Advertisment

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୦୩୪

ଭୁବନେଶ୍ୱର: ରାଜ୍ୟରେ କରୋନାଜନିତ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇ ଚାଲିଛି। ତେବେ ଏହା ମଧ୍ୟରେ ସୁସ୍ଥ ସଂଖ୍ୟାରେ ବେଶ୍ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୩୦୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୯ ହଜାର ୩୯୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୮୯୨ ଜଣ ଅଛନ୍ତି। […]

author-image
Ranjeet Kumar Jena
ଆଜି ରାଜ୍ୟରେ ସୁସ୍ଥ ହେଲେ ୩୦୩୪

corona1

ଭୁବନେଶ୍ୱର: ରାଜ୍ୟରେ କରୋନାଜନିତ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇ ଚାଲିଛି। ତେବେ ଏହା ମଧ୍ୟରେ ସୁସ୍ଥ ସଂଖ୍ୟାରେ ବେଶ୍ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୩୦୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୯ ହଜାର ୩୯୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

Advertisment

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୮୯୨ ଜଣ ଅଛନ୍ତି। ସେହିପରି ମୟୂରଭଞ୍ଜରୁ ୨୪୨, ଗଞ୍ଜାମରୁ ୧୫୪, କଟକରୁ ୧୫୦, ରାୟଗଡ଼ାରୁ ୧୩୯, ବାଲେଶ୍ୱରରୁ ୯୭, ସୁନ୍ଦରଗଡ଼ରୁ ୯୭, କେନ୍ଦୁଝରରୁ ୯୫, ସମ୍ବଲପୁରରୁ ୮୩, କେନ୍ଦ୍ରାପଡ଼ାରୁ ୮୦, ଯାଜପୁରରୁ ୭୯, କୋରାପୁଟରୁ ୭୯, ଝାରସୁଗୁଡ଼ାରୁ ୭୦, ମାଲକାନଗିରିରୁ ୬୮, ଜଗତସିଂହପୁରରୁ ୫୭, ଢେଙ୍କାନାଳରୁ ୫୬ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ଅନୁଗୋଳରୁ ୪୯, ବଲାଙ୍ଗିରରୁ ୪୬, ଭଦ୍ରକରୁ ୪୨, କନ୍ଧମାଳରୁ ୪୦, ସୁବର୍ଣ୍ଣପୁରରୁ ୪୦, ନବରଙ୍ଗପୁରରୁ ୩୫, ନୟାଗଡ଼ରୁ ୩୧, ଗଜପତିରୁ ୨୬, କଳାହାଣ୍ଡିରୁ ୨୩, ବୌଦ୍ଧରୁ ୨୧, ନୂଆପଡ଼ାରୁ ୧୨ ଓ ଦେବଗଡ଼ରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment
Advertisment
Advertisment