/odishatv-khabar/media/post_attachments/uploadimage/library/16_9/16_9_0/luv_1621351762.jpg)
luv
ନୂଆଦିଲ୍ଲୀ: ଓଡ଼ିଶାରେ ସଂକ୍ରମଣ କମିନଥିଲେ ବି ପଜିଟିଭିଟି ହ୍ରାସ ପାଉଛି। କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ- ଓଡ଼ିଶାରେ ପଜିଟିଭିଟି ହାର ଏବେ ୨୩%କୁ ଖସିଛି। ଲାକ୍ଷାଦ୍ୱୀପରେ ସର୍ବାଧିକ ୬୪.୭% ପଜିଟିଭିଟି ରହିଛି। ଗୋଆ ୩୭, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ପଜିଟିଭିଟି ହାର ୩୧% ରହିଛି।
Advertisment
ସେହିପରି ସାରା ଦେଶରେ ପଜିଟିଭିଟି ହାର ୧୬.୯% ରହିଛି। ଭାରତରେ ଏଯାବତ ମାତ୍ର ୧.୮ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ଆମେରିକାରେ ସର୍ବାଧିକ ୧୦.୧% ସଂକ୍ରମିତ, ବ୍ରାଜିଲରେ ୭.୩% ।
ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶରେ ସଂକ୍ରମଣ କମୁଛି । ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ୮ଟି ରାଜ୍ୟରେ କମୁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)