Advertisment

ସାମ୍ନାକୁ ଆସିଲା କରୋନାର ନୂଆ ଲକ୍ଷଣ

ଭୁବନେଶ୍ୱର: ବିପର୍ଯ୍ୟୟ ଆଣି ଦେଇଛି କରୋନା। ନୂଆ ନୂଆ ଲକ୍ଷଣ, ନୂଆ ଭାରିଏଣ୍ଟ ଡାକ୍ତର, ବିଶେଷଜ୍ଞଙ୍କ ନିଦ ହଜାଇ ଦେଲାଣି। କରୋନାକୁ ନେଇ ସବୁଦିନ ନୂଆ ନୂଆ ସମସ୍ୟା ଦେଖିବାକୁ ମିଳୁଛି। ଏବେ କୋଭିଡର ପୁଣି ଏକ ନୂଆ ଲକ୍ଷଣ  ଦେଖିବାକୁ…

author-image
Minati Mishra
ଅଦ୍ୟତନ ହୋଇଛି
ସାମ୍ନାକୁ ଆସିଲା କରୋନାର ନୂଆ ଲକ୍ଷଣ

covid

ଭୁବନେଶ୍ୱର: ବିପର୍ଯ୍ୟୟ ଆଣି ଦେଇଛି କରୋନା। ନୂଆ ନୂଆ ଲକ୍ଷଣ, ନୂଆ ଭାରିଏଣ୍ଟ ଡାକ୍ତର, ବିଶେଷଜ୍ଞଙ୍କ ନିଦ ହଜାଇ ଦେଲାଣି। କରୋନାକୁ ନେଇ ସବୁଦିନ ନୂଆ ନୂଆ ସମସ୍ୟା ଦେଖିବାକୁ ମିଳୁଛି। ଏବେ କୋଭିଡର ପୁଣି ଏକ ନୂଆ ଲକ୍ଷଣ  ଦେଖିବାକୁ ମିଳିଛି । କୋଭିଡ୍ ସଂକ୍ରମଣ ଯୋଗୁଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବାବେଳେ ଏବେ ରୋଗୀର ମଳଦ୍ୱାରରୁ ରକ୍ତ ପଡୁଥିବା ନଜରକୁ ଆସିଛି।

Advertisment

ଦିଲ୍ଲୀ ସ୍ଥିତ ଶ୍ରୀଗଙ୍ଗାରାମ ହସ୍ପିଟାଲର ଯକୃତ ବିଭାଗ ମୁଖ୍ୟ ଅନୀଲ ଆରୋରା ଏହି ସୂଚନା ଦେଇ କହିଛନ୍ତି,ସାଇଟୋମେଗାଲୋ ଭାଇରସ୍ ଦ୍ୱାରା ଯେଉଁମାନେ ସଂକ୍ରମିତ ହୋଇଥିଲେ, ସେମାନଙ୍କଠାରେ ଏହି ସବୁ ଲକ୍ଷଣ ଦେଖିବାକୁ ମିଳିଥିଲା।  ଭାରତରେ ପ୍ରଥମଥର ପାଇଁ ୫ଜଣ କୋଭିଡ୍ ଆକ୍ରାନ୍ତଙ୍କ ଠାରେ ଏହି ସମସ୍ୟା ଦେଖା ଦେଇଥିଲା।

ଏପ୍ରିଲ-ମେ ମାସରେ କରୋନାର ଦ୍ୱିତୀୟ ସଂକ୍ରମଣ ବେଳେ ୫ଜଣ ରୋଗୀଙ୍କ ତଳିପେଟରେ ଯନ୍ତ୍ରଣା ସହ ଝାଡାରେ ରକ୍ତ ପଡିଥିଲା।  କୋଭିଡ ସଂକ୍ରମଣ ହେବାର ୨୦ରୁ ୩୦ ଦିନ ମଧ୍ୟରେ ରୋଗୀଙ୍କ ଠାରେ ଏହି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥିଲା।  ଆକ୍ରାନ୍ତଙ୍କ ମାନଙ୍କ ବୟସ ୩୦ରୁ ୭୦ବର୍ଷ ମଧ୍ୟରେ ଥିଲା ।

Advertisment

ଆହୁରି ପଢନ୍ତୁ: ୨୪ ଘଣ୍ଟାରେ ୨,୬୪୦ ନୂଆ ପଜିଟିଭ୍ : ଖୋର୍ଦ୍ଧାକୁ ଟପିଗଲା ବାଲେଶ୍ୱର

ଏପରିକି ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିଲା। ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମଳଦ୍ୱାରକୁ ଅପରେସନ କରିବାକୁ ପଡିଥିଲା। ଅନ୍ୟ ତିନି ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ସୂଚନା ମିଳିଛି।

Advertisment
Advertisment