Advertisment

ସିଲ୍ ହେଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ରାଉରକେଲା: ରାଉରକେଲା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ସୋମବାର ଓ ମଙ୍ଗଳବାର ଦୁଇ ଦିନ ବନ୍ଦ ରଖାଯାଇଛି। କାର୍ଯ୍ୟାଳୟର ସମସ୍ତ ବିଭାଗକୁ ସାନିଟାଇଜ୍ ମଧ୍ୟ କରାଯାଉଛି। ସେହିପରି ତହସିଲ କାର୍ଯ୍ୟାଳୟକୁ ସାନିଟାଇଜ୍‌ କରିବା ସହିତ ଲୋକମାନଙ୍କ ଯାଆସ ଉପରେ କଟକଣା ଲଗାଯାଇଛି। ଅନ୍ୟପଟେ ରାଉରକେଲା ଉଦିତନଗରରେ ଥିବା ଯୋଗାଣ […]

author-image
Mahasweta Baral
ଅଦ୍ୟତନ ହୋଇଛି
ସିଲ୍ ହେଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

sill

ରାଉରକେଲା: ରାଉରକେଲା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ସୋମବାର ଓ ମଙ୍ଗଳବାର ଦୁଇ ଦିନ ବନ୍ଦ ରଖାଯାଇଛି।

Advertisment

କାର୍ଯ୍ୟାଳୟର ସମସ୍ତ ବିଭାଗକୁ ସାନିଟାଇଜ୍ ମଧ୍ୟ କରାଯାଉଛି। ସେହିପରି ତହସିଲ କାର୍ଯ୍ୟାଳୟକୁ ସାନିଟାଇଜ୍‌ କରିବା ସହିତ ଲୋକମାନଙ୍କ ଯାଆସ ଉପରେ କଟକଣା ଲଗାଯାଇଛି।

ଅନ୍ୟପଟେ ରାଉରକେଲା ଉଦିତନଗରରେ ଥିବା ଯୋଗାଣ ବିଭାଗ କାର୍ଯ୍ୟାଳୟର ଜଣେ ଅଧିକାରୀ କରୋନାରେ ଆକ୍ରାନ୍ତ ହେବାପରେ କାର୍ଯ୍ୟାଳୟକୁ ବନ୍ଦ କରିବା ସହିତ ସାନିଟାଇଜ୍‌ କରାଯାଇଛି।

Advertisment

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୧ରେ ପହଞ୍ଚିଥିବା ବେଳେ ୧୦ ଜଣ ଆଖି ବୁଜି ସାରିଲେଣି।

Advertisment
Advertisment