Advertisment

ରେକର୍ଡ ଭାଙ୍ଗିଲା କରୋନା; ଓଡ଼ିଶାରେ ଦିନକରେ ଚିହ୍ନଟ ହେଲେ ୭୯୧

ଭୁବନେଶ୍ୱର: କରୋନା ସଂକ୍ରମଣ ଆଜି ରାଜ୍ୟରେ ବିସ୍ଫୋରକ ରୂପ ନେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୫୯ କରୋନା କ୍ୱାରେଣ୍ଟିନରେ ଥିବାବେଳେ ୩୩୨ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି। ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ହାରରେ ବୃଦ୍ଧି ପାଉଛନ୍ତି। ଗତ ସୋମବାର ୫୭୩ କରୋନା ରୋଗୀ ଚିହ୍ନଟ […]

ରେକର୍ଡ ଭାଙ୍ଗିଲା କରୋନା; ଓଡ଼ିଶାରେ ଦିନକରେ ଚିହ୍ନଟ ହେଲେ ୭୯୧

corona

Advertisment

ଭୁବନେଶ୍ୱର: କରୋନା ସଂକ୍ରମଣ ଆଜି ରାଜ୍ୟରେ ବିସ୍ଫୋରକ ରୂପ ନେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୫୯ କରୋନା କ୍ୱାରେଣ୍ଟିନରେ ଥିବାବେଳେ ୩୩୨ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି।

Advertisment

ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ହାରରେ ବୃଦ୍ଧି ପାଉଛନ୍ତି। ଗତ ସୋମବାର ୫୭୩ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ୫୮୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ହେଲେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା। ଗୋଟିଏ ଦିନରେ ବାହାରିଛନ୍ତି ୮୦୦ ପାଖାପାଖି କରୋନା ରୋଗୀ।

ଆଜି ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ଏଠାରୁ ଆଜି ୧୪୭ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଖୋର୍ଦ୍ଧାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଉପରେ ରହିଛି। ଏଠାରୁ ୧୧୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଅନୁଗୁଳରୁ ୧୭, ବାଲେଶ୍ୱରରୁ ୬, ବରଗଡରୁ ୪୮, ଭଦ୍ରକରୁ ୧୦, ବଲାଙ୍ଗିରରୁ ୧୪, ବୌଦ୍ଧରୁ ୨, କଟକରୁ ୪୬, ଦେବଗଡ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏ, ଢେଙ୍କାନାଳରୁ ୩, ଗଞ୍ଜାମ ଓ ଜଗତସିଂହପୁରରୁ ୯, ଯାଜପୁରରୁ ୧୬, ଜଗତ୍‌ସିଂହପୁରରୁ ୩୧, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୪, ଝାରସୁଗୁଡାରୁ ୩୧, କେନ୍ଦୁଝରରୁ ୩୯, କୋରାପୁଟରୁ ୯, ମାଲକାନଗିରିରୁ ୨ ଏବଂ ମୟୂରଭଞ୍ଜରୁ ୨୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Advertisment

ସେହିପରି ନବରଙ୍ଗପୁରରୁ ୨୩, ନୟାଗଡରୁ ୭, ନୂଆପଡାରୁ ୩୧, ପୁରୀରୁ ୪୩, ରାୟଗଡାରୁ ୧୪, ସମ୍ବଲପୁରରୁ ୪୫, ସେନପୁରରୁ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲ୍‌୨୭ ଥିବା ଜଣାଯାଇଛି।

ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩,୪୪,୬୪୭ ଥିବାବେଳେ ସୁସ୍ଥ ହୋଇଛନ୍ତି ୩୩୮୪୧୬ ଜଣ। ରାଜ୍ୟରେ ଆକ୍ଟିଭ କେସ ରହିଛି ୪୨୫୫।

Advertisment

ଆଜି ଦେଶରେ ମଧ୍ୟ ରେକର୍ଡ ଭାଙ୍ଗିଛି କରୋନା। ୨୪ ଘଣ୍ଟାରେ ଏକ ଲକ୍ଷ ୧୫ ହଜାର ୭୩୬ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ଦେଶଣେ ୫୯, ୮୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ଟିଭ କେସ ୫୫, ୨୫୦ ଥିବା ଜଣଯାଇଛି।

Corona In Odisha Corona Updates In Odisha Corona Updates In Odisha Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ