/odishatv-khabar/media/post_attachments/uploadimage/library/16_9/16_9_0/corona-1_1622701363.jpg)
corona test
ଭୁବନେଶ୍ୱର: ରାଜ୍ୟରେ ଆଜି ବି ୮ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ରାଜ୍ୟରୁ ୮୩୯୯ କରୋନା ସଂକ୍ରମିତ ବାହାରିଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୮,୮୩୯ ରୋଗୀ। ଏଥିମଧ୍ୟରୁ ୪,୯୪୮ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛନ୍ତି ୩,୮୯୧। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ସେହପରି ୨୪ ଘଣ୍ଟା ମଧ୍ୟରେ ୪୨ କରୋନା ରୋଗୀ ଆଖିବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨,୮୭୩କୁ ବୃଦ୍ଧି ପାଇଛି।
ଆଜି ବି ତାଲିକାର ଉପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରୁ ଚିହ୍ନଟ ହୋଇଛନ୍ତି ୧,୨୩୫ ଜଣ କରୋନା ରୋଗୀ। ସେହିପରି ଅନୁଗୁଳରୁ ୪୧୪ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୩୯୫, ବରଗଡରୁ ୧୯୩, ଭଦ୍ରକରୁ ୪୧୯, ବଲାଙ୍ଗିରରୁ ୮୯, ବୌଦ୍ଧରୁ ୧୭୯, କଟକରୁ ୭୬୯, ଦେବଗଡରୁ ୮୪, ଢେଙ୍କାନାଳରୁ ୫୧୦, ଗଜପତିରୁ ୫୨, ଗଞ୍ଜାମରୁ ୧୯୬, ଜଗତ୍ସିଂହପୁରରୁ ୩୧୭, ଯାଜପୁରରୁ ୪୯୩, ଝାରସୁଗୁଡାରୁ ୧୨୧, କଳାହାଣ୍ଡିରୁ ୧୪୫, କନ୍ଧମାଳରୁ ୫୮, କେନ୍ଦ୍ରାପଡାରୁ ୩୦୨, କେନ୍ଦୁଝରରୁ ୧୮୮, କୋରାପୁଟରୁ ୯୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।
ସେହିପରି ମାଲକାନଗିରିରେ ୮୫, ମୟୂରଭଞ୍ଜରେ ୫୮୩, ୧୨୯, ନୟାଗଡରେ ୨୪୬, ପୁରୀରେ ୪୩୮, ରୟଗଡାରେ୨୧୬, ସମ୍ବଲପୁରରେ ୧୯୪, ସୋନପୁରରେ ୧୧୮, ସୁନ୍ଦରଗଡରେ ୩୩୮ ଏବଂ ଷ୍ଟେଟ ପୁଲରୁ ୨୦୦ ଜଣ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ଆଜି ରାଜ୍ୟରେ ୧୦,୫୯୪ ଜଣ କରୋନା ମୁକ୍ତ ହୋଇଛନ୍ତି। ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୯୦,୯୭୦ ଛୁଇଁଥିବାବେଳେ ସୁସ୍ଥ ହୋଇଛନ୍ତି ୭,୦୨,୬୨୧। ରାଜ୍ୟରେ ଏବେ ଆକ୍ଟିଭ କେସ ରହିଛି ୮୫,୪୨୩।
ସୂଚନାଥାଉ କି, ଗତକାଲି ମୋଟ ୭୦, ୧୭୮ ନମୂନା ପରୀକ୍ଷଣ କରାଯାଇଥିଲା। ସଂକ୍ରମଣ ହାର ୧୨.୫ ଥିବାବେଳେ ଏହା କମିଥିବାର କୌଣସି ସଙ୍କେତ ମିଳିନାହିଁ।
ଜୁନ୧ ତାରିଖରେ ୮୩୯୯ କରୋନା ସଂକ୍ରମିତ ବାହାରିଥିବାବେଳେ ମେ’ ୩୧ରେ ୮,୭୩୫ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେହିପରି ମେ’ ୩୦ରେ ୮,୩୧୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମେ’ ୨୯ରେ ୯,୫୪୧, ମେ’ ୨୮ରେ ୭,୧୮୮ , ମେ’ ୨୭ରେ, ୭,୨୧୬, ମେ’ ୨୬ରେ ୬, ୭୩୬ ଏବଂ ମେ’ ୨୫ରେ ୧୧, ୬୨୩ କରୋନା ରୋଗୀ ଚିହ୍ନଟ ହୋଇଥିଲେ।
Covid-19 Report For 2nd June
New Positive Cases: 8839
In quarantine: 4948
Local contacts: 3891(Details of local contacts will be shared by concerned Dist Administration)
District Wise Cases:
1. Angul: 414
2. Balasore: 395
3. Bargarh: 193
4. Bhadrak: 419
5. Balangir: 89— I & PR Department, Odisha (@IPR_Odisha) June 3, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)