/odishatv-khabar/media/post_attachments/uploadimage/library/16_9/16_9_0/firojabad_1622530487.jpg)
firojabad
ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଇଛି କରୋନା ଦୈନିକ ମୃତ୍ୟୁ ହାର। ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ କମୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ରୋକ ଲାଗି ପାରୁନି। ଆଜି ରାଜ୍ୟରେ ପୁଣି ବଢିଛି କରୋନା ମୃତ୍ୟୁ ସଂଖ୍ୟା । ଗତକାଲି ୩୫ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ୨୪ ଘଣ୍ଟା ମଧ୍ୟରେ ପୁଣି ୩୭ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୭୯୧କୁ ବୃଦ୍ଧି ପାଇଛି।
ଆଜି ଅନୁଗୁଳରୁ ସର୍ବାଧିକ କରୋନା ରୋଗୀ ଆଖି ବୁଜିଛନ୍ତି। ଏହି ଜିଲ୍ଲାରୁ ୫ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ କଟକ ଓ କଳାହାଣ୍ଡିରୁ ୪ ଲେଖାଏଁ ଆଖି ବୁଜିଛନ୍ତି। ସେହିପରି ଝାରସୁଗୁଡ଼ା, ଖୋର୍ଦ୍ଧା, ନବରଙ୍ଗପୁର, ସୁନ୍ଦରଗଡ଼ରୁ ୩ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ କେନ୍ଦ୍ରାପଡ଼ା, ନୂଆପଡ଼ା, ରାୟଗଡ଼ା, ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଅନ୍ୟପକ୍ଷେ ବଲାଙ୍ଗିର, ଗଜପତି, ଗଞ୍ଜାମ, କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ତେବେ ମୃତ୍ୟୁ ସଂଖ୍ୟା ତାଲିକାକୁ ଦେଖିଲେ ଜଣାଯାଏ, ଗତ ୬ ଦିନ ହେବ ଅନୁଗୋଳରୁ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ଆଜି ସୁଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୪କୁ ଛୁଇଁଛି।
ସୂଚନାଥାଉ କି, ଆଜି ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୮,୭୩୫ କରୋନା ପଜିଟିଭ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୨୨୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୭୩,୭୩୨ ଛୁଇଁଥିବାବେଳେ ସୁସ୍ଥ ହୋଇଛନ୍ତି ୬,୮୦,୯୩୨ ଜଣ । ଗତକାଲି ୧୦,୪୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୮୯,୯୫୬ ଅଛି।
ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରକୁ ଆସୁ ନ ଥିବାରୁ ଆଜିଠୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍। ଆସନ୍ତା ୧୭ ତାରିଖ ଯାଏ ଲକ୍ଡାଉନ୍ ବଢ଼ିବା ପରେ ଆଜିଠୁ ଆହୁରି କଡ଼ାକଡ଼ି ହେବ କଟକଣା। କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବାକୁ ଲକ୍ଡାଉନକୁ ବଢ଼ାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)