚ୍ଚିତ୍ର ସହକାରୀ ନିର୍ଦ୍ଦେଶକ ରଞ୍ଜନ କୁମାର ସାହୁ, କ୍ୟାମେରାମ୍ୟାନ୍- ଟି ଶ୍ରୀନିବାସ ଦାସ ଓ ଗୋପାଳ ମହାନ୍ତି "ଚଳଚ୍ଚିତ୍ର କଥାକାର" ଏବଂ ସୁମନ ଦାସଙ୍କ ବହୁଦିନର ପରିଶ୍ରମ ଦ୍ୱାରା ଆଜି ଛୋଟ ଏକ ସହରର କଳା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଦୃତ ହୋଇପାରିଛି।

ସେହିପରି ଶୁଭମପୂର୍ବ ନିର୍ଦ୍ଦେଶନାରେ ନ୍ୟୁ ନର୍ମାଲ୍ ଇଣ୍ଟରନ୍ୟାଶନାଲ୍ ଫିଲ୍ମ ଚ୍ୟାଲେଞ୍ଜ ଗୁଜରାଟର ସୁରତରେ ଆୟୋଜିତ ହୋଇଥିଲା। ଏଥିରେ ବିଶ୍ୱର ୨୦ରୁ ଅଧିକ ଦେଶ ଭାଗ ନେଇଥିଲେ। ପ୍ରାୟ ୧୩୫ଟି ଫିଲ୍ମରୁ ୫୦ଟି ଫିଲ୍ମକୁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ଦିଆଯାଇଥିଲା। ଆମେରିକା, ଅଷ୍ଟ୍ରେଲିଆ ଭଳି ଦେଶକୁ ପଛରେ ପକାଇ ହିଞ୍ଜିଳିକାଟୁର କ୍ଷୁଦ୍ର ଚଳଚ୍ଚିତ୍ର 'ଅଭିଳାଷ' ଟପ୍-୬ରେ ସ୍ଥାନ ପାଇ ପୁରସ୍କୃତ ହୋଇଛି।

ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମଟି ସିଆଇଏଫଏଫ୍‌ ଫିଲ୍ମ ଫେଷ୍ଟିଭାଲ୍‌, ଇଣ୍ଡିଆନ୍ ଗ୍ଲୋବାଲ୍ ଇଣ୍ଟରନ୍ୟାଶନାଲ୍ ଫିଲ୍ମ ଫେଷ୍ଟିଭାଲ୍‌, କୋଲକାତା ଅନଲାଇନ୍ ଇଣ୍ଟରନ୍ୟାଶନାଲ୍ ଫିଲ୍ମ ଫେଷ୍ଟିଭାଲ୍‌, ନୋୱାର୍ଡ ଇଣ୍ଟରନ୍ୟାଶନାଲ୍ ଫିଲ୍ମ ଫେଷ୍ଟିଭାଲ ପାଇଁ ମଧ୍ୟ ମନୋନୀତ ହୋଇସାରିଛି।

ରବି ସାହୁ, ପ୍ରଭାତ ମହାରଣା, ସୋମନାଥ ବେହେରା ଚଳଚ୍ଚିତ୍ରର ବିଭିନ୍ନ ବିଭାଗକୁ ସମ୍ଭାଳିଥିଲେ। ଚିମନ ସାହୁ, କେଶବ ମହାରଣା, ହରି ଚୌହାନ ପ୍ରମୁଖ ଚଳଚ୍ଚିତ୍ରର ନିର୍ମାଣରେ ବହୁ ସହଯୋଗ କରିଥିଲେ। ହିଞ୍ଜିଳିକାଟୁ ମାଟିର ଯୁବକମାନଙ୍କ ଏଭଳି ପ୍ରୟାସ ସହର ଓ ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଦେଇଛି। ପ୍ରଥମଥର ପାଇଁ ହିଞ୍ଜିଳିକାଟୁ ମାଟିର ଏକ ଚଳଚ୍ଚିତ୍ର ଜାତୀୟ ସ୍ତରରେ ଶ୍ରେଷ୍ଠ ଫିଲ୍ମ ବିବେଚିତ ହେବା ସହ ଅନ୍ତର୍ଜାତୀୟ ସ୍ତରରେ ଟପ୍-୬ରେ ସ୍ଥାନ ପାଇଥିବାରୁ ହୋଇଥିବାରୁ ପ୍ରଶଂସକ ମହଲ ଓ ବୁଦ୍ଧିଜୀବୀମାନଙ୍କ ତରଫରୁ ବହୁ ଶୁଭେଚ୍ଛା ବାର୍ତ୍ତା ମିଳିଛି।

Advertisment
Advertisment