Advertisment

୨୪ ଘଣ୍ଟାରେ ଚିହ୍ନଟ ହେଲେ ୫,୨୩୫ କରୋନା ଆକ୍ରାନ୍ତ, ଆଖି ବୁଜିଲେ ୪୩

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ ବିପଦ ଟଳିନି। ସଂକ୍ରମିତଙ୍କ ହାର ଏବେ ବି ଚିନ୍ତାଜନକ। ଗତକାଲି ରାଜ୍ୟରୁ ୬,୦୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ …

author-image
Minati Mishra
ଅଦ୍ୟତନ ହୋଇଛି
୨୪ ଘଣ୍ଟାରେ ଚିହ୍ନଟ ହେଲେ ୫,୨୩୫ କରୋନା ଆକ୍ରାନ୍ତ, ଆଖି ବୁଜିଲେ ୪୩

delta varient

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ ବିପଦ ଟଳିନି। ସଂକ୍ରମିତଙ୍କ ହାର ଏବେ ବି ଚିନ୍ତାଜନକ। ଗତକାଲି ରାଜ୍ୟରୁ ୬,୦୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ  ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫,୨୩୫ କରୋନା ଆକ୍ରାନ୍ତ।  ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୨୯୫୭ ଓ ଲୋକାଲ କଣ୍ଟାକ୍ଟ ୨୨୭୮ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି। l ସେହିପରି ୨୪ ଘଣ୍ଟାରେ ୪୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି।

Advertisment

ଆଜିର ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି। ଏହି ଜିଲ୍ଲାରୁ ସର୍ବାଧିକ ୭୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ୨୭୭, ବାଲେଶ୍ୱରରୁ ୩୨୦, ବରଗଡରୁ ୧୧୮, ଭଦ୍ରକରୁ ୨୧୭, ବଲାଙ୍ଗୀରରୁ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୌଦ୍ଧ ଜିଲ୍ଲାରୁ ୮୩, କଟକରୁ ୫୫୭, ଦେବଗଡରୁ ୧୪, ଢେଙ୍କାନାଳରୁ ୧୩୭, ଗଜପତିରୁ ୨୩, ଗଞ୍ଜାମରୁ ୭୭, ଜଗତ୍‌ସିଂହପୁରରୁ ୧୪୮, ଜାଜପୁରରୁ ୨୯୪, ଝାରସୁଗୁଡାରୁ ୨୭, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୩୭, କେନ୍ଦ୍ରାପଡାରୁ ୨୩୭, କେନ୍ଦୁଝରରୁ ୧୧୫, ଖୋର୍ଦ୍ଧାରୁ ୭୨୬, କୋରାପୁଟରୁ ୧୨୭, ମାଲକାନଗିରିରୁ ୫୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୂଭରଞ୍ଜରୁ ୨୮୫, ନବରଙ୍ଗପୁରରୁ ୧୮୬, ନୟାଗଡରୁ ୧୩୨, ନୂଆପଡାରୁ ୧୩, ପୁରୀରୁ ୨୩୪, ରାୟଗଡ଼ାରୁ ୧୨୯, ସମ୍ବଲପୁରରୁ ୬୬, ସୋନପୁରରୁ ୩୪, ସୁନ୍ଦରଗଡରୁ ୨୫୧ ଏବଂ ଷ୍ଟେଟ ପୁଲ୍‌ରୁ ୧୨୪ ଚହ୍ନଟ ହୋଇଥିବା ଜଣାଯାଇଛି।

Advertisment

ମୃତ୍ୟୁ ଖବର ଉପରେ ନଜର ପକାଇଲେ ଦେଖିବା, ସର୍ବାଧିକ ମୃତ୍ୟୁ ତାଲିକାରେ  ଆଜି ବି ଉପରେ ରହିଛି ଖୋର୍ଦ୍ଧା। ଏହି ଜିଲ୍ଲାରୁ ଆଜି ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ, ବରଗଡ଼, ସୁନ୍ଦରଗଡ଼ ଓ କଟକରୁ ୪ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି।
ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ବାଲେଶ୍ୱର, ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ପୁରୀରୁ ମଧ୍ୟ ୨ ଲେଖାଏଁ ମୃତ। ଢେଙ୍କାନାଳ, କନ୍ଧମାଳ, ନୟାଗଡ଼ ଓ ସମ୍ବଲପୁରରୁ ଜଣେ ଲେଖାଏଁ ମୃତ।

ମିଳିଥିବା ସୂଚନା ଅନୁସାରେ, ଆଜି ୨୪ ଘଣ୍ଟା ମଧ୍ୟରେ ୮,୨୯୯ ଜଣ କରୋନା ରୋଗୀ ସୁସ୍ଥ ହୋଇ ଫେରିଛନ୍ତି। ଆଜିର ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮,୪୨,୪୬୧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ମୋଟ ୭,୭୨,୯୭୨ ଏବଂ ଆକ୍ଟିଭ କେସ ଅଛି ୬,୬,୨୨୬। ସେହିପରି ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା  ୩,୨୧୦କୁ ବୃଦ୍ଧି ପାଇଛି।

Corona Cases In Odisha
Advertisment
Advertisment