Advertisment

‘ରାଜ୍ୟରେ ଆସ୍ତେ ଆସ୍ତେ କମିବ କରୋନା ସଂକ୍ରମଣ’

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କମୁଛି। ଆଗକୁ ଆହୁରି କମିବ । କରୋନା ସ୍ଥିତି ନେଇ ସୂଚନା ଦେଇ ଏହା କହିଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି । ମହାମାରୀ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୁଏ ନାହିଁ । କିଛି ଜିଲ୍ଲାରେ…

ଅଦ୍ୟତନ ହୋଇଛି
‘ରାଜ୍ୟରେ ଆସ୍ତେ ଆସ୍ତେ କମିବ କରୋନା ସଂକ୍ରମଣ’

dmet

Advertisment

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କମୁଛି। ଆଗକୁ ଆହୁରି କମିବ । କରୋନା ସ୍ଥିତି ନେଇ ସୂଚନା ଦେଇ ଏହା କହିଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି । ମହାମାରୀ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୁଏ ନାହିଁ । କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ସେ ସବୁ ଜିଲ୍ଲାରେ ଧୀରେ ଧୀରେ କମିବ।

Advertisment

ରୋଗୀ ସଂକ୍ରମଣ ହେବା ପରେ ମୃତ୍ୟୁ ପଯର୍ୟନ୍ତ ଏକ ଗ୍ୟାପ୍ ରହୁଛି । ଧୀରେ ଧୀରେ ମୃତ୍ୟୁ ସଂଖ୍ୟା ମଧ୍ୟ କମିବ ବୋଲି ଡିଏମ୍ଇଟି କହିଛନ୍ତି । ଅନ୍ୟପଟେ କରୋନା ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ର ଯାହା ତଥ୍ୟ ଦରକାର ତାହା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ ତୃତୀୟ ଲହର ଆସୁ କି ନ ଆସୁ, ଏଥିଲାଗି ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ ବୋଏ କହିଛନ୍ତି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କରୋନା ସ୍ଥିତି ଉପରେ ସୂଚନା ଦେଇ ବିଜୟ ମହାପାତ୍ର କହିଛନ୍ତି,  ତୃତୀୟ ଲହରର ମୁକାବିଲା ପାଇଁ ତିନୋଟି ଦିଗ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଭ୍ୟାକ୍ସିନେସନ ବଢ଼ାଇବା, ସର୍ଭିଲାନ୍ସ ଜାରି ରଖିବା ଆଉ ଭିତ୍ତିଭୂମି ପ୍ରସ୍ତୁତ ରଖିବା ପ୍ରାଥମିକ ଲକ୍ଷ୍ୟ। ତେବେ ଫୋକସ ରହିବ ଶିଶୁମାନଙ୍କ ଚିକିତ୍ସା ଉପରେ।

Advertisment

ସେ ଦିଗରେ ଟ୍ରେନିଂ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ଏମିତି ଏବେ କିଛି ଦିନ ରହିବ। ଯେତେ ପର୍ଯ୍ୟନ୍ତ ଗୁରୁତର ରୋଗୀ ଅଛନ୍ତି, ମୃତ୍ୟୁ ସଂଖ୍ୟା ଏମିତି ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସୂଚନାଥାଉ କି, ରାଜ୍ୟରେ କୋଭିଡ ସଂକ୍ରମଣ ଆଶାଜନକ ଭାବେ କମୁ ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇଜଣିଆ କେନ୍ଦ୍ରୀୟ ଟିମ୍ । ଏହି ଟିମ୍ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କୋଲକାତାସ୍ଥିତ ଅଲ୍ ଇଣ୍ଡିଆ ଇଷ୍ଟିଚ୍ୟୁଟ  ଅଫ୍ ହାଇଜିନ୍ ଆଣ୍ଡ ପବ୍ଲିକ୍ ହେଲ୍‌ଥର ପ୍ରଫେସର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ରାଘବ ମହାପାତ୍ରଙ୍କୁ ନେଇ ଗଠିତ ଟିମ୍ ଆଜି ଅପରାହ୍ନରେ ସରକାରୀ ଓ ଘରୋଇ ହସ୍ପିଟାଲ ହସ୍ପିଟାଲ ପରିଦର୍ଶନ କରିବେ କେନ୍ଦ୍ରୀୟ ଟିମ୍।

Advertisment

ଏଥିସହ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବେ । ଆସନ୍ତାକାଲି ଏହି ଟିମ୍ ପୁରୀ ଓ ଜଗତସିଂହପୁର ପରିଦର୍ଶନ କରିବେ । ଓଡିଶାରେ କେନ୍ଦ୍ରୀୟ ଟିମ୍ ୭ ଦିନ ରହିବା ପରେ ବିଭିନ୍ନ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ସହ ବୈଠକ କରି ରିପୋର୍ଟ ଦେବ ଏହି ଟିମ୍ । ରାଜ୍ୟରେ ସଂକ୍ରମଣ ହାର କାହିଁକି ସ୍ଥିର ରହୁଛି, ମୃତ୍ୟୁ ସଂଖ୍ୟା କାହିଁକି କମୁନାହିଁ ଏନେଇ ଅନୁଧ୍ୟାନ କରିବା ସହ ଟ୍ରିଟମେଣ୍ଟ, ଟ୍ରେସିଂ ଓ ଟିକାକରଣର ଅଗ୍ରଗତି ନେଇ ମଧ୍ୟ ଅନୁଧ୍ୟାନ କରିବେ।

Corona News In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ