/odishatv-khabar/media/post_attachments/uploadimage/library/16_9/16_9_0/corona_1620379414.jpg)
corona
ଭୁବନେଶ୍ୱର: କରୋନା ସ୍ଥିତି ଓ ଲକଡାଉନ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସଂକ୍ରମିତଙ୍କ ଟେଷ୍ଟିଂ ଅଧିକ ହେଉଛି, ତେଣୁ ୩-୪ ଦିନ ଏଭଳି ସ୍ଥିତି ରହିବ। ୫-୬ ଦିନ ପରେ କର୍ଭ ଫ୍ଲାଟ ହୋଇ ସଂକ୍ରମଣ କମିବା ଆରମ୍ଭ ହେବ। ସେଥିପାଇଁ ଲକଡାଉନ ନିହାତି କାମ ଦେବ, ଲୋକେ ନିୟମ ମାନିବା ଦରକାର। ଆତଙ୍କିତ ହେବା ଦରକାର ନାହିଁ, ଘରେ ରହିଲେ ସଂକ୍ରମିତ ସଂଖ୍ୟା କମିବ। ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ମୃତ୍ୟୁହାର କମ୍ ରହୁଛି। ସଂକ୍ରମିତଙ୍କ ସଂଖ୍ୟା କମିଲେ ମୃତ୍ୟୁ ହାର ମଧ୍ୟ କମିବ ବୋଲି ନିର୍ଦ୍ଦେଶକ କହିଛନ୍ତି।
ସେପଟେ ଦ୍ୱିତୀୟ ଲହର ପ୍ରକୋପ କମିନଥିବା ବେଳେ କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କେ. ବିଜୟ ରାଘବନ କହିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ବର୍ତ୍ତମାନ ଆମେ ତୃତୀୟ ଲହର କଥା ଚିନ୍ତା ନକରି ଆକ୍ରାନ୍ତଙ୍କ ଚିକିତ୍ସା ଉପରେ ଧ୍ୟାନ ଦେବା ଉଚିତ୍। କେରଳ ଓ ଛତିଶଗଡ଼ ଭଳି ରାଜ୍ୟରେ ଦୈନିକ ହଜାର ହଜାର ପଜିଟିଭ୍ ଚିହ୍ନଟ ହେଉଥିବାରୁ ଓଡ଼ିଶାରେ ବି ସେଭଳି ମାତ୍ରାରେ ପଜିଟିଭ୍ ଚିହ୍ନଟ ହୋଇପାରନ୍ତି ବୋଲି ସେ ଆକଳନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)