Advertisment

କୁଆଡେ ଗଲେ ଅଖିଳ? ଚିକିତ୍ସାଧୀନ କରୋନା ରୋଗୀଙ୍କ ମିଳୁନି ପତ୍ତା

ବାରିପଦା: ଚିକିତ୍ସାଧୀନ କରୋନା ରୋଗୀଙ୍କ ମିଳୁନି ପତ୍ତା । ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ କିନ୍ତୁ ରୋଗୀଙ୍କୁ ଖୋଜି ପାଉନାହାନ୍ତି । ଶେଷରେ ନିରୁପାୟ ହୋଇ ଥାନାର ଆଶ୍ରୟ ନେଇଛନ୍ତି ପରିବାର ଲୋକ ।…

author-image
Chandan Shishu
ଅଦ୍ୟତନ ହୋଇଛି
କୁଆଡେ ଗଲେ ଅଖିଳ? ଚିକିତ୍ସାଧୀନ କରୋନା ରୋଗୀଙ୍କ ମିଳୁନି ପତ୍ତା

baripada

ବାରିପଦା: ଚିକିତ୍ସାଧୀନ କରୋନା ରୋଗୀଙ୍କ ମିଳୁନି ପତ୍ତା । ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ କିନ୍ତୁ ରୋଗୀଙ୍କୁ ଖୋଜି ପାଉନାହାନ୍ତି । ଶେଷରେ ନିରୁପାୟ ହୋଇ ଥାନାର ଆଶ୍ରୟ ନେଇଛନ୍ତି ପରିବାର ଲୋକ । ଏଭଳି କୋଭିଡ୍ ମ୍ୟାନେଜମେଣ୍ଟର ନଗ୍ନ ନମୁନା ଦେଖିବାକୁ ମିଳିଛିି ବାରିପଦା ବାଙ୍କିଶୋଳ ସ୍ଥିତ କୋଭିଡ ଡାକ୍ତରଖାନାରେ ।

Advertisment

ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଧଡିପାଣି ଗାଁର ଅଖିଳ ନାୟକ ନାମକ ଜଣେ ୭୦ ବର୍ଷିୟ ବୃଦ୍ଧ କୈାଣସି କାମରେ ଘରୁ ବାହାରକୁ ଆସିଥିଲେ। ହେଲେ ସେ ଆଉ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ତେବେ ବୃଦ୍ଧ ଅଖିଳଙ୍କ ଦେହ ରାସ୍ତାରେ ଅସୁସ୍ଥ ହେବାରୁ କିଛି ଲୋକ ଆମ୍ବୁଲାନ୍ସ ଡକାଇ କରଜିଆ ଡାକ୍ତରଖାନାକୁ ପଠାଇ ଦେଇଥିଲେ।

ତେବେ ସେଠାରେ ଅଖିଳଙ୍କ କରୋନା ପଜିଟିଭ୍ ଥିବା ଜଣାପଡ଼ିବା ପରେ ପ୍ରଶାସନ ତାଙ୍କୁ ସ୍ଥାନୀୟ ତାଟୋ ସ୍ଥିତ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଇଥିଲେ। ଘର ଲୋକ ଏହାର ଖବରପାଇ ତାଟୋ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ସେଠାରେ ଅଖିଳଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା ସ୍ଥିତ କିମ୍ସ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।

Advertisment

ତେବେ ଗତ ତିନି ତାରିଖରୁ ପରିବାର ବର୍ଗ ବାରମ୍ବାର କିମ୍ସ କୋଭିଡ ଡାକ୍ତରଖାନାକୁ ଯୋଗାଯୋଗ କରିଥିଲେ ମଧ୍ୟ ସେଠାରେ ଅଖିଳଙ୍କ କୈାଣସି ସୁଚନା ଦିଆଯାଇ ନଥିଲା। ଫଳରେ କରଜିଆରୁ ବାରିପଦା ଦୌଡି ଦୌଡି ନିରାଶ ହେବା ପରେ ପରିବାର ଲୋକ ଆଜି ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଆଜି ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କର୍ତୁପକ୍ଷ ଅଖିଳଙ୍କୁ ବାରିପଦା ପିଆରଏମ୍ କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଇଥିଲେ। ବର୍ତ୍ତମାନ ସୁଦ୍ଧା ନା ପିଆରରଏମ୍ ନା କିମ୍ସ ଡାକ୍ତରଖାନା କେଉଁଠି ଅଛନ୍ତି, ଏ ନେଇ ଠିକ୍ ସୂଚନା ନ ପାଇ ନିରାଶ ହୋଇଛନ୍ତି ପରିବାର ଲୋକ।

ମୟୁରଭଞ୍ଜ ଜିଲ୍ଲାରେ କିଭଳି ଚାଲିଛି କୋଭିଡ୍ ମ୍ୟାନେଜମେଣ୍ଟ, ଏହି ଘଟଣାରୁ ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଛି । ଜଣେ ଆଦିବାସୀ ଗରିବ ପରିବାର ନିଜ ସଂପର୍କୀୟ ସନ୍ଧାନରେ କିଭଳି ଦହଗଞ୍ଜ ହୋଇଛି। ଏ ନେଇ କୋଭିଡ ମ୍ୟାନେଜମେଣ୍ଟରେ ଥିବା କେହିବି କର୍ମଚାରୀ ପ୍ରତିକ୍ରିୟା ଦେଇନାହାନ୍ତି ।

Advertisment
Advertisment