/odishatv-khabar/media/post_attachments/uploadimage/library/16_9/16_9_0/delta-1_1622872763.jpg)
delta
ଭୁବନେଶ୍ୱର: ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ୭, ୩୯୫କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୪,୧୬୯ କ୍ୱାରେଣ୍ଟିନରେ ଥିବାବେଳେ ୩୨୨୬ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଅନ୍ୟପକ୍ଷେ ରାଜ୍ୟରୁ ୨୪ ଘଣ୍ଟାରେ ୪୦ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨,୯୫୨କୁ ବୃଦ୍ଧି ପାଇଛି।
ଆଜି ବି ଖୋର୍ଦ୍ଧା ତାଲିକାର ଉପରେ ରହିଛି। ଏହି ଜିଲ୍ଲାରୁ ଆଜି ୧୦୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୪୩, ବାଲେଶ୍ୱରରୁ ୨୮୫, ବରଗଡରୁ ୧୭୧, ଭଦ୍ରକରୁ ୨୩୮, ବଲାଙ୍ଗୀରରୁ ୮୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ସେହିପରି ବୌଦ୍ଧରୁ ୧୩୩, କଟକରୁ ୮୬୮, ଦେବଗଡରୁ୫୭, ଢେଙ୍କାନାଳରୁ ୮୧, ଗଜପତିରୁ ୫୨, ଗଞ୍ଜାମରୁ ୬୯, ଜଗତ୍ସିଂହପୁରରୁ ୨୮୮, ଜାଜପୁରରୁ ୫୧୬, ଝାରସୁଗୁଡ଼ାରୁ ୬୬, କଳାହାଣ୍ଡିରୁ ୧୬୬, କନ୍ଧମାଳରୁ ୭୬, କେନ୍ଦ୍ରାପଡାରୁ ୩୪୧, କେନ୍ଦୁଝରରୁ ୧୫୮, କୋରାପୁଟରୁ ୧୬୧, ମାଲକାନଗରିରି ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷେ, ମୟୂରଭଞ୍ଜରୁ ୩୮୪, ନବରଙ୍ଗପୁରରୁ ୧୯୬, ନୟାଗଡରୁ ୨୪୩, ନୂଆପଡ଼ାରୁ ୨୨, ପୁରୀରୁ ୩୫୬, ରାୟଗଡାରୁ ୧୨୫, ସମ୍ବଲପୁରରୁ ୧୩୭, ସୋନପୁରରୁ ୯୧, ସୁନ୍ଦରଗଡରୁ ୨୬୭ ଏବଂ ଷ୍ଟେଟ ପୁଲ୍ରୁ ୧୪୫ ଜଣ ବାହାରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୧, ୩୪୭ ଜଣ ରୋଗୀ କରୋନା ମୁକ୍ତ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୮,୦୬,୦୯୪ ଥିବାବେଳେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଫେରିଛନ୍ତି ୮,୦୬,୦୯୪। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ ସଂଖ୍ୟା ୭୮,୬୮୭।
ସେହିପରି ଆଜି ମୃତ୍ୟୁ ସଂଖାରେ ବି ଖୋର୍ଦ୍ଧା ଉପରେ ରହିଛି । ଆଜି ଏହି ଜିଲ୍ଲାରୁ ସର୍ବାଧିକ ୬ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୪ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଥିବାବେଳେ ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩ ଲେଖାଏଁ ମୃତ ବୋଲି ସୂଚନା ମିଳିଛି
ସେହିପରି, ବରଗଡ଼, ବଲାଙ୍ଗିର ଓ ଦେବଗଡ଼ରୁ ୨ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଥିବାବଳେ ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ମରିଛନ୍ତି।
ସୂଚନାଥାଉ କି, ଜୁନ ୩ ତାରିଖରେ ରାଜ୍ୟରୁ ୭ ହଜାର ୭୨୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨ ତାରିଖରେ ୮,୮୩୯, ୧ ତାରିଖରେ ୮୩୯୯ କରୋନା ସଂକ୍ରମିତ ବାହାରିଥିଲେ। ମେ’ ୩୧ରେ ୮,୭୩୫ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେହିପରି ମେ’ ୩୦ରେ ୮,୩୧୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମେ’ ୨୯ରେ ୯,୫୪୧, ମେ’ ୨୮ରେ ୭,୧୮୮ , ମେ’ ୨୭ରେ, ୭,୨୧୬, ମେ’ ୨୬ରେ ୬, ୭୩୬ ଏବଂ ମେ’ ୨୫ରେ ୧୧, ୬୨୩ କରୋନା ରୋଗୀ ଚିହ୍ନଟ ହୋଇଥିଲେ।
Covid-19 Report For 4th June
New positive Cases: 7395
In quarantine: 4169
Local contacts: 3226(Details of local contacts will be shared by concerned Dist Administration)
District Wise Cases:
1. Angul: 443
2. Balasore: 285
3. Bargarh: 171
4. Bhadrak: 238
5. Balangir: 81— I & PR Department, Odisha (@IPR_Odisha) June 5, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)