Advertisment

ଅଗଷ୍ଟରେ ଗଲାଣି ୧୯୫ ଜୀବନ; କରୋନା ସ୍ଥିତି କାବୁ ଲାଗି ସରକାରଙ୍କ ନୂଆ ଯୋଜନା

ଭୁବନେଶ୍ୱର: ଅଗଷ୍ଟରେ କରୋନା ଉଗ୍ର ରୂପ ଧାରଣ କରିଛି। ମାସ ଆରମ୍ଭରୁ ବଢି ଚାଲିଛି ମୃତ୍ୟୁ ସଂଖ୍ୟା।ପ୍ରତିଦିନ ୯ରୁ ୧୦ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ। ରାଜ୍ୟରେ ଏଯାଏଁ ୩୭୨ ଜଣଙ୍କର କୋଭିଡରେ ମୃତ୍ୟୁ ହୋଇଥିବା ବେଳେ ଅଣକୋଭିଡରେ ଯାଇଛି ୫୩ ଜଣଙ୍କ ଜୀବନ। ତେବେ ରାଜ୍ୟର ମୋଟ୍‌ ୩୭୨ ମଧ୍ୟରୁ କେବଳ ଅଗଷ୍ଟ ମାସର ୧୮ ଦିନରେ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ଗଂଜାମର […]

ଅଗଷ୍ଟରେ ଗଲାଣି ୧୯୫ ଜୀବନ; କରୋନା ସ୍ଥିତି କାବୁ ଲାଗି ସରକାରଙ୍କ ନୂଆ ଯୋଜନା

corona

Advertisment

ଭୁବନେଶ୍ୱର: ଅଗଷ୍ଟରେ କରୋନା ଉଗ୍ର ରୂପ ଧାରଣ କରିଛି। ମାସ ଆରମ୍ଭରୁ ବଢି ଚାଲିଛି ମୃତ୍ୟୁ ସଂଖ୍ୟା।ପ୍ରତିଦିନ ୯ରୁ ୧୦ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ। ରାଜ୍ୟରେ ଏଯାଏଁ ୩୭୨ ଜଣଙ୍କର କୋଭିଡରେ ମୃତ୍ୟୁ ହୋଇଥିବା ବେଳେ ଅଣକୋଭିଡରେ ଯାଇଛି ୫୩ ଜଣଙ୍କ ଜୀବନ। ତେବେ ରାଜ୍ୟର ମୋଟ୍‌ ୩୭୨ ମଧ୍ୟରୁ କେବଳ ଅଗଷ୍ଟ ମାସର ୧୮ ଦିନରେ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ଗଂଜାମର ସର୍ବାଧିକ ୪ ଜଣ ଅଛନ୍ତି।

Advertisment

ସେହିପରି ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ଥିବା ବେଳେ ଭଦ୍ରକ ଏବଂ ବରଗଡ଼ରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି। ତେବେ ଅଗଷ୍ଟ ମାସରେ ମୃତ୍ୟୁର ଏହି ଟ୍ରେଣ୍ଡକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଯଦିଓ ଜାତୀୟ ହାର ତୁଳନାରେ ଓଡ଼ିଶାରେ ମୃତ୍ୟୁହାର କମ୍‌ ରହିଛି, ତା’ସତ୍ତ୍ୱେ ଦୈନିକ ହାରହାରି ୧୦ ଜଣଙ୍କ ଜୀବନ ଯାଉଛି। ଖାସ୍‌ ସେଥିଲାଗି ଭଲ ଚିକିତ୍ସା ସୁବିଧା ଯୋଗାଇ ଦେଇ ମୃତ୍ୟୁହାର ଉପରେ ରୋକ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏଥିଲାଗି ୭ଟି ମେଡିକାଲ କଲେଜର ସିନିୟର ପ୍ରଫେସରକୁ ନେଇ ମଲ୍‌ଟି ଡିସିପ୍ଲିନାରୀ ଟେକନିକାଲ୍‌ ଟିମ୍‌ ଗଠନ କରାଯାଇଛି। ବୈଷୟିକ କମିଟିରେ ଥିବା ପ୍ରଫେସରମାନଙ୍କୁ ୩୦ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏମାନେ ଜିଲ୍ଲା ପରିଦର୍ଶନ କରି କୋଭିଡ୍‌ ସ୍ଥିତି ନିରୀକ୍ଷଣ, ରୋଗୀଙ୍କ ଚିକିତ୍ସା ଓ କୋଭିଡ ମୃତ୍ୟୁ ନେଇ ଅନୁଧ୍ୟାନ କରି ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ପରାମର୍ଶ ଦେବେ।

ସେପଟେ ରାଜ୍ୟରେ ଆଜି ୫୩ ହଜାର ୧୫ ନମୁନା ପରୀକ୍ଷଣ ହୋଇଥିବା ବେଳେ ୨ହଜାର ୫୮୯ ଜଣ ପଜିଟିଭ୍ ବାହାରିଛନ୍ତି। ତେବେ ୪୬୬ ନୂଆ ଆକ୍ରାନ୍ତଙ୍କ ସହ ସବୁଠୁ ଆଗରେ ରହିଛି ଖୋର୍ଦ୍ଧ ଜିଲ୍ଲା। କଟକ, ଗଂଜାମ, ପୁରୀ, ରାୟଗଡ଼ାରେ ଦୁଇ ଶହରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର, ସୁନ୍ଦରଗଡରେ ପଜିଟିଭି ସଂଖ୍ୟା ଦେଢ ଶହ ଉପୁରେ ରହିଛି। ଆସନ୍ତା ସପ୍ତାହରେ ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡାରେ ପଜିଟିଭିଟି ରେଟ୍‌ କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ଆଞ୍ଚଳିକ ଭିତ୍ତିରେ ଷ୍ଟ୍ରାଟେଜୀ କରିବାକୁ କୁହାଯାଇଛି।

Advertisment

 ସେପଟେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ଉପାଦେୟ ସାବ୍ୟସ୍ତ ହୋଇଛି। ଏବେ ରାଜ୍ୟରେ ୫ଟି ପ୍ଲାଜାମା ବ୍ୟାଙ୍କ ସ୍ଥାପିତ ହୋଇଛି। ସେହିପରି ଆସନ୍ତା ସପ୍ତାହରେ କୋରାପୁଟରେ ପ୍ଲାଜାମା ବ୍ୟାଙ୍କ ଖୋଲିବ। ଆଉ ବାଲେଶ୍ୱରରେ ମଧ୍ୟ ପ୍ଲାଜାମ ଷ୍ଟୋରେଜ ଯୁନିଟ ସ୍ଥାପନ କରାଯାଇଛି। ରାଜ୍ୟରେ ଏତେ ସବୁ ବ୍ୟବସ୍ଥା ପରେ ମଧ୍ୟ ମୃତ୍ୟୁରେ ବ୍ରେକ ଲାଗୁନଥିବାରୁ ରାଜ୍ୟ ସରକାରଙ୍କ ଟେନସନ୍‌ ବଢିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ