delta varient
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୮୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୫୯୭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ଅଛି ୧,୨୦୬ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୨୪,୬୯୯କୁ ବୃଦ୍ଧି ପାଇ ଥିବାବେଳେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି ୮,୯୦,୭୭୮ ଜଣ । ଦେଶରେ ଏବେ ଆକ୍ଟିଭ କେସ ଅଛି ୨୯,୬୨୦। ରାଜ୍ୟରେ ପଜିଟିଭିଟି ରେଟ ୩.୭୫% ରହିଛି।
ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ। ଏହି ଜିଲ୍ଲାରୁ ବାହାରିଛନ୍ତି ୪୭୫ ଜଣ ସଂକ୍ରମିତ। ଏଥିସହିତ ଅନୁଗୁଳରୁ ୯୭ ଜଣ କରୋନା ସଂକ୍ରମିତ ବାହାରିଥିବାବେଳେ, ବାଲେଶ୍ୱରରୁ ୧୯୫, ବରଗଡ଼ଚ ୧୭, ଭଦ୍ରକରୁ ୧୩୧, ବଲାଙ୍ଗିରରୁ ୩, ବୌଦ୍ଧଚ ୨୧, କଟକରୁ ୪୪୧, ଦେବଗଡ଼ରୁ ୯, ଢେଙ୍କାନାଳରୁ ୬୭, ଗଜପତିରୁ ୧୦, ଗଞ୍ଜାମରୁ ୨୦, ଜଗତସିଂହପୁରରୁ ୧୧୭
ଯାଜପୁରରୁ ୧୫୩, ଝାରସୁଗୁଡ଼ାରୁ ୭ ଓ କଳାହାଣ୍ଡିରୁ ୧୫ ରୋଗୀ ଚିହ୍ନଟ ହୋଇଛନ୍ତି।
ସେହିପରି କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୧୧୯, କେନ୍ଦୁଝରରୁ ୬୪, କୋରାପୁଟରୁ ୬୫, ମାଲକାନଗିରିିରୁ ୫୫, ନୂଆପଡ଼ାରୁ ୮, ପୁରୀରୁ ୧୫୪, ରାୟଗଡ଼ାରୁ ୫୪, ସମ୍ବଲପୁରରୁ ୩୨, ସୁବର୍ଣ୍ଣପୁରରୁ ୧୮, ସୁନ୍ଦରଗଡ଼ରୁ ୬୨ ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟପୁଲରୁ ବାହାରିଛନ୍ତି ୯୧।
ଏବେ ଚିନ୍ତା ବଢାଇଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ଖାଲି ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି, ବରଂ ମୃତ୍ୟୁସଂଖ୍ୟା ବି ଏହି ଜିଲ୍ଲାରେ ସର୍ବାଧିକ । ଆଜି ରାଜ୍ୟରେ ସର୍ବାଧିକ ୫୨ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୯ ଜଣ। ଆଜିର ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪,୨୪୮କୁ ବୃଦ୍ଧି ପାଇଛି ।
ରାଜ୍ୟରେ କୋଭିଡ କଟକଣା ସତ୍ତ୍ୱେ ସ୍ଥିତିରେ ବଡ଼ ଧରଣର ସୁଧାର ଆସୁନାହିଁ । ତେବେ କାହିଁକି ଆସୁନାହିଁ ? ବିଶେଷ କରି ମୃତ୍ୟୁ ସଂଖ୍ୟାରେ ରୋକ ଲାଗି ପାରୁନି। ଏମିତିକି ଜାତୀୟସ୍ତର ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ବି ସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିନାହିଁ । କାଟାଗୋରୀ ବି’ ରେ ଥିବା ୧୦ ଜିଲ୍ଲା ମଧ୍ୟରୁ ୮ଟି ଜିଲ୍ଲାରେ ମୋଟ୍ କେସରେ ୭୦ ପ୍ରତିଶତ କେସ୍ ଚିହ୍ନଟ ହେଉଛନ୍ତି ।
ଏହାର କାରଣ ଅନୁଧ୍ୟାନ ପାଇଁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ଏହି ଟିମରେ କୋଲକାତା ସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇଜିନ୍ ଆଣ୍ଡ ପବ୍ଲିକ୍ ହେଲ୍ଥର ପ୍ରଫେସର ଶିବାନୀ ଦତ୍ତା ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ରାଘବ ମହାପାତ୍ର ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/delta-varient-11_1625489419.jpg)