/odishatv-khabar/media/post_attachments/uploadimage/library/16_9/16_9_0/niranjan-mishra_1622448186.jpg)
niranjan mishra
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସାରା ଦେଶରେ ମୃତ୍ୟୁର ତାଣ୍ଡବ ଖେଳାଇଥିବାବେଳେ ଏବେ ଏହାର ପ୍ରଭାବ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଓଡ଼ିଶାରେ ମେ’ ମାସରେ କରୋନା ସଂକ୍ରମଣ ପିକ୍ରେ ଥିଲା। ଏଠାରେ ଦୈନିକ ସଂକ୍ରମଣ ୧୨ ହଜାର ଛୁଇଁଥିବାବେଳେ ଶେଷ ସପ୍ତାହ ଆଡକୁ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।
ଓଡ଼ିଶାରେ କରୋନା ସ୍ଥିତିର ସମୀକ୍ଷା କରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ମେ’ ମାସ ଘାତକ ଥିଲା । ଏବେ କରୋନାର ଟ୍ରେଣ୍ଡ କମୁଛି। ଆଶା କରାଯାଉଛି ଜୁନ ମାସରେ ସେପରି ହେବନି। ହେଲେ ସଂକ୍ରମଣ ବଢ଼ିଲେ ଲକଡାଉନ ବଢିପାରେ, ତେଣୁ ସଜାଗ ରହିବା ଉଚିତ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର।
ସେ କହିଛନ୍ତି, ସାଧାରଣତଃ ଲକ୍ ଡାଉନର ପ୍ରଭାବ ୪ ସପ୍ତାହ ପରେ ଦେଖିବାକୁ ମିଳେ । ବର୍ତ୍ତମାନ ତାର ପ୍ରଭାବ ଦେଖିବା ଆରମ୍ଭ ହୋଇଛି। ତିନୋଟି ଜିଲ୍ଲାରେ କିଛି କଟକଣା କୋହଳ କରାଯାଇଛି। ମାତ୍ର ଦୁଇ ଘଣ୍ଟା କୋହଳ କରାଯାଇଛି । ସୁନ୍ଦରଗଡ଼ରେ ସଂକ୍ରମିତ ଅଧିକ ଥିଲା । ଏବେ କମୁଛି । ସରକାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ କରିବାନି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ସୂଚନାଥାଉ କି, ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେ ଲକଡାଉନ୍ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ । ଏହି ୩ଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ କେବଳ ସେଲୁନ୍, ସ୍ପା ଓ ମଲ୍, ମାର୍କେଟ କମ୍ପ୍ଲେକ୍ସ ଏବଂ ସାପ୍ତାହିକ ହାଟକୁ ଛାଡି ବାକି ସବୁ ଦୋକାନ ଖୋଲା ରହିବ । ତେବେ ଏହି ୩ଟି ଜିଲ୍ଲାରେ ସଂକ୍ରମଣ ବଢ଼ିଲେ ପୁଣି କଟକଣା ଲାଗୁ ହେବ ଏବଂ ବାକି ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଏଠି କହିରଖିବୁ, ରାଜ୍ୟରେ ୨୪ ଘଣ୍ଟାରେ ୮୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ୨୪ ଘଣ୍ଟା ମଧ୍ୟରେ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)